Lava Ramayana Arrest: ନିଜର ପରିଚୟ ବଢାଇବା ପାଇଁ ଏବେ ନିଆଯାଇଛି ସୋସିଆଲ ମିଡି଼ଆ ରୀଲ୍ସ ସାହାରା। ଏବେ ଫେସବୁକ କିମ୍ବା ଇନଷ୍ଟାଗ୍ରାମ ରିଲ୍ସ ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି। ଏହି ରୀଲ୍ସ ବନାଇବାରୁ ବାଦ ପଡୁନାହାଁନ୍ତି  ସେଲିବ୍ରିଟି ଠାରୁ ଆରମ୍ଭ କରି ସାଧାରଣ ଜନତା। ହେଲେ ବେଳେ ବେଳେ ରୀଲ୍ସ ବନାଇବା ଭାରୀ ପଡି ଯାଇଥାଏ। 


COMMERCIAL BREAK
SCROLL TO CONTINUE READING

ସଦ୍ୟ ମହାରାଷ୍ଟ୍ରରେ (Maharashtra) ଦେଖିବାକୁ ମିଳିଛି ଏହାର ଉଦାହରଣ। ଏଠାରେ ଜଣେ ବ୍ୟକ୍ତିଙ୍କ ପାଇଁ ରୀଲ୍ସ (reels) ତିଆରି କରିବା ଭାରୀ ପଡ଼ିଯାଇଛି। ରିଲ୍ସ ବନାଇବା କାରଣରୁ ସମ୍ପୃକ୍ତ ବ୍ୟକ୍ତିଙ୍କ ଜେଲ ଯିବାକୁ ପଡିଛି। ରୀଲ୍ସ ତିଆରି କରି ଜେଲ ଯାଇଥିବା ବ୍ୟକ୍ତି ହେଉଛନ୍ତି ସୁରେନ୍ଦ୍ର ପାଟିଲ୍ (Surendra Patil)। ସେ ରୀଲ୍ସ ତିଆରି କରିବାରେ ଏତେ ପାଗଳ ଥିଲେ ଯେ ଏଥିପାଇଁ ସେ ପୋଲିସ ଥାନାରେ ପହଞ୍ଚି ଯାଇଥିଲେ। ଥାନାରେ ସେ ପୋଲିସ ଚେୟାର ଉପରେ ବସି ଆରାମରେ ରୀଲ୍ସ ବନାଇଥିଲେ। ତାଙ୍କର ଅନେକ ରୀଲ୍ସ ରେ ଟେବୁଲ ଉପରେ ଟଙ୍କା ସହିତ ଖଣ୍ଡା ଏବଂ ବନ୍ଧୁକ ରଖାଯାଇଥିବାର ଦେଖିବାକୁ ମିଳୁଛି। ଭିଡିଓ ବନାଇବା ପରେ ଏହା ଭାଇରାଲ ହୋଇଯାଇଥିଲା। 


ଏହି ରୀଲ୍ସ ଭିଡିଓ ଭାଇରାଲ ହେବା ପରେ ପୋଲିସ ୫୦ ବର୍ଷୀୟ ସୁରେନ୍ଦ୍ର ପାଟିଲ୍ ନାମକ ସେହି ବ୍ୟକ୍ତିଙ୍କୁ ଗିରଫ କରିଛି। ଗିରଫ ପରେ ତାଙ୍କୁ କଲ୍ୟାଣ ସ୍ଥିତ ଅଦାଲତରେ ହାଜର କରାଯାଇଥିଲା। ସୋସିଆଲ ମିଡିଆରେ ସୁରେନ୍ଦ୍ର ପାଟିଲଙ୍କ ହଜାର ହଜାର ସଂଖ୍ୟାରେ  ଫଲୋର୍ସ ଅଛନ୍ତି। ଏହା ପୂର୍ବରୁ ସୁରେନ୍ଦ୍ରଙ୍କୁ ଅନ୍ୟ ଏକ ମାମଲାରେ ଜେରା କରିଥିଲା ପୋଲିସ। ଏନେଇ କୁହାଯାଉଛି ଯେ ସେହି ସମୟରେ ସୁରେନ୍ଦ୍ର ଏହି ଭାଇରାଲ ରୀଲ୍ସ ତିଆରି କରିଥିଲେ। ଏହି ଭାଇରାଲ୍ ରୀଲ୍ସ ପଛରେ ବ୍ୟାକଗ୍ରାଉଣ୍ଡ୍ ମ୍ୟୁଜିକ୍ ମଧ୍ୟ ରହିଛି। ଯେଉଁଥିରେ କୁହାଯାଉଛି ଯେ "ଯଦି ରାଣୀ ସେଠାରେ ନାହାଁନ୍ତି, ତାହେଲେ କଣ ହେଲା, ଏହି ରାଜା ଆଜି ମଧ୍ୟ ଲକ୍ଷ ଲକ୍ଷ ହୃଦୟରେ ରାଜ କରୁଛି। " 


Also Read: Uttar Pradesh: Instagram Reel ବନାଇବାକୁ ମନା କରିବାକୁ ଥାନାରେ ଉନ୍ମୁକ୍ତ କାଣ୍ଡ କରି ବସିଲେ ମହିଳା


ସୁରେନ୍ଦ୍ର ପାଟିଲଙ୍କ ବିରୋଧରେ ମାମଲା ୩୩୬, ୧୭୦, ୫୦୦ ସହ ଅନ୍ୟାନ୍ୟ ଧାରାରେ ମାମଲାରେ ପଞ୍ଜୀକୃତ କରାଯାଉଛି। ଆମେ ଆପଣଙ୍କୁ ଯେଉଁ ସୁରେନ୍ଦ୍ର ପାଟିଲଙ୍କ କଥା କହୁଛି ତାଙ୍କର ପୁରୁଣା ଲୋକପ୍ରିୟତା ରହିଛି। ଆପଣ ନିଶ୍ଚୟେ ରାମାନନ୍ଦ ସାଗରଙ୍କ ରାମାୟଣ (Ramanand Sagar Ramayan) ଦେଖିଥିବେ। ଏହି କାର୍ଯ୍ୟକ୍ରମରେ ସୁରେନ୍ଦ୍ର ଲବ (Lava) ଭୂମିକାରେ ଅଭିନୟ କରିଛନ୍ତି। ବୃତ୍ତି ଅନୁଯାୟୀ ସୁରେନ୍ଦ୍ର ପାଟିଲ ଜଣେ ବିଲଡର୍। ସେ ପ୍ରାୟତଃ ଏପରି ରୀଲ୍ସ ତିଆରି କରିଥାନ୍ତି। ଅନେକ ସମୟରେ ସେ ଏପରି ଅନେକ ଭିଡିଓ କରିଥାନ୍ତି। ଯେଉଁଥରେ ଟଙ୍କା ରଖାଯାଇଥିବାର ଦେଖିବାକୁ ମିଲିଥାଏ। ବିଭିନ୍ନ ପୋଲିସ ଥାନାରେ ସୁରେନ୍ଦ୍ରଙ୍କ ବିରୋଧରେ ମୋଟ ସାତଟି ମାମଲା ରୁଜୁ ହୋଇଛି।