ରାଞ୍ଚି: ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ (RJD Chief Lalu Prasad Yadav) ଙ୍କୁ ମିଳିଛି ଜାମିନ । ଗୋଖାଦ୍ୟ ଦୁର୍ନୀତି ସହ ସମ୍ପୃକ୍ତ ମାମଲାରେ କାରାଦଣ୍ଡ ପାଇଥିବା ଲାଲୁ ଯାଦବଙ୍କୁ ଆଜି (ଶନିବାର) ଝାଡ଼ଖଣ୍ଡ ହାଇକୋର୍ଟ (Jharkhand High court) ସର୍ତ୍ତମୂଳକ ଜାମିନ ମଞ୍ଜୁର କରିଛନ୍ତି । ଜଷ୍ଟିସ ଅପରେଶ ସିଂ ଜାମିନ ଆବେଦନ ଶୁଣାଣି କରି ଦଣ୍ଡର ଅଧା ଅବଧି ପୂରଣ କରିବା ଆଧାରରେ ଲାଲୁ ପ୍ରସାଦ ଯାଦବଙ୍କୁ ଦୁମକା ଟ୍ରେଜେରୀରୁ ବେଆଇନ ଅର୍ଥ ପ୍ରତ୍ୟାହାର ମାମଲାରେ ଜାମିନ ପ୍ରଦାନ କରିଛନ୍ତି । ଉଲ୍ଲେଖନୀୟ କଥା ହେଉଛି, ବର୍ତ୍ତମାନ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଥିବା ଲାଲୁଙ୍କୁ ପୂର୍ବରୁ ଚାଇବାସା ଓ ଦେଓଘର ଟ୍ରେଜେରୀରୁ ବେଆଇନ ପ୍ରତ୍ୟାହାର ମାମଲାରେ ଜାମିନ ମିଳିସାରିଛି ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-କୋରୋନା ସଂକ୍ରମିତ ହେଲେ ସୋନୁ ସୁଦ


ଜାମିନ ପ୍ରଦାନ ସହିତ ଝାଡଖଣ୍ଡ ହାଇକୋର୍ଟ ମଧ୍ୟ ଅନେକ ସର୍ତ୍ତ ରଖିଛନ୍ତି, ଯାହାକୁ ଲାଲୁଙ୍କୁ ମାନିବାକୁ ପଡିବ। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ସେ ବିନା ଅନୁମତିରେ ଦେଶ ବାହାରକୁ ଯାଇପାରିବେ ନାହିଁ କିମ୍ବା ଠିକଣା ଏବଂ ମୋବାଇଲ୍ ନମ୍ବର ମଧ୍ୟ ପରିବର୍ତ୍ତନ କରିପାରିବେ ନାହିଁ । ଏଥି ସହିତ ତାଙ୍କୁ ୧-୧ ଲକ୍ଷ ଟଙ୍କାର ଜାମିନ ବଣ୍ଡ ଓ ୫-୫ ଲକ୍ଷ ଟଙ୍କାର ବ୍ୟକ୍ତିଗତ ବଣ୍ଡରରେ ମୁକ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।


ଅଧିକ ପଢ଼ନ୍ତୁ:-କୋରୋନାର ଦ୍ୱିତୀୟ ଲହରୀରୁ କେମିତି ପାଇବେ ରକ୍ଷା? WHO କହିଲା କ’ଣ ଖାଇବେ ଓ କ’ଣ ନୁହେଁ...


ସୂଚନାଯୋଗ୍ୟ, ଶନିବାର ଜାମିନ ଆବେଦନ ଉପରେ ଶୁଣାଣି ସମୟରେ ସିବିଆଇ ଦେଇଥିବା ଦଲିଲକୁ ଝାଡଖଣ୍ଡ ହାଇକୋର୍ଟ ଭିତ୍ତିହୀନ ବୋଲି ବିବେଚନା କରିଥିଲେ ଏବଂ ଜାମିନ ଆବେଦନ ସ୍ୱୀକାର କରିଥିଲେ । ଏହି ପରିପ୍ରେକ୍ଷୀରେ ଲାଲୁଙ୍କ ଓକିଲ ଆନନ୍ଦ କହିଛନ୍ତି ଯେ, ବେଲ ବଣ୍ଡ ଭରିବା ମାତ୍ରେ ଲାଲୁ ଯାଦବ ବାହାରକୁ ଆସିବେ । ତଥାପି, କୋଭିଡ-19 ପାଇଁ କିଛି ସମୟ ଲାଗିପାରେ ।


ଅଧିକ ପଢ଼ନ୍ତୁ:-ଯଦି ଭାରତରେ ଲାଗେ ୧ ମାସର ଲକଡାଉନ୍, ତ GDP ରେ ହେବ...


ଆପଣଙ୍କୁ ଜଣାଇ ରଖୁଛୁ ଯେ, ଚାରା ଦୁର୍ନୀତିରେ ଦଣ୍ଡ ଭୋଗୁଥିବା ଲାଲୁ ଯାଦବ ଡିସେମ୍ବର ୨୩,୨୦୧୭ ଠାରୁ ଜେଲରେ ଅଛନ୍ତି । ଲାଲୁ ଯାଦବ ଜେଲରେ ପହଞ୍ଚିବାର ଦୁଇ ମାସ ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା ଏବଂ ତାଙ୍କୁ AIIMS ରେ ମଧ୍ୟ ଭର୍ତ୍ତି କରାଯାଇଥିଲା । RIMS ପ୍ରଶାସନ ଦେଇଥିବା ସୂଚନା ଅନୁଯାୟୀ, ଦଣ୍ଡାଦେଶ ସମୟରେ ବଡ ପୁଅର ବିବାହ ସମାରୋହରେ ଯୋଗଦେବା ପାଇଁ ଆରଜେଡି ମୁଖ୍ୟଙ୍କୁ ୧୦ ଦିନର ଛୁଟି ଦିଆଯାଇଥିଲା ।