ଋଷୀୟ ଭ୍ୟାକସିନକୁ କିଣିବ କି ଭାରତ; କ’ଣ କହୁଛନ୍ତି ଏକ୍ସପର୍ଟ ?
Advertisement
Article Detail0/zeeodisha/odisha727416

ଋଷୀୟ ଭ୍ୟାକସିନକୁ କିଣିବ କି ଭାରତ; କ’ଣ କହୁଛନ୍ତି ଏକ୍ସପର୍ଟ ?

'Sputnik V' ଭ୍ୟାକସିନକୁ କିଣିବା ପାଇଁ ଇଚ୍ଛା ରଖିଥିବା ରାଷ୍ଟ୍ର ହେଉଛନ୍ତି ଭାରତ, ସାଉଦି ଆରବ, ଇଣ୍ଡୋନେସିଆ, ଫିଲିପାଇନ୍ସ, ବ୍ରାଜିଲ୍ ଓ ମେକ୍ସିକୋ ।

ଋଷୀୟ ଭ୍ୟାକସିନକୁ କିଣିବ କି ଭାରତ; କ’ଣ କହୁଛନ୍ତି ଏକ୍ସପର୍ଟ ?

ଶୁଭଶ୍ରୀ ମହାପାତ୍ର,ଭୁବନେଶ୍ୱର: ବିଶ୍ୱକୁ କୋରୋନା ମହାମାରୀରୁ ରକ୍ଷା କରିବା ପାଇଁ ଋଷ ଆଣିଲା ଭ୍ୟାକସିନ୍ । ମଙ୍ଗଳବାର ଏସମ୍ପର୍କରେ ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍ ଘୋଷଣା କରିଛନ୍ତି । ବିଶ୍ୱର ପ୍ରମୁଖ ରାଷ୍ଟ୍ର ଗୁଡ଼ିକ ଭ୍ୟାକସିନ ପାଇଁ ଟ୍ରାୟଲ କରୁଥିବା ବେଳେ, ସର୍ବ ପ୍ରଥମେ ରଷର ଗାମେଲ୍ୟା ଇନଷ୍ଟିଚ୍ୟୁଟରେ ବିକଶିତ ହୋଇଛି କୋରୋନା ଟୀକା । ନିଜର ଦୁଇ ଝିଅଙ୍କ ମଧ୍ୟରୁ ଜଣକୁ ଏହି ଟୀକା ଦିଆଯାଇଥିବା ଋଷ ରାଷ୍ଟ୍ରପତି ଉଲ୍ଲେଖ କରିଛନ୍ତି । କାରଣ ତାଙ୍କ ଝିଅ କୋରୋନାରେ ଆକ୍ରାନ୍ତ ଥିଲେ । COVID-19କୁ ମାତ୍ ଦେବା ପାଇଁ ଏହା ପ୍ରଭାବୀ ଢଙ୍ଗରେ କାମ କରୁଛି, ରୋଗ ପ୍ରତିରୋଧକ ଶକ୍ତିକୁ ସ୍ଥାୟୀ ଭାବେ ବୃଦ୍ଧି କରୁଥିବା ପୁଟିନ୍ କହିଛନ୍ତି । ପୁଟିନଙ୍କ ଏଭଳି ଘୋଷଣା ପରେ ବିଶ୍ୱବ୍ୟାପୀ ଏକ୍ସପର୍ଟଙ୍କ ଭିନ୍ନ ଭିନ୍ନ ମତ ପ୍ରକାଶ ପାଉଛି ।  

AIIMS (ଦିଲ୍ଲୀ)ର ନିର୍ଦ୍ଦେଶକ ଡ଼ା.ରଣଦୀପ ଗୁଲେରିଆ କହିଛନ୍ତି, ଋଷ ଆଣିଥିବା ଭ୍ୟାକସିନକୁ ବିଭିନ୍ନ ଦୃଷ୍ଟିକୋଣରୁ ବିଚାର କରାଯିବ । ମୁଖ୍ୟତଃ ଏହା କେତେ ସୁରକ୍ଷିତ ଓ ପ୍ରଭାବଶାଳୀ ରହିଛି, ଦେଖିବାକୁ ପଡ଼ିବ । 

ସେପଟେ ଜର୍ମାନୀର ୟୁନିଭରସିଟି ହସ୍ପିଟାଲରେ ରିସର୍ଚ୍ଚ କରୁଥିବା ପିଟର କ୍ରେମସନର କହିଛନ୍ତି, ଭ୍ୟାକସିନ ଉପରେ ଅନ୍ତିମ ନିଷ୍ପତ୍ତି ନେବା ପୂର୍ବରୁ ବଡ଼ ସଂଖ୍ୟାରେ ଟେଷ୍ଟିଂର ଆବଶ୍ୟକତା ରହୁଛି । ଏପର୍ଯ୍ୟନ୍ତ ଋଷିଆ କ୍ଷେତ୍ରରେ ସେଭଳି କିଛି ଦେଖିବାକୁ ମିଳିନାହିଁ । ତେଣୁ ଏହି ଭ୍ୟାକସିନକୁ ଗ୍ରହଣ କରିବା ପୂର୍ବରୁ ବିଚାର ବିମର୍ଷର ଆବଶ୍ୟକତା ରହିଛି । କ୍ୟୋରୋବେକ୍ ନାମକ କୋରୋନା ଭ୍ୟାକସିନ ଉପରେ ଏବେ ମଧ୍ୟ ଜର୍ମାନୀ କ୍ଲିନିକାଲ୍ ଟ୍ରାଏଲ୍ ଜାରି ରଖିଛି ।  

ଶୀର୍ଷ ଆମେରିକା ସଂକ୍ରାମକ ରୋଗ ଅଧିକାରୀ ଡ଼ା.ଏନ୍ଥୋନି ଫୋନ୍ସୀ କହିଛନ୍ତି ଯେ, ଋଷର ଭ୍ୟାକସିନ ବ୍ୟାପକ ପ୍ରୟୋଗ ପାଇଁ ପ୍ରସ୍ତୁତ ହୋଇ ସାରିଥିବା ତାଙ୍କ ଗୋଚରରେ ନାହିଁ । ତଥାପି ଆଶା କରାଯାଉଛି ଏହି ଭ୍ୟାକସିନ୍ ନିଶ୍ଚିତ ରୂପେ ସୁରକ୍ଷିତ ଓ ପ୍ରଭାବଶାଳୀ ହୋଇଥିବ । ତେବେ ଆମେରିକାର ମଡ଼ର୍ଣ୍ଣା କମ୍ପାନୀ ଭ୍ୟାକ୍ସିନ ଏମ୍‌ଆର୍‌ଏନ୍‌ଏ-୧୨୭୩ ଉପରେ ପରୀକ୍ଷଣ ଜାରି ରଖିଛି ।  

ସେପଟେ ଋଷର ଭ୍ୟାକସିନ୍ ସମ୍ବନ୍ଧିତ ୱେବସାଇଟ ଉଲ୍ଲେଖ କରିଛି ଯେ, 'Sputnik V' ଭ୍ୟାକସିନକୁ କିଣିବା ପାଇଁ ୨୦ଟି ଦେଶ ପ୍ରି-ବୁକିଂ କରି ସାରିଛନ୍ତି । ଋଷ ଡାଇରେକ୍ଟ investment fund (RDIF) ଭ୍ୟାକସିନକୁ ବଡ଼ ଆକାରରେ ତିଆରି ଓ ବ୍ୟାପକ ମାତ୍ରାରେ ବିଦେଶରେ ପ୍ରମୋଟ କରିବାକୁ ଚିନ୍ତା କରିଛି। 

ଆହୁରି ପଢ଼ନ୍ତୁ; ଭ୍ୟାକସିନ କରିଛି ନା ଭୂଆଁ ବୁଲାଉଛି ଋଷ ? ଜାଣନ୍ତୁ, ପରଦା ପଛର ଅସଲ କାହାଣୀ
 
'Sputnik V' ଭ୍ୟାକସିନକୁ କିଣିବା ପାଇଁ ଇଚ୍ଛା ରଖିଥିବା ରାଷ୍ଟ୍ର ହେଉଛନ୍ତି ଭାରତ, ସାଉଦି ଆରବ, ଇଣ୍ଡୋନେସିଆ, ଫିଲିପାଇନ୍ସ, ବ୍ରାଜିଲ୍ ,ମେକ୍ସିକୋ ଆଦି ଦେଶ ରହିଛନ୍ତି  ।
 
ଜାନୁଆରୀରୁ ଋଷରେ ସର୍ବ ସାଧାରଣ ପାଇଁ ଭ୍ୟାକସିନ୍ ପ୍ରୟୋଗ କରାଯିବ । ପ୍ରଥମେ କୋରୋନା ଯୋଦ୍ଧାଙ୍କ କ୍ଷେତ୍ରରେ ଏହାକୁ ପ୍ରୟୋଗ କରାଯିବ । ଡ଼ାକ୍ତର, ନର୍ସ, ସ୍ୱାସ୍ଥ୍ୟକର୍ମୀ ଓ ଶିକ୍ଷକ ଏଥିରେ ରଖାଯାଇଛି । 

ଯଦି ଋଷ ତରଫରୁ ଦିଆଯାଇଥିବା ପ୍ରତିଶ୍ରୁତି ସତ ସାବ୍ୟସ୍ତ ହୁଏ, କିମ୍ବା WHO ତରଫରୁ ଭ୍ୟାକସିନକୁ ମଞ୍ଜୁରୀ ମିଳେ, ତେବେ ଦୁନିଆ ପାଇଁ ଏହା ଏକ ବରଦାନ ସଦୃଶ ହେବ । 

ଋଷରେ କୋଭିଡ଼ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷରୁ ଅଧିକ ରହିଛି । ୧୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଅଧିକ କୋରୋନା ଟେଷ୍ଟ ହୋଇଥିବା ଦେଶ ମଧ୍ୟରେ ଋଷର ନାଁ ରହିଛି । ଆପଣଙ୍କର ମନେ ଥିବ ଋଷ ପ୍ରଧାନମନ୍ତ୍ରୀଙ୍କ ସମେତ କ୍ୟାବିନେଟର ଅନ୍ୟ କିଛି ସଦସ୍ୟ ମଧ୍ୟ କୋରୋନାରେ ଆକ୍ରାନ୍ତ ହୋଇଥିଲେ ।