ଗରମ ଦିନରେ ଲେମ୍ବୁ ରସ ପିଇବାରୁ ମିଳିଥାଏ ଏହି ସବୁ ଲାଭ
Advertisement

ଗରମ ଦିନରେ ଲେମ୍ବୁ ରସ ପିଇବାରୁ ମିଳିଥାଏ ଏହି ସବୁ ଲାଭ

ଲୌହ, ମ୍ୟାଗ୍ନେସିୟମ୍, ଫସଫରସ୍, କ୍ୟାଲସିୟମ୍, ପୋଟାସିୟମ୍, ଏବଂ ଜିଙ୍କ ପରି ମିନେରାଲ୍ ସମୃଦ୍ଧ ଲେମ୍ବୁ ଆମ ଶରୀରର pH ସ୍ତରକୁ ସନ୍ତୁଳିତ କରେ । ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବା ସହିତ ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବିକାଶରେ ସହାୟକ ହୋଇଥାଏ ।

ଗରମ ଦିନରେ ଲେମ୍ବୁ ରସ ପିଇବାରୁ ମିଳିଥାଏ ଏହି ସବୁ ଲାଭ

ଗ୍ରୀଷ୍ମ ଋତୁରେ ଶୀତଳତାର ଅନୁଭବ କରାଇଥାଏ ଲେମ୍ବୁ (Lemon) । ଏହି ଲେମ୍ବୁ ଅନେକ ସମସ୍ୟାର ରାମବାଣ ଉପଶମ ଅଟେ । ପେଟ ଯନ୍ତ୍ରଣା, ହଜମ, ଅମ୍ଳତା, ପେଟ ଫୁଲିବା ଓ ମୋଟାପଣ ଭଳି ସମସ୍ତ ସମସ୍ୟା ପାଇଁ ଲେମ୍ବୁର ସେବନ ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । କେବଳ ଏତିକି ନୁହେଁ, ପେଟ ଜନିତ ସମସ୍ୟା ସହିତ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ମଧ୍ୟ ଏହା ବହୁତ ସହାୟକ ହୋଇଥାଏ ।

ଅଧିକ ପଢ଼ନ୍ତୁ:-ଟ୍ରେନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ଜରୁରୀ ଖବର: ରେଲୱେ ବାତିଲ କଲା ଆହୁରି ଅନେକ ଟ୍ରେନ, ଦେଖନ୍ତୁ ପୁରା ଲିଷ୍ଟ୍

ଲେମ୍ବୁ ରସ (Lemon juice) ପିଇବାର ଲାଭ:

ଲୌହ, ମ୍ୟାଗ୍ନେସିୟମ୍, ଫସଫରସ୍, କ୍ୟାଲସିୟମ୍, ପୋଟାସିୟମ୍, ଏବଂ ଜିଙ୍କ ପରି ମିନେରାଲ୍ ସମୃଦ୍ଧ ଲେମ୍ବୁ ଆମ ଶରୀରର pH ସ୍ତରକୁ ସନ୍ତୁଳିତ କରେ । ହଜମ ପ୍ରକ୍ରିୟାରେ ଉନ୍ନତି ଆଣିବା ସହିତ ଏହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବିକାଶରେ ସହାୟକ ହୋଇଥାଏ ।

ଲେମ୍ବୁ (Lemon) ରେ ବିଭିନ୍ନ ପ୍ରକାରର ଉପକାରୀ ଭିଟାମିନ୍ ଥାଏ । ଯେପରିକି ଥିଏମାଇନ୍, ନିୟାସିନ୍, ରାଇବୋଫ୍ଲାଭିନ, ଭିଟାମିନ୍ ବି-6, ଭିଟାମିନ୍-ଇ, ଫୋଲେଟ୍ ସାମିଲ ଥାଏ । ଏହି ସମସ୍ତ ଭିଟାମିନ୍ କୋଷ୍ଠକାଠିନ୍ୟ, କିଡନୀ ଏବଂ ଗଳା ସମସ୍ୟାରେ ଉପକାରୀ ହୋଇଥାଏ ।

ଅଧିକ ପଢ଼ନ୍ତୁ:-LIC ର ଏହି ପଲିସିରୁ ବଢ଼ିପାରେ ଆପଣଙ୍କ ମାସିକ ଆୟ: ପ୍ରତି ମାସରେ ପାଆନ୍ତୁ ୯ ହଜାର ଟଙ୍କା, ନିବେଶ ପାଇଁ କରିବାକୁ ହେବ ଏହି କାମ

ଏସବୁ ବ୍ୟତୀତ ଶୁଗାର ସମସ୍ୟା ମଧ୍ୟ ଏହାର ବ୍ୟବହାର ଦ୍ୱାରା ବହୁ ପରିମାଣରେ ମୁକ୍ତି ପାଇପାରିବେ । ଯଦି ଆପଣଙ୍କର ଗଳା ଯନ୍ତ୍ରଣା ହେଉଛି, ତେବେ ଉଷୁମ ପାଣିରେ ଲେମ୍ବୁ ରସ ମିଶ୍ରଣ କରି ପିଇବା ଦ୍ୱାରା ଆରାମ ମିଳିଥାଏ ।