ଯଦି ଭାରତରେ ଲାଗେ ୧ ମାସର ଲକଡାଉନ୍, ତ GDP ରେ ହେବ...
Advertisement

ଯଦି ଭାରତରେ ଲାଗେ ୧ ମାସର ଲକଡାଉନ୍, ତ GDP ରେ ହେବ...

ବୋଫା ରିପୋର୍ଟରେ ଦର୍ଶାଯାଇଛି ଯେ, ଅଭିବୃଦ୍ଧି ଏପର୍ଯ୍ୟନ୍ତ ମନ୍ଥର ରହିଛି ଓ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ସୂଚକାଙ୍କରେ ହ୍ରାସ ରେକର୍ଡ କରାଯାଇଛି ।

ଯଦି ଭାରତରେ ଲାଗେ ୧ ମାସର ଲକଡାଉନ୍, ତ GDP ରେ ହେବ...

ନୂଆଦିଲ୍ଲୀ: ଦେଶରେ ଲଗାତର କୋରୋନା (Coronavirus) ମାମଲା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଯାହା ପରେ ସାରା ଦେଶରେ କୋରୋନା ସଙ୍କଟ (COVID-19 Crisis) ଦେଖାଦେଇଛି । ଏହା ମଧ୍ୟରେ ୱାଲ୍ ଷ୍ଟ୍ରିଟର ବ୍ରୋକରେଜ କମ୍ପାନୀ ବ୍ୟାଙ୍କ ଅଫ୍ ଆମେରିକା (ବୋଫା) ସିକ୍ୟୁରିଟିଜ୍ (BofA Securities) ମନେ କରେ ଯେ କୋରୋନା ଭୂତାଣୁ ମାମଲାରେ ବୃଦ୍ଧି କାରଣରୁ ଗତ ଆର୍ଥିକ ବର୍ଷର ୨୦୨୦-୨୧ର ଚତୁର୍ଥ ତ୍ରୈମାସିକରେ ମୋଟ ଘରୋଇ ଉତ୍ପାଦ (GDP) ର ଆନୁମାନିକ ତିନି ପ୍ରତିଶତ ଅଭିବୃଦ୍ଧି ଦର ହାସଲ କରିବା କଷ୍ଟକର ହେବ । ମହାମାରୀ ବୃଦ୍ଧି ହେତୁ ଅର୍ଥ ବ୍ୟବସ୍ଥାର ପୁନରୁଦ୍ଧାର ପଥରେ ବିପଦ ରହିଛି ବୋଲି ବୋଫା ସ୍ପଷ୍ଟ କରିଛି । ଦଲାଲ କମ୍ପାନୀ କହିଛି ଯେ, ଯଦି ଭାରତରେ ପୁଣି ଏକ ମାସର ଜାତୀୟ ଲକଡାଉନ୍ (Lockdown) ଲାଗିଥାଏ, ତେବେ ଜିଡିପି (GDP) ରେ ୧ରୁ ୨ ପ୍ରତିଶତ କ୍ଷତି ହୋଇପାରେ ।

ଅଧିକ ପଢ଼ନ୍ତୁ:-ପୁଣି ନିୟନ୍ତ୍ରଣ ବାହାରେ କୋରୋନା: ଗତ ୨୪ ଘଣ୍ଟାରେ ସାମ୍ନାକୁ ଆସିଲା ରେକର୍ଡ ସଂଖ୍ୟକ ମାମଲା, ଗୋଟିଏ ଦିନରେ ୧୩୪୧ ସଂକ୍ରମିତଙ୍କ ମୃତ୍ୟୁ

ବୋଫା ରିପୋର୍ଟରେ ଦର୍ଶାଯାଇଛି ଯେ, ଅଭିବୃଦ୍ଧି ଏପର୍ଯ୍ୟନ୍ତ ମନ୍ଥର ରହିଛି ଓ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ସୂଚକାଙ୍କରେ ହ୍ରାସ ରେକର୍ଡ କରାଯାଇଛି । ଋଣରେ ବୃଦ୍ଧି ବହୁତ ଦୁର୍ବଳ । ସଂକ୍ରମଣ ବଢ଼ିବା କାରଣରୁ ଅଭିବୃଦ୍ଧି ମୋର୍ଚ୍ଚାରେ ଚିନ୍ତା ବୃଦ୍ଧି ପାଇଛି । ୭ଟି କାରଣ ଉପରେ ଆଧାର କରି ବୋଫା ଇଣ୍ଡିଆର କାର୍ଯ୍ୟକଳାପ ସୂଚକ ଫେବୃଆରୀରେ ଏକ ପ୍ରତିଶତକୁ ଖସି ଆସିଛି । ଜାନୁଆରୀରେ ଏହା ୧.୩ ପ୍ରତିଶତ ଥିଲା । ଫେବୃଆରୀରେ ଭାରତର ଗତିବିଧି ସୂଚଙ୍କାଙ୍କର ସାତୋରୁ ଚାରୋଟି କାରଣ ପୂର୍ବ ମାସ ତୁଳନାରେ ମନ୍ଥର ପଡିଛି ।

ଅଧିକ ପଢ଼ନ୍ତୁ:-କୋରୋନାର ନୂତନ ଷ୍ଟ୍ରେନ୍ ଆଖିକୁ କରୁଛି ଖରାପ, ଶ୍ରବଣ ଶକ୍ତିକୁ ମଧ୍ୟ କରୁଛି ପ୍ରଭାବିତ

ରିପୋର୍ଟରେ କୁହାଯାଇଛି ଯେ, ମାର୍ଚ୍ଚ ତ୍ରୈମାସରେ ପ୍ରକୃତ GVA ର ତିନି ପ୍ରତିଶତ ଅଭିବୃଦ୍ଧି ଆଶଙ୍କା ରହିଛି । ଏହି ସୂଚକାଙ୍କ ୨୦୨୦-୨୧ର ପ୍ରଥମେ ଡିସେମ୍ବର ୨୦୨୦ରେ ସକାରାତ୍ମକ ହୋଇଥିଲା । ଏହା ପୂର୍ବରୁ କ୍ରମାଗତ ନଅ ମାସ ପାଇଁ ଏହା ହ୍ରାସ ପାଇଥିଲା । ମହାମାରୀର ବୃଦ୍ଧି ହେତୁ ପୁନରୁଦ୍ଧାର ଆଶଙ୍କା ରହିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି ।