ସର୍ବସାଧାରଣରେ ନବୀନ ଟିମର କୁବେର ଭଣ୍ଡାର: ଜାଣନ୍ତୁ, କାହାର ସମ୍ପତ୍ତି କେତେ?
Advertisement
Article Detail0/zeeodisha/odisha825202

ସର୍ବସାଧାରଣରେ ନବୀନ ଟିମର କୁବେର ଭଣ୍ଡାର: ଜାଣନ୍ତୁ, କାହାର ସମ୍ପତ୍ତି କେତେ?

ଗତ ଡିସେମ୍ବର ୨୮ ତାରିଖରେ ୧୨ଟି ପ୍ରସ୍ତାବ ପାରିତ ହୋଇଥିଲା। ଯେଉଁଠି ସମ୍ପତ୍ତି ତାଲିକା ମଧ୍ୟ ଥିଲା। ସରପଞ୍ଚଠୁ ମୁଖ୍ୟମନ୍ତ୍ରୀ (CM Naveen Pattnaik) ଓ  କିରାଣୀଠୁ ସଚିବ ପର୍ଯ୍ୟନ୍ତ ସମସ୍ତଙ୍କୁ ସମ୍ପତ୍ତି ତାଲିକା ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଯାହାକୁ ପାଳନ କରି ଖୋଦ ମୁଖ୍ୟମନ୍ତ୍ରୀ ନବୀନ ଏବଂ ଅନ୍ୟ କିଛି ମନ୍ତ୍ରୀ ରବିବାର ତାଙ୍କର ସମ୍ପତ୍ତି ତାଲିକା (Assets list) ଘୋଷଣା କରିଛନ୍ତି। 

ସର୍ବସାଧାରଣରେ ନବୀନ ଟିମର କୁବେର ଭଣ୍ଡାର: ଜାଣନ୍ତୁ, କାହାର ସମ୍ପତ୍ତି କେତେ?

ଭୁବନେଶ୍ୱର: କାର୍ଯ୍ୟକାରୀ ହେଲା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତି। କ୍ୟାବିନେଟରେ ପାରିତ ହେବାର ୧୫ ଦିନ ନପୁରୁଣୁ ମନ୍ତ୍ରୀମାନେ ସେମାନଙ୍କ ସମ୍ପତ୍ତି ତାଲିକା ଦେଇଛନ୍ତି। ଏହି ତାଲିକା ମୁଖ୍ୟମନ୍ତ୍ରୀଙ୍କ ୱେବସାଇଟରେ ଉପଲବ୍ଧ ଅଛି। ବର୍ତ୍ତମାନ ସୁଦ୍ଧା ନିଜ ସମ୍ପତ୍ତି ତାଲିକା ଘୋଷଣା କରିଥିବା ସର୍ବାଧିକ ମନ୍ତ୍ରୀ କୋଟି ବୋଲି ଜଣାପଡିଛି। 

ଗତ ଡିସେମ୍ବର ୨୮ ତାରିଖରେ ୧୨ଟି ପ୍ରସ୍ତାବ ପାରିତ ହୋଇଥିଲା। ଯେଉଁଠି ସମ୍ପତ୍ତି ତାଲିକା ମଧ୍ୟ ଥିଲା। ସରପଞ୍ଚଠୁ ମୁଖ୍ୟମନ୍ତ୍ରୀ (CM Naveen Pattnaik) ଓ  କିରାଣୀଠୁ ସଚିବ ପର୍ଯ୍ୟନ୍ତ ସମସ୍ତଙ୍କୁ ସମ୍ପତ୍ତି ତାଲିକା ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ଯାହାକୁ ପାଳନ କରି ଖୋଦ ମୁଖ୍ୟମନ୍ତ୍ରୀ ନବୀନ ଏବଂ ଅନ୍ୟ କିଛି ମନ୍ତ୍ରୀ ରବିବାର ତାଙ୍କର ସମ୍ପତ୍ତି ତାଲିକା (Assets list) ଘୋଷଣା କରିଛନ୍ତି। 

ନବୀନ ପଟ୍ଟନାୟକଙ୍କ ସମ୍ପତ୍ତି ବର୍ଷକରେ ୭୧ ଲକ୍ଷ ଟଙ୍କା ବୃଦ୍ଧି ପାଇଛି। ତାଙ୍କର ମୋଟ ସମ୍ପତ୍ତି ୬୪.୯୮ କୋଟି ଟଙ୍କା। ସେଥିରେ ୧୩ ଲକ୍ଷ ୪୪ ହଜାର ୫୦୨ ଅସ୍ଥାବର ଓ ୬୩ କୋଟି ୬୪ ଲକ୍ଷ ୧୫ ହଜାର ୧୬୧ ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି। ମୁଖ୍ୟମନ୍ତ୍ରୀଙ୍କ ପାଖରେ ୧୯୮୦ର ମଡେଲ୍ ଏକ ଆମ୍ବାସଡର ଅଛି। ଯାହାର ମୂଲ୍ୟ ୮ ହଜାର ୯୦୫ ଟଙ୍କା ହେବ। ତାଙ୍କ ପାଖରେ ୨ ଲକ୍ଷ ୮୯ ହଜାର ୫୮୭ ଟଙ୍କାର ଅଳଙ୍କାରର ଅଛି।

Also Read: ବର୍ଷର ଶେଷ କ୍ୟାବିନେଟ ବୈଠକ; ୧୨ଟି ପ୍ରସ୍ତାବରେ ଲାଗିଲା ମୋହର

ସେହିପରି ନୁଆଦିଲ୍ଲୀ SBI ଶାଖାରେ ନବୀନ ପଟ୍ଟନାୟକଙ୍କର ୧.୩ କୋଟି ଟଙ୍କା ଜମା ରହିଛି। ଭୁବନେଶ୍ୱର SBIରେ ୧୦. ୫୬ ଲକ୍ଷ ଟଙ୍କା ଅଛି। ନୂଆଦିଲ୍ଲୀ ଜନପଥ BOIରେ ୨ଟି ଆକାଉଣ୍ଟ ଅଛି। ସେଭିଙ୍ଗ୍‌ସ ଆକାଉଣ୍ଟରେ ୧୬.୭୬ ଲକ୍ଷ ଟଙ୍କା, ଅନ୍ୟଟିରେ ୧.୦୩ କୋଟି ଟଙ୍କାର FD କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ନବୀନ ପଟ୍ଟନାୟକଙ୍କର ୪ଟି SBI ଆକାଉଣ୍ଟ ରହିଛି। ଭୁବନେଶ୍ବରରେ ୧୦.୫୬ ଲକ୍ଷ ଟଙ୍କା ଜମା ଅଛି। ହିଞ୍ଜିଳିକାଟୁ କଲେଜ କ୍ୟାମ୍ପସ ଓ ବରଗଡ଼ ପଦ୍ମପୁର BI ଶାଖାରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କର ଆକାଉଣ୍ଟ ଅଛି।

ଫରିଦାବାଦରେ ନବୀନଙ୍କର ୨୨.୭ ଏକର ଫାର୍ମହାଉସ ରହିଛି। ଯାହାର ୨୦୧୭ ବର୍ଷର ମୂଲ୍ୟାୟନ ଅନୁସାରେ ୧୦ କୋଟି ୭୫ ଲକ୍ଷ ୫୧ ହଜାର ୫୧ ଟଙ୍କା ହେବ। ଫରିଦାବାଦ ଜମି ବିକ୍ରି ପାଇଁ ଅଗ୍ରୀମ ୧.୨୫ କୋଟି ଆଣିଛନ୍ତି। ଦିଲ୍ଲୀସ୍ଥିତ ପୈତୃକ ବାସଭବନରରେ ନବୀନ ପଟ୍ଟନାୟକ ଅଧା ଅଂଶିଦାର ଅଛନ୍ତି। ଏହାସହ ନବୀନ ନିବାସ (Naveen Nivas) ୨୦୧୭ ମୂଲ୍ୟୟନ ମୁତାବକ ୯.୫୨ କୋଟି ଟଙ୍କା ହେବ। ଏଥିରେ ତାଙ୍କର ଦୁଇ ତୃତୀୟାଂଶ ସେୟାର ଅଛି। 

Also Read: ଓଡିଶା ପୋଲିସରେ ନବୀନଙ୍କ ମହିଳା ପ୍ରିତିର ଝଲକ

ମୁଖ୍ୟମନ୍ତ୍ରୀଙ୍କ ବାଦ୍ ଅନ୍ୟ ୨୦ ଜଣ ମନ୍ତ୍ରୀ ମଧ୍ୟ ନିଜର ସମ୍ପତ୍ତି ତାଲିକ ପ୍ରକାଶ କରିଛନ୍ତି।

 

  • ପଞ୍ଚାୟତରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପତ୍ତି ବର୍ଷକରେ ୪୨ ଲକ୍ଷ ବଢ଼ିଛି। ତାଙ୍କ ପାଖରେ ଏବେ ମୋଟ ୧୦ କୋଟି ୩୫ ଲକ୍ଷ ୨୯ ହଜାର ୯୧୧ ଟଙ୍କାର ସମ୍ପତ୍ତି ଅଛି।
  • ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ୍ ଦୁଇଟି ରିଭରବଲ୍ ଏବଂ ଗୋଟିଏ ରାଇଫଲ ରଖିଛନ୍ତି। ସେ ୮୦ଟି ବ୍ୟବସାୟିକ ଗାଡ଼ି ମାଲିକ।
  • ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ୧.୬୦ କୋଟିର ସ୍ଥାବର ଓ ୪୩.୨୫ ଲକ୍ଷ ଟଙ୍କାର  ଅସ୍ଥାବର ସମ୍ପତ୍ତି ଅଛି। କିନ୍ତୁ ତାଙ୍କ ସ୍ତ୍ରୀଙ୍କ ନାମରେ ୧.୯ କୋଟିର ସମ୍ପତ୍ତି ରହିଛି। 
  • ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା- ୮ କୋଟି ୩୪ ଲକ୍ଷ ୪୮ ହଜାର ୯୯୪ ଟଙ୍କା
  • ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍ଟେନ ଦିବ୍ୟଶଙ୍କର ମିଶ୍ର- ୭ କୋଟି ୩୧ ଲକ୍ଷ ୭୬ ହଜାର  ୪୦୮ ଟଙ୍କା
  • ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ- ୪ କୋଟି  ୩୪ ଲକ୍ଷ ୬୫ ହଜାର ୩୦୮ଟଙ୍କା
  • ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ- ୪ କୋଟି ୯୩ ଲକ୍ଷ ୯୪ ହଜାର ୬୪୪ ଟଙ୍କା
  • ସଂସଦୀୟ ବ୍ୟାପାର ବିକ୍ରମ ଆରୁଖ- ୪ କୋଟି ୭୮ ଲକ୍ଷ ୪୭ ହଜାର ୪୭୧ଟଙ୍କା
  • ଆଦିବାସୀ, ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି- ୨ କୋଟି ୬୧ ଲକ୍ଷ ୧୮ ହଜାର ୨୬ ଟଙ୍କା
  • କୃଷି ମନ୍ତ୍ରୀ ଅରୁଣ ସାହୁ- ୮୯ ଲକ୍ଷ ୯୩ ହଜାର ୪୩୯ ଟଙ୍କା
  • କ୍ରୀଡା ଓ ଯୁବ ବ୍ୟାପାର ତୁଷାରକାନ୍ତି ବେହେରା- ୩୨ ଲକ୍ଷ ୩୩ ହଜାର ୪୭୧ ଟଙ୍କା