ନୂଆଦିଲ୍ଲୀ: ଯଦି ଆପଣ ମଧ୍ୟ ଡିଜିଟାଲ୍ (Digital Transaction) କାରବାର କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ରହିଛି । କୋଟି କୋଟି ଗ୍ରାହକଙ୍କ ପାଇଁ ଆରବିଆଇ (Reserve Bank of India)  ଏକ ସତର୍କ ସୂଚନା ଜାରି କରିଛି । RBI କହିଛି ଯେ, ମେ ୨୩ରେ କିଛି ଘଣ୍ଟା ପାଇଁ NEFT ସେବା କାମ କରିବ ନାହିଁ, ତେଣୁ ଆପଣ ନିଜର କାମକୁ ଆଗୁଆ ସାରିନିଅନ୍ତୁ । ଯଦି ଆପଣ ଏହି ସମୟ ସୀମା ମଧ୍ୟରେ କାହାକୁ ଟଙ୍କା ଟ୍ରାନ୍ସଫର କରିବାକୁ ଚାହାଁନ୍ତି । ତେବେ ଏହାକୁ ଆଗୁଆ କରନ୍ତୁ, ଯାହାଫଳରେ ଆପଣଙ୍କୁ କୌଣସି ଅସୁବିଧାର ସାମ୍ନା କରିବାକୁ ପଡ଼ିବ ନାହିଁ । ଟ୍ୱିଟ୍ କରି RBI ଏ ସମ୍ପର୍କରେ ସୂଚନା ଦେଇଛି ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ୧୧ ହଜାରରୁ ଉର୍ଦ୍ଧ୍ୱ କୋରୋନା ଆକ୍ରାନ୍ତ


ଆମେ ଆପଣଙ୍କୁ କହି ରଖୁଛୁ ଯେ ନ୍ୟାସନାଲ ଇଲେକ୍ଟ୍ରୋନିକ୍ ଫଣ୍ଡ ଟ୍ରାନ୍ସଫର ସିଷ୍ଟମ (NEFT) ହେଉଛି ଏକ ପେମେଣ୍ଟ ସିଷ୍ଟମ ଯାହା ସମଗ୍ର ଦେଶରେ ଚାଲିଥାଏ । ଯେଉଁଥିରେ ଗୋଟିଏ ବ୍ୟାଙ୍କ ଆକାଉଣ୍ଟରୁ ଅନ୍ୟ ବ୍ୟାଙ୍କକୁ ଟଙ୍କା ଟ୍ରାନ୍ସଫର ହୋଇଥାଏ । NEFT ମାଧ୍ୟମରେ ଗ୍ରାହକମାନେ କିଛି ମିନିଟ୍ ମଧ୍ୟରେ ଟଙ୍କା ଟ୍ରାନ୍ସଫର କରିପାରିବେ । ଦେଶର ଯେକୌଣସି ବ୍ୟାଙ୍କ ଶାଖାରେ ଏହି ସୁବିଧା ମାଧ୍ୟମରେ ଆପଣ ଟଙ୍କା ଟ୍ରାନ୍ସଫର କରିପାରିବେ ।


ଅଧିକ ପଢ଼ନ୍ତୁ:-ଏହି ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ମିଳିବ ଭରପୂର ଲାଭ!


ଆରବିଆଇ କରିଛି ଟ୍ୱିଟ୍



RBI ତରଫରୁ କରାଯାଇଥିବା ଏକ ଟ୍ୱିଟରେ କୁହାଯାଇଛି ଯେ, ମେ ୨୨ରେ ବ୍ୟାଙ୍କର କାର୍ଯ୍ୟ ଶେଷ ହେବା ପରେ ଟେକ୍ନିକାଲ ଅପଗ୍ରେଡେଶନ ପାଇଁ NEFT ମେ ୨୩ରେ ୦୦:୦୧ରୁ ୧୪:୦୦ (ରାତି ୧୨ଟା ରୁ ଦିନ ୨ଟା ପର୍ଯ୍ୟନ୍ତ)  ପର୍ଯ୍ୟନ୍ତ କାମ କରିବ ନାହିଁ, କିନ୍ତୁ RTGS ସୁବିଧା ସୂଚାରୁ ରୂପେ କାର୍ଯ୍ୟ ଜାରି ରଖିବ । 


କୌଣସି ସର୍ବନିମ୍ନ ସୀମା ନାହିଁ 


ମୁଁ ଆପଣଙ୍କୁ କହି ରଖୁଛୁ ଯେ, NEFT ମାଧ୍ୟମରେ ଫଣ୍ଡ ଟ୍ରାନ୍ସଫର କରିବାର କୌଣସି ସର୍ବନିମ୍ନ ସୀମା ନାହିଁ, ଅର୍ଥାତ୍ ଆପଣ ଯେକୌଣସି ପରିମାଣର ଟଙ୍କା ଟ୍ରାନ୍ସଫର କରିପାରିବେ । ଅନ୍ୟପଟେ ଯଦି ଆପଣ ସର୍ବାଧିକ ସୀମା ବିଷୟରେ କହିବେ, ତେବେ ବ୍ୟାଙ୍କ ହିସାବରେ ଏହା ଅଲଗା ଅଲଗା ହୋଇପାରେ ।


RTGS ଓ IMPS ରୁ କେତେ ଟଙ୍କା ହୋଇଥାଏ ଟ୍ରାନ୍ସଫର


NEFT ବ୍ୟତୀତ ଗ୍ରାହକମାନେ RTGS ଏବଂ IMPS ((Immediate Payment Service) ବ୍ୟବହାର କରି ଟଙ୍କା ଟ୍ରାନ୍ସଫର କରିପାରିବେ । RTGS ବିଷୟରେ କହିବାକୁ ଗଲେ ଏହା ମାଧ୍ୟମରେ ଗୋଟିଏ ଥରେ ୨ ଲକ୍ଷ ଟଙ୍କାର କମ୍ ରାଶି ଟ୍ରାନ୍ସଫର କରିପାରିବେ ନାହିଁ, ଯେତେବେଳେ କି ବିଭିନ୍ନ ବ୍ୟାଙ୍କରେ ସର୍ବାଧିକ ପରିମାଣ ଭିନ୍ନ ଅଟେ । IMPS ମାଧ୍ୟମରେ ଗୋଟିଏ ଦିନରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରିଅଲ ଟାଇମରେ ଟ୍ରାନ୍ସଫର ହୋଇପାରିବ ।


ଅଧିକ ପଢ଼ନ୍ତୁ:-ଗରମ ଦିନରେ ଲେମ୍ବୁ ରସ ପିଇବାରୁ ମିଳିଥାଏ ଏହି ସବୁ ଲାଭ


NEFT ରୁ କିପରି କରିବେ ଟଙ୍କା ଟ୍ରାନ୍ସଫର


>> NEFT ରୁ ଫଣ୍ଡ ଟ୍ରାନ୍ସଫର କରିବା ପାଇଁ ଆପଣଙ୍କ ପାଖରେ ନେଟ୍ ବ୍ୟାଙ୍କିଙ୍ଗ୍ ଲଗଇନ୍ ID ଓ ପାସୱାର୍ଡ ଥିବା ଆବଶ୍ୟକ ।


>> ଲଗଇନ୍ ପରେ ଆପଣଙ୍କୁ NEFT Fund Transfer  ସେକ୍ଶନକୁ ଯିବାକୁ ପଡିବ ।


>> ବର୍ତ୍ତମାନ ଆପଣଙ୍କୁ ପ୍ରାପ୍ତକର୍ତ୍ତାଙ୍କ ବିବରଣୀ ଯୋଡିବାକୁ ପଡିବ ।


>> ଏଥିରେ ରିସିଭର ନାମ, ବ୍ୟାଙ୍କ ଆକାଉଣ୍ଟ ନମ୍ବର ଏବଂ IFSC କୋଡ୍ ଦାଖଲ କରନ୍ତୁ ।


>> ପ୍ରାପ୍ତକର୍ତ୍ତାଙ୍କ ଅଡ୍ ହେବା ମାତ୍ରେ ଆପଣ NEFT ଟ୍ରାନ୍ସଫରର କାମ ଆରମ୍ଭ କରିପାରିବେ ।


>> ବର୍ତ୍ତମାନ ଆପଣ ପଠାଇବାକୁ ଚାହୁଁଥିବା ପରିମାଣ ଦାଖଲ କରନ୍ତୁ ଏବଂ ପ୍ରେରଣ ବା ସେଣ୍ଡ ବଟନ୍ ଦବାନ୍ତୁ ।