ଆସିଲା ବଡ଼ ଖବର, ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହିସବୁ ଟ୍ରେନ ବାତିଲ
Advertisement
Article Detail0/zeeodisha/odisha727377

ଆସିଲା ବଡ଼ ଖବର, ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଏହିସବୁ ଟ୍ରେନ ବାତିଲ

ରେଳ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ଏକଥା ମଧ୍ୟ କୁହାଯାଇିଛି, ପୂର୍ବ ନିର୍ଦ୍ଧାରିତ ଗନ୍ତବ୍ୟ ସ୍ଥଳକୁ ଚାଲୁଥିବା ୨୩୦ ସ୍ପେଶାଲ ଟ୍ରେନରେ କୌଣସି ପ୍ରକାର ପରିବର୍ତ୍ତନ କରାଯାଇନାହିଁ ।

ପ୍ରତୀକାତ୍ମକ ଫଟୋ

ନୂଆଦିଲ୍ଲୀ: ସମସ୍ତ ନିୟମିତ ପାସେଞ୍ଜର ଟ୍ରେନ (Regular Passenger Trains) ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍ଥଗିତ ରହିବ । ଭାରତୀୟ ରେଲବାଇ (Indian Railways) ଏନେଇ ନିଷ୍ପତ୍ତି ନେଇଛି । ଅନ୍ୟପଟେ ୨୩୦ ସ୍ପେଶାଲ ଟ୍ରେନ (Special Trains) ଚାଲୁ ରହିବ ବୋଲି ସ୍ପଷ୍ଟ କରାଯାଇଛି । କୋରୋନା ସଂକ୍ରମଣକୁ ଆଖି ଆଗରେ ରଖି ଏପରି ନିର୍ଦ୍ଦେଶ ଜାରି କରାଯାଇଥିବା ଭାରତୀୟ ରେଳବାଇ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି । 

ରେଳ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ଏକଥା ମଧ୍ୟ କୁହାଯାଇିଛି, ପୂର୍ବ ନିର୍ଦ୍ଧାରିତ ଗନ୍ତବ୍ୟ ସ୍ଥଳକୁ ଚାଲୁଥିବା ୨୩୦ ସ୍ପେଶାଲ ଟ୍ରେନରେ କୌଣସି ପ୍ରକାର ପରିବର୍ତ୍ତନ କରାଯାଇନାହିଁ । ସେହିପରି ଅତ୍ୟାବଶ୍ୟକ କାମରେ ନିୟୋଜିତ ଲୋକଙ୍କ ପାଇଁ ମୁମ୍ବାଇରେ ଚାଲୁଥିବା ଲୋକାଲ ଟ୍ରେନ(Local Trains)  ମଧ୍ୟ ସାମିଲ ରହିଛି । ଅର୍ଥାତ ଏହି ସେବାରେ ମଧ୍ୟ କୌଣସି ପରିବର୍ତ୍ତନ କରାଯାଇନାହିଁ । 

ରେଲୱେ ଆହୁରି ମଧ୍ୟ କହିଛି, ସ୍ପେଶାଲ ଟ୍ରେନରେ ଯାତ୍ରୀଙ୍କ ସଂଖ୍ୟା ଉପରେ ନିୟମିତ ନଜର ରଖାଯାଉଛି । ତେଣୁ ଆବଶ୍ୟକତା ଆଧାରରେ ଅତିରିକ୍ତ ସ୍ପେଶାଲ ଟ୍ରେନ ମଧ୍ୟ ଚଳାଇବା ନେଇ ନିଷ୍ପତ୍ତି ନିଆଯିବ । ଯଦି କୌଣସି ରୁଟରେ ଯାତ୍ରୀ ସଂଖ୍ୟା ବଢ଼ିବେ, ତେବେ ସେହି ରୁଟରେ ଅତିରିକ୍ତ ସ୍ପେଶାଲ ଟ୍ରେନ ଚଳାଚଳ ନେଇ ନିଷ୍ପତ୍ତି ହେବ । ଅନ୍ୟପଟେ ଲକଡାଉନ ପୂର୍ବରୁ ଚାଲୁଥିବା ନିୟମିତ ପାସେଞ୍ଜର ଟ୍ରେନ ଓ ଲୋକାଲ ଟ୍ରେନ ପରବର୍ତ୍ତୀ ନୋଟିସ ପର୍ଯ୍ୟନ୍ତ ବନ୍ଦ ରହିବ ବୋଲି ଏଥିରେ କୁହାଯାଇଛି । 

କହିରଖୁଛୁ, ଏହା ପୂର୍ବରୁ ସମସ୍ତ ରେଳ ସେବାକୁ ୧୨ ଅଗଷ୍ଟ ପର୍ଯ୍ୟନ୍ତ ରେଳ ବିଭାଗ ସ୍ଥଗିତ ରଖିଥିଲା । ଆଉ ଏବେ ଏହାକୁ ପୁଣି ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।