ନୂଆଦିଲ୍ଲୀ: ନବୀନ ସରକାରଙ୍କ କାଳିଆ ଯୋଜନା ବାଟରେ ମୋଦି ସରକାରଙ୍କ PM-KISAN ଯୋଜନା। ହଜାର କି ଲକ୍ଷେ ନୁହେଁ ୨୦ ହଜାର ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଯାଇଛି ୧୩୬୪ କୋଟି ଟଙ୍କା। ଏଥିରେ ଅର୍ଦ୍ଧାଧିକ ଆୟକର ଦେଉଥିବା ବ୍ୟକ୍ତି ଅଛିନ୍ତି। ଯାହାର ପ୍ରମାଣ RTI ତଥ୍ୟରେ ଉନ୍ମୋଚନ ହୋଇଛି।


COMMERCIAL BREAK
SCROLL TO CONTINUE READING

PM-KISAN ଯୋଜନାକୁ ନେଇ ଭେଙ୍କଟେସ ନାୟକ ନାମକ ଜଣେ RTI କର୍ମୀ କେନ୍ଦ୍ର ଅର୍ଥ ମନ୍ତ୍ରାଳୟରେ ଏକ ଆବେଦନ କରିଥିଲେ। ଆଉ ମନ୍ତ୍ରାଳୟ ଯେଉଁ ଉତ୍ତର ଦେଇଛି ତାହା ସମସ୍ତ ଦେଶବାସୀଙ୍କୁ ଚକିତ କରିଛି। କାରଣ ଲଞ୍ଚ  ହେବାର ମାତ୍ର ୧୬ ମାସ ଭିତରେ PM-KISAN ଯୋଜନାରେ ୧୩୬୪ କୋଟି ଟଙ୍କାର ଘୋଟାଲ ହୋଇଛି।  ପ୍ରାୟ ୨୦ ଲକ୍ଷ ୪୮ ହଜାର ଅଯୋଗ୍ୟ ଚାଷୀ (ineligible farmers) ଙ୍କ ବ୍ୟାଙ୍କ ଖାତାକୁ ଏହି ଟଙ୍କା ଯାଇଛି।


Also Read: ସର୍ବସାଧାରଣରେ ନବୀନ ଟିମର କୁବେର ଭଣ୍ଡାର: ଜାଣନ୍ତୁ, କାହାର ସମ୍ପତ୍ତି କେତେ?


ସରକାର ୨ଟି ବର୍ଗ ଯଥା- ଅଯୋଗ୍ୟ  ହିତାଧିକାରୀ ଓ ଆୟକର (Income Tax) ଦେଉଥିବା ଚାଷୀଙ୍କ ତାଲିକା ଦେଇଛନ୍ତି। ୨୦ ଲକ୍ଷ ୪୮ ହଜାର ଅଯୋଗ୍ୟଙ୍କ ମଧ୍ୟରେ ୫୫.୫୮ ପ୍ରତିଶତ ଆୟକରଦାତା ଥିବା ବେଳେ ୪୪.୪୨ ପ୍ରତିଶତ ଅଯୋଗ୍ୟ ହିତାଧିକାରୀ ଅଛନ୍ତି। ଏପରିକି ପୂର୍ବତନ ତଥା ବର୍ତ୍ତମାନର ମନ୍ତ୍ରୀ, ସାଂସଦ, ବିଧାୟକ, ମେୟର ଓ ଅବସରପ୍ରାପ୍ତ ସରକାରୀ ଅଫିସରଙ୍କ ଖାତାରେ PM-KISAN ଟଙ୍କା ଟ୍ରାନ୍ସଫର କରାଯାଇଛି। ସେପଟେ ଅଯୋଗ୍ୟଙ୍କ ଠାରୁ ଟଙ୍କା ପେରସ୍ତ ପ୍ରକ୍ରିୟା ଆରମ୍ଭ ହୋଇଥିବା ସରକାର କହିଛନ୍ତି।


ସୂଚନାଯୋଗ୍ୟ, ୨୦୧୯ ଫେବୃଆରୀ ୨୪ରେ ୟୁପିର ଗୋରଖପୁର (Gorokhpur) ରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) PM-KISAN ଯୋଜନାର ଶୁଭାରମ୍ଭ କରିଥିଲେ। ଏହି ଯୋଜନାରେ ୨ ହେକ୍ଟରରୁ କମ ଜମି ଥିବା ଛୋଟ ଓ ପ୍ରବାସି ଚାଷୀଙ୍କୁ ବର୍ଷକୁ ୩ଟି କିସ୍ତିରେ ୬୦୦୦ ଟଙ୍କା ଦେବାର ପ୍ରାବଧାନ ରହିଛି। କିନ୍ତୁ ଶୁଭାରମ୍ଭର ୧୬ ମାସ ମଧ୍ୟରେ ହିଁ ଏଥିରେ ୧୩୬୪ କୋଟି ଟଙ୍କାର ଘୋଟାଲ ହୋଇଛି।   


Also Read: ପଞ୍ଚିମବଙ୍ଗ ପାଇଁ ଓଡିଶାକୁ ଉପେକ୍ଷା! ଶଙ୍ଖ-ପଦ୍ମ ଏକାଠି, ଗୋଠଖଣ୍ତିଆ ହାତ


RTI ତଥ୍ୟାନୁସାରେ ପଞ୍ଜାବ, ଆସାମ, ମହାରାଷ୍ଟ୍ର, ଗୁଜୁରାଟ ଓ ଉତ୍ତର ପ୍ରଦେଶରେ ସର୍ବାଧିକ ଅଯୋଗ୍ୟ ଚାଷୀଙ୍କୁ PM-KISAN ଟଙ୍କା ମିଳିଛି। ଏମାନଙ୍କ ସଂଖ୍ୟା ମୋଟ ଅଯୋଗ୍ୟଙ୍କ ଅର୍ଦ୍ଧାଧିକ ହେବ। ପଞ୍ଜାବରେ ୪.୭୪ ଲକ୍ଷ (୨୩.୧୬%), ଆସାମରେ ୩.୪୫ ଲକ୍ଷ (୧୬.୮୭%) ଓ ମହାରାଷ୍ଟ୍ର ୨.୮୬ ଲକ୍ଷ (୧୩.୯୯%) ଅଯୋଗ୍ୟ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଯାଇଛି।