ରାଞ୍ଚି: ରିମ୍ସ (RIMS) ରେ ଭର୍ତ୍ତି ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ (RJD Chief Lalu Prasad Yadav) ଙ୍କ ସ୍ୱାସ୍ଥ୍ୟରେ କୌଣସି ଉନ୍ନତି ଆସୁନାହିଁ । ତାଙ୍କର କିଡନୀ ରୋଗ ଚତୁର୍ଥ ପର୍ଯ୍ୟାୟରେ ପହଞ୍ଚିଛି । ସୋମବାର ରିମ୍ସ ହସ୍ପିଟାଲର ଡାକ୍ତରମାନେ କହିଛନ୍ତି ଯେ ଲାଲୁ ଯାଦବଙ୍କ କିଡନୀ ମାତ୍ର ୨୫ ପ୍ରତିଶତ କାମ କରୁଛି । ଡାକ୍ତରମାନେ କହିଛନ୍ତି ଯେ ଯଦି ଆରଜେଡି ସୁପ୍ରିମୋ ଠିକ୍ ସମୟରେ ଚିକିତ୍ସା ନ ପାଆନ୍ତି, ତା’ହେଲେ ତାଙ୍କ ସ୍ୱାସ୍ଥ୍ୟ ଆହୁରି ଖରାପ ହୋଇପାରେ ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-କୋରୋନାକୁ ନେଇ ଭୟଙ୍କର ଚେତାବନୀ ଜାରି କଲା WHO, କହିଲା-୨୦୨୧ର ପ୍ରାରମ୍ଭରେ ତାଣ୍ଡବ କରି...


ଲାଲୁଙ୍କୁ ଦେଖୁଥିବା ବରିଷ୍ଠ ଡାକ୍ତର ଡକ୍ଟର ଉମେଶ ପ୍ରସାଦ କହିଛନ୍ତି ଯେ ତାଙ୍କ ସ୍ୱାସ୍ଥ୍ୟ ଅତ୍ୟନ୍ତ ଗମ୍ଭୀର ଅବସ୍ଥାରେ ରହିଛି ଏବଂ ଶୀଘ୍ର ଡାଏଲିସିସ୍ କରାଯିବ । ଲାଲୁ ଯାଦବଙ୍କ ଡାଏଲିସିସ୍ କେଉଁ ସମୟରେ କରାଯିବ ତାହାର ପ୍ରକୃତ ତାରିଖ କୁହାଯାଇ ପାରିବନାହିଁ ।


ଯେତେବେଳେ ଡକ୍ଟର ଉମେଶଙ୍କୁ ଲାଲୁ ଯାଦବଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରିବା ଉପରେ ପ୍ରଶ୍ନ ପଚାରା ଯାଇଥିଲା, ସେତେବେଳେ ସେ କହିଛନ୍ତି ଯେ ଆରଜେଡି ସୁପ୍ରିମୋଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ପ୍ରଶାସନର ଉଚ୍ଚ ପଦାଧିକାରୀଙ୍କୁ ସୂଚନା ଦିଆଯାଇଛି । ତାଙ୍କ ଆଦେଶ ପରେ ହିଁ ସ୍ଥିର କରାଯିବ ଯେ ତାଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବ କି ନାହିଁ?


ଅଧିକ ପଢ଼ନ୍ତୁ:-ଏହି ରାଜ୍ୟରେ ବିଜେପିକୁ ଲାଗିଲା ବଡ଼ ଝଟକା, ବାମ ମୋର୍ଚ୍ଚାକୁ ବୃହତ ବିଜୟ


ଆପଣଙ୍କୁ ଜଣାଇ ରଖୁଛୁ ଯେ, ଚାରା ଦୁର୍ନୀତିରେ ଦଣ୍ଡ ଭୋଗୁଥିବା ଲାଲୁ ଯାଦବ ଡିସେମ୍ବର ୨୩,୨୦୧୭ ଠାରୁ ଜେଲରେ ଅଛନ୍ତି । ଲାଲୁ ଯାଦବ ଜେଲରେ ପହଞ୍ଚିବାର ଦୁଇ ମାସ ପରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା ଏବଂ ତାଙ୍କୁ AIIMS ରେ ମଧ୍ୟ ଭର୍ତ୍ତି କରାଯାଇଥିଲା । RIMS ପ୍ରଶାସନ ଦେଇଥିବା ସୂଚନା ଅନୁଯାୟୀ, ଦଣ୍ଡାଦେଶ ସମୟରେ ବଡ ପୁଅର ବିବାହ ସମାରୋହରେ ଯୋଗଦେବା ପାଇଁ ଆରଜେଡି ମୁଖ୍ୟଙ୍କୁ  ମେ ମାସରେ ୧୦ ଦିନ ତିନି ଦିନ ଛୁଟି ଦିଆଯାଇଥିଲା ।