Uttar Pradesh: Instagram Reel ବନାଇବାକୁ ମନା କରିବାକୁ ଥାନାରେ ଉନ୍ମୁକ୍ତ କାଣ୍ଡ କରି ବସିଲେ ମହିଳା
Advertisement
Article Detail0/zeeodisha/odisha1359957

Uttar Pradesh: Instagram Reel ବନାଇବାକୁ ମନା କରିବାକୁ ଥାନାରେ ଉନ୍ମୁକ୍ତ କାଣ୍ଡ କରି ବସିଲେ ମହିଳା

Instagram Reel News:  Instagram Reel ବନାଇବାକୁ ମନା କରିବା ପରେ ଜଣେ ମହିଳା ଏଭଳି କାଣ୍ଡ କରିଛନ୍ତି ଯାହାକୁ ଶୁଣିଲେ ଆପଣ ସହଜେ ବିଶ୍ୱାସ କରିବେ ନାହିଁ। 

Uttar Pradesh: Instagram Reel ବନାଇବାକୁ ମନା କରିବାକୁ ଥାନାରେ ଉନ୍ମୁକ୍ତ କାଣ୍ଡ କରି ବସିଲେ ମହିଳା

Lady Constable beaten by Woman: ଉତ୍ତର ପ୍ରଦେଶ ଫାର୍ରୁଖାବାଦ ଜିଲ୍ଲାରୁ ଆସିଛି ଏକ ଆଶ୍ଚର୍ଯ୍ୟ କରିବା ଭଳି ଖବର। Instagram Reel ବନାଇବାକୁ ମନା କରିବା ପରେ ଏଠାରେ ଜଣେ ମହିଳା ତାଙ୍କର ଦୁଇ ସାନ ଭାଇଙ୍କୁ ଗଳା କାଟି ହତ୍ୟା କରିବାକୁ ପଛେଇ ନାହାଁନ୍ତି। ଭାଇଙ୍କ ଅଭିଯୋଗ କ୍ରମେ ପୋଲିସ ସମ୍ପୃକ୍ତ ମହିଳାଙ୍କୁ ଗିରଫ କରିଛି। ଏନେଇ କୁହାଯାଉଛି ଯେ ମହିଳା ଜଣକ ଥାନାରେ ଜଣେ ମହିଳା ପୋଲିସ କନଷ୍ଟେବଳ ଙ୍କୁ ମଧ୍ୟ ମାଡ଼ ମାରିବାକୁ ପଛେଇ ନାହାନ୍ତି। କେବଳ ଏତିକି ନୁହେଁ  ମହିଳା ଜଣକ ତାଙ୍କ ୟୁନିଫର୍ମ  ଫାଡ଼ି ଦେବା ସହ ପୋଲିସ ଷ୍ଟେସନ ଦାୟିତ୍ୱରେ ଥିବା ଅଧିକାରୀଙ୍କ ସହ ଦୁର୍ବ୍ୟବହାର କରିବାକୁ ପଛେଇ ନାହାଁନ୍ତି।

ଏନେଇ ପୋଲିସ ପକ୍ଷରୁ କୁହାଯାଇଛି ଯେ, ଆକାଶ ରାଜପୁତ ତାଙ୍କ ବଡ଼ ଭାଇ ଜୟକିଶନ ରାଜପୁତଙ୍କ ସହ ଫର୍ରୁଖାବାଦ ମଉ ଦରୁୱାଜା ଥାନାରେ ପହଞ୍ଚି ତାଙ୍କ ଭଉଣୀଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ, ତାଙ୍କ ବଡ଼ ଭଉଣୀ ଆରତୀ ତାଙ୍କୁ ଗଳା କାଟି ହତ୍ୟା କରିବାକୁ ଚେଷ୍ଟା କରୁଥିବା କହିଥିଲେ। ଅଭିଯୋଗକାରୀ ଆକାଶ କହିଛନ୍ତି ଯେ ତାଙ୍କ ଭଉଣୀ ଆରତୀଙ୍କୁ ରିଲ ବନାଇ ଇନଷ୍ଟାଗ୍ରାମ ରେ ଏହାକୁ ଅପଲୋଡ୍ କରିବାରେ ନିଶା ଲାଗି ଯାଇଛି। ବର୍ତ୍ତମାନ ତାଙ୍କ ଭଉଣୀଙ୍କ ଏହି ନିଶା ଟିକିଏ ଅଧିକ ବଢିଯାଇଛି।  ସେ ଇନଷ୍ଟାଗ୍ରାମ ରେ ନିର୍ବୋଧଙ୍କ ଭଳି ଭିଡିଓ ପୋଷ୍ଟ କରି ଚାଲିଛନ୍ତି। ହେଲେ ପରିବାର ଲୋକେ ଏହାକୁ ପସନ୍ଦ କରନ୍ତି ନାହିଁ। ହେଲେ ଏହି ମାମଲା ଏତେ ବଢିଗଲା ଯେ ତାଙ୍କ ସାଙ୍ଗ ତାଙ୍କୁ ଥଟ୍ଟା କରିବା ସହ ତାଙ୍କ ଭଉଣୀକୁ ମଜାକ ଉଡ଼ାଇବା ଆରମ୍ଭ କଲେ।

ଆକାଶଙ୍କ କହିବା ଅନୁଯାୟୀ, ଯେତେବେଳେ ସେ ତାଙ୍କ ଭଉଣୀ ଆରତୀଙ୍କୁ ଏପରି ଭିଡିଓ ରିଲ୍  ବନାଇବାକୁ ମନା କରିଥିଲେ, ସେତେବେଳେ ସେ କ୍ରୋଧିତ ହୋଇ ତାଙ୍କ ଉପରେ ଆକ୍ରମଣ କରିଥିଲେ। ତାଙ୍କ ଭଉଣୀ ତାଙ୍କ ଗଳା କାଟି ତାଙ୍କୁ ହତ୍ୟା କରିବାକୁ ଚେଷ୍ଟା କରିଥିଲେ। ଯେତେବେଳେ ତାଙ୍କ ଭାଇ ଜୟକିଶନ୍ ତାଙ୍କୁ ବଞ୍ଚାଇବାକୁ ଆସିଲେ, ସେତେବେଳେ ଆରତୀ, ଜୟକିଶନଙ୍କ ସହ ମାରପିଟ କରିଥିଲେ। 

ଆକାଶ କହିଛନ୍ତି ଯେ ଭଉଣୀ ଆରତୀ ମଧ୍ୟ ତାଙ୍କ ପିତା ବାଦାମ ସିଂହଙ୍କ ସହ ଦୁର୍ବ୍ୟବହାର କରିଛନ୍ତି। ଏହି ଅଭିଯୋଗ ପାଇବା ପରେ ମଉ ଦରୁୱାଜା ଥାନା ପ୍ରଭାରୀ ଜଣେ ମହିଳା କନଷ୍ଟେବଳ ଏବଂ ଜଣେ ହୋମଗାର୍ଡ ଙ୍କୁ ଆରତୀଙ୍କୁ ପୋଲିସ ଷ୍ଟେସନ ଆଣିବା ପାଇଁ ପଠାଇଥିଲେ। ଥାନାରେ ପହଞ୍ଚିବା ପରେ ଆରତୀ ସେଠାରେ ହାଇ ଭୋଲଟେଜ ଡ୍ରାମା ମଧ୍ୟ ପ୍ରଦର୍ଶନ କରିଥିଲେ। ସେଠାରେ ସେ ତାଙ୍କ ଭାଇ ଆକାଶଙ୍କୁ ଦେଖି ତାଙ୍କୁ ଆକ୍ରମଣ କରିଥିଲେ। ଯେତେବେଳେ ମହିଳା କନଷ୍ଟେବଳ ତାଙ୍କୁ ବୁଝାଇବା ପାଇଁ ଚେଷ୍ଟା କଲେ, ସେତେବେଳେ ସେ ତାଙ୍କ ସହ ମାରପିଟ କରି ତାଙ୍କ ୟୁନିଫର୍ମ ଫାଡ଼ି ଦେଇଥିଲେ।

ଏହି ଘଟଣାରେ ପ୍ରତିକ୍ରିୟା ରଖି ଇନ୍ସପେକ୍ଟର ଅମୋଦ କୁମାର ସିଂହ କହିଛନ୍ତି ଯେ ଆରତୀଙ୍କ ବିରୋଧରେ ଦୁଇଟି ମାମଲା ରୁଜୁ ହୋଇଛି। ଗୋଟିଏ ଆଇପିସି ଧାରା ୩୦୭ ହତ୍ୟା ଉଦ୍ୟମ ଏବଂ ଅନ୍ୟଟି ମହିଳା କନଷ୍ଟେବଳଙ୍କୁ ପିଟିବା, ୟୁନିଫର୍ମ ଫାଡି଼ ଦେବା ସରକାରୀ କାର୍ଯ୍ୟରେ ବାଧା ସୃଷ୍ଟି କରିବା ଅଭିଯୋଗରେ ଅଭିଯୋଗ ଦାଏର କରାଯାଇଛି। ଆରତୀଙ୍କୁ ଜେଲ ପଠାଯାଇଛି।