ନୂଆଦିଲ୍ଲୀ: Rajasthan Politics:ରାଜସ୍ଥାନରେ ରାଜନୈତିକ ହଟଚମଟ ଜାରି ରହିଛି। ସଚିନ ପାଇଲଟ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିଲେ ମଧ୍ୟ ଶୀତଳ ଯୁଦ୍ଧ ଜାରି ରହିଛି। ଉଭୟ ସଚିନ ପାଇଲଟ ଓ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଜାରି ରହିଛି। ଗତକାଲି 'ନିକମ୍ମା' ଶବ୍ଦକୁ  ନେଇ ଅଶୋକ ଗେହଲୋଟଙ୍କୁ ଇଙ୍ଗିତ କରି ସଚିନ ସମାଲୋଚନା କରିଥିଲେ। ଆଜି ପୁଣି ଥରେ ସମାନ ଦୃଶ୍ୟ ଦେଖିବାକୁ ମିଳିଛି। 


COMMERCIAL BREAK
SCROLL TO CONTINUE READING

ଅଧିକ ପଢନ୍ତୁ: ଋଷୀୟ ଭ୍ୟାକସିନକୁ କିଣିବ କି ଭାରତ; କ’ଣ କହୁଛନ୍ତି ଏକ୍ସପର୍ଟ ?


ବୁଧବାର ସଚିନଙ୍କୁ ଇଙ୍ଗିତ କରି ଅଶୋକ ଗେହଲୋଟ ମଧ୍ୟ ମନ୍ତବ୍ୟ ରଖିଛନ୍ତି। ସଚିନଙ୍କୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟ କହିଛନ୍ତି କି , ବିଧାୟକମାନଙ୍କୁ ଏବେ Forget and Forgive ରାସ୍ତାରେ ଚାଲିବାର ସମୟ ଆସିଛି। ଏବେ ସବୁ ଭୁଲନ୍ତୁ, କ୍ଷମା କରନ୍ତୁ ଏବଂ ଆଗକୁ ବଢନ୍ତୁ। ରାଜ୍ୟର ହିତପାଇଁ, ରାଜ୍ୟବାସୀଙ୍କ ପାଇଁ ଗଣତନ୍ତ୍ରର ହିତ ପାଇଁ ଆମକୁ ପୁଣିଥରେ ଏକ ହୋଇ ଆଗକୁ ବଢିବାରେ ଅଛି ବୋଲି ସେ କହିଥିଲେ। ଗଣତନ୍ତ୍ରକୁ ରକ୍ଷା କରିବା ପାଇଁ ଯୁଦ୍ଧ କରିବାକୁ ପଡ଼ିଥାଏ। ସବୁକୁ ଭୁଲି ପୁନର୍ବାର ଏକ ହେବାକୁ ପଡ଼ିବ ବୋଲି ଅଶୋକ ଗେହଲୋଟ କହିଥିଲେ। 


ତେବେ ଗେହଲୋଟଙ୍କ ଏହି ଜବାବର ଉତ୍ତର ମଧ୍ୟ ସମାନ ଢଙ୍ଗରେ ରଖିଛନ୍ତି ସଚିନ ପାଇଲଟଙ୍କ ସମର୍ଥକ ବିଧାୟକ ବିଶ୍ୱେନ୍ଦ୍ର ସିଂହ। ବିଶ୍ୱେନ୍ଦ୍ର କହିଛନ୍ତି କି, ଏହା ଏକ ଟେଷ୍ଟ ମ୍ୟାଚ ଥିଲା। ଯାହାର ଫଳାଫଳ ଡ୍ର ହୋଇ ସାରିଛି। ଆମେମାନେ ବାଗୀ ବିଧାୟକ ନୁହେଁ। ଦଳ ବିରୋଧରେ ଆମେମାନେ ଏପର୍ଯ୍ୟନ୍ତ କିଛି କହିନାହୁଁ। ବ୍ୟଙ୍ଗ ଢଙ୍ଗରେ ମୁଁ ଏହାକୁ କହିଛି। ଏବେ ମ୍ୟାଚ ଡ୍ର ହୋଇ ସାରିଛି। ଆମେମାନେ ପାଭିଲିୟନକୁ ଫେରି ଆସିଛୁ। 


ଅଧିକ ପଢନ୍ତୁ: ଆଶାରାମ ବାପୁଙ୍କୁ ଆଶ୍ୱସ୍ତି


ଗେହଲୋଟ ସାମ୍ବାଦିକ ସମ୍ମିଳନୀରେ କହିଥିଲେ କି, ଏହି ଯୁଦ୍ଧ ଗଣତନ୍ତ୍ରର ସୁରକ୍ଷା ପାଇଁ କରାଯାଉଛି। ଆମ ବିଧାୟକ ଆମମାନଙ୍କ ସମର୍ଥନରେ ରହିଥିଲେ। ୧୦୦ରୁ ଊର୍ଦ୍ଧ୍ୱ ବିଧାୟକ ଦୀର୍ଘ ସମୟ ଧରି ଆମ ସହିତ ଯୋଡ଼ି ହୋଇ ରହିଛନ୍ତି। ଏଭଳି ଘଟଣା ଭାରତୀୟ ଇତିହାସରେ ପ୍ରଥମ ଥର ହୋଇଛି। ସେ ଆହୁରି ମଧ୍ୟ କହିଥିଲେ କି, ଆମ ସମସ୍ତଙ୍କୁ ମିଳିମିଶି କାର୍ଯ୍ୟ କରିବାର ଅଛି। ରାଜ୍ୟବାସୀ ବିଶ୍ୱାସର ସହ ରାଜ୍ୟରେ ସରକାର ଗଠନ କରିଥିଲେ। ସେମାନଙ୍କ ଭରଷା ଓ ବିଶ୍ୱାସକୁ ବଜାୟ ରଖିବା ପାଇଁ ଆମର ଦାୟିତ୍ୱ। ସୁଶାସନକୁ ବଜାୟ ରଖିବା ସହିତ କୋରୋନା ସହିତ ଲଢିବା ଆମର କର୍ତ୍ତବ୍ୟ ବୋଲି ସେ କହିଥିଲେ। 


ସେ ଆହୁରି ମଧ୍ୟ କହିଥିଲେ କି ଏହି ବିଜୟ କେବଳ ଆମର ନୁହେଁ, ସମଗ୍ର ରାଜ୍ୟବାସୀଙ୍କର ବିଜୟ। ସମଗ୍ର ରାଜ୍ୟର ବାସିନ୍ଦା ଆମ ବିଧାୟକଙ୍କୁ ଫୋଲ କରି ବ୍ୟକ୍ତିଗତ ସ୍ତରରେ ଶୁଭେଚ୍ଛା ଜଣାଇଛନ୍ତି।  ରାଜ୍ୟରେ ଗୋଟିଏ ସ୍ଥିର ସରକାର ଆବଶ୍ୟକ ରହିଛି। ସ୍ଥିର ସରକାର ରହିଲେ ରାଜ୍ୟରେ ଉନ୍ନତିର ବେଗ ଦ୍ୱିଗୁଣିତ ହୋଇଥାଏ ବୋଲି ସେ କହିଛନ୍ତି। ରାଜନୈତିକ ହଟଚମଟ ମଧ୍ୟରେ ବିଧାୟକଙ୍କ ଅସନ୍ତୋଷ ସ୍ୱାଭାବିକ ବୋଲି ସେ କହିଛନ୍ତି। ଗେହଲୋତ ଆହୁରି ମଧ୍ୟ କହିଛନ୍ତି କି, ଯେଉଁଭଳି ଭାବରେ ସେମାନେ ଉଷ୍ମ ରାଜନୈତିକ ପାଣିପାଗ ମଧ୍ୟରେ ହୋଟେଲରେ ରହିଥିଲେ ତାହା ନିଶ୍ଚିତ ଭାବେ ନିନ୍ଦନୀୟ ଘଟଣା। କିନ୍ତୁ ଏ ସବୁ ଘଟଣା ସମ୍ପର୍କରେ ମୁଁ ବିଧାୟକମାନଙ୍କ ସହିତ ଆଲୋଚନା କରି ସମାଧାନ କରିଦେଇଛି ବୋଲି ସେ କହିଥିଲେ। 


ଅଧିକ ପଢନ୍ତୁ: ଆସିଲା ବଡ଼ ଖବର, ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହିସବୁ ଟ୍ରେନ ବାତିଲ