Russia Ukraine War: ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଆଜି ୩୪ ଦିନ ପୂରଣ ହୋଇଛି। ହେଲେ ଏହି ଯୁଦ୍ଧର ଫଳାଫଳ କ'ଣ ହେବ କାହା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡ଼ନାହିଁ। ମାର୍ଚ୍ଚ ୨୯ ତାରିଖ  ଯୁଦ୍ଧ ପ୍ରସଙ୍ଗରେ ତୁର୍କୀ ସ୍ଥିତ ଇସ୍ତାନବୁଲ ଠାରେ ଦୁଇ ଦେଶର ପ୍ରତିନିଧିଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି ପ୍ରତିନିଧିସ୍ତରୀୟ ବୈଠକ। ଏହା ପୂର୍ବରୁ ଏ ପ୍ରସଙ୍ଗରେ ବେଲାଋଷ ଠାରେ ପରସ୍ପର ସହ ଆଲୋଚନା କରି ସାରିଛନ୍ତି ଉଭୟ ଦେଶର ପ୍ରତିନିଧି।


COMMERCIAL BREAK
SCROLL TO CONTINUE READING

ଋଷିଆ-ୟୁକ୍ରେନ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ମଧ୍ୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ୟୁକ୍ରେନ ସହିତ ଚାଲିଥିବା ଆଲୋଚନାରେ ଋଷିଆ ଏହାର ତିନୋଟି ମୁଖ୍ୟ ଦାବିରୁ ଓହରିଯିବାକୁ ରାଜି ହୋଇଛି। Daily Mail ରିପୋର୍ଟ ଅନୁଯାୟୀ ତୁର୍କୀ ଠାରେ ଉଭୟ ଦେଶ ମଧ୍ୟରେ ହୋଇଥିବା ଆଲୋଚନା ପୂର୍ବରୁ ଆସିଥିବା ଅସ୍ତ୍ରବିରତି ଚୁକ୍ତିରେ ଋଷିଆର ସେହି ତିନୋଟି ପ୍ରମୁଖ ଦାବି ବାବଦରେ ଉଲ୍ଲେଖ କରାଯାଇ ନାହିଁ। ଯେଉଁଥିରୁ ଅନୁମାନ କରାଯାଉଛି  ଋଷିଆ ସେହି ତିନୋଟି ଦାବିରୁ ଓହରିଯିବାକୁ ରାଜି ହୋଇଥାଇପାରେ। 


ଅନ୍ୟପଟେ Financial Times ଏହି ବୁଝାମଣା ଚୁକ୍ତିରେ ୟୁକ୍ରେନରେ ନେତୃତ୍ୱ ପରିବର୍ତ୍ତନ କରିବା ବାବଦରେ ଆଲୋଚନା ହୋଇନାହିଁ। ଯାହାର ଅର୍ଥ ହେଉଛି, ଭୋଲୋଡିମିର ଜେଲେନସ୍କିଙ୍କୁ ୟୁକ୍ରେନ ରାଷ୍ଟ୍ରପତି ପଦରେ ରଖିବା ଲାଗି ସହମତି ପ୍ରକାଶ ପାଇଛି। 


Also Read: ଋଷୀୟ ଆକ୍ରମଣରେ ଧ୍ୱଂସସ୍ତୁପ ପାଲଟିଛି ୟୁକ୍ରେନ ସହର; ମେୟର ହୋଇଛନ୍ତି ଅପହରଣ


ଏହି ବୈଠକରେ ୟୁକ୍ରେନକୁ ସୈନ୍ୟ ବାହିନ ବିହୀନ କରିବା ଦାବି ବାବଦରେ ମଧ୍ୟ ଉଲ୍ଲେଖ କରାଯାଇ ନାହିଁ। ଯାହାର ଅର୍ଥ ହେଉଛି ଯେ ୟୁକ୍ରେନ ସେନାର ଅସ୍ତିତ୍ୱ ବଜାୟ ରଖିବାରେ ଋଷିଆର କୌଣସି ଅଭିଯୋଗ ନାହିଁ। ଋଷିର ତୃତୀୟ ଦାବି ହେଉଛି ୟୁକ୍ରେନରେ ଋଷୀୟ ଭାଷା ପାଇଁ ଆଇନଗତ ସୁରକ୍ଷା ନିଶ୍ଚିତ କରିବା। ହେଲେ ଏହି ଋଷୀୟ  ଭାଷା ବାବଦରେ କୌଣସି ଉଲ୍ଲେଖ ନାହିଁ। ଯେଉଁଥିରୁ ବିଶ୍ୱାସ କରାଯାଏ ଋଷିଆ ବର୍ତ୍ତମାନ ଏହାର ଏହି ତିନୋଟି ବଡ ଦାବି ଛାଡିଛି।


ମଙ୍ଗଳବାର ଦିନ ଇସ୍ତାନବୁଲ ଠାରେ ୟୁକ୍ରେନ ସହ ହୋଇଥିବା ଆଲୋଚନା ପରେ ଋଷିଆ ଆଭିମୁଖ୍ୟ ନରମ ପଡିଥିବା କୁହାଯାଉଛି। ୟୁକ୍ରେନ ସହ କଥାବାର୍ତ୍ତା କରୁଥିବା ଋଷୀୟ ପ୍ରତିନିଧି ମେଡିନ୍ସକି (Medinsky) କହିଛନ୍ତି ଯେ ୟୁରୋପୀୟ ସଂଘରେ ଯୋଗଦେବା ପାଇଁ ୟୁକ୍ରେନ ଇଚ୍ଛା ବିରୁଦ୍ଧରେ ନୁହେଁ। ହେଲେ ସେନାବାହିନୀ ସହାୟତାରେ କ୍ରୀମିୟା-ଡୋନବାସ୍ (Crimea & Donbass) ଅଞ୍ଚଳକୁ ପୁନର୍ବାର ଦଖଲ କରିବା ଲାଗି ୟୁକ୍ରେନ ଯେଉଁ ଜିଦ୍‌ ଧରିଛି ତାହା ଛାଡିବାକୁ ହେବ। ଋଷିଆ, ୟୁକ୍ରେନ ରାଜଧାନୀ କୀଭ୍-ଚେର୍ନିଭ୍  (Kyiv-Chernihiv) ସହର ଉପରେ କରୁଥିବା ଆକ୍ରମଣକୁ ହ୍ରାସ କରିବ। ଏଥି ସହିତ ୟୁକ୍ରେନ ଆପୋଷ ବୁଝାମଣା ମାଧ୍ୟମରେ ଏହାର ସୁରକ୍ଷା ଗ୍ୟାରେଣ୍ଟି ଦେବାକୁ ଋଷିଆ ପାଖରେ ଦାବି କରିଛି।


Also Read: Russia-Ukraine War: କେଉଁ ଶିକ୍ଷା ପାଇଲା India?


ଅନ୍ୟପଟେ ୟୁକ୍ରେନ ଅଧିକାରୀଙ୍କ ପକ୍ଷରୁ କୁହାଯାଇଛି ଋଷିଆ ଦିନକୁ ଦିନ ଏହାର କଥା ବଦଳାଉଛି। ୟୁକ୍ରେନ ଭୟ କରୁଛି ଯେ ଯୁଦ୍ଧକ୍ଷେତ୍ରରେ ନିଜର ସ୍ଥିତିକୁ ଦୃଢ କରିବା ପାଇଁ ଋଷିଆ ଚତୁରତାର ସହ ଏପରି କୌଶଳ ଅବଲମ୍ବନ କରୁଛି ଏବଂ ଯୁଦ୍ଧ ବନ୍ଦ କରିବାକୁ ଶାନ୍ତି ଚୁକ୍ତି କରିବା ଠାରୁ ଦୂରେଇ ଯାଉଛି।


Also Read: Russia-Ukraine war: ୟୁରୋପୀୟ ସଂଘ ସହ ମିଶିବାକୁ କାହିଁକି ଚାହୁଁଛି ୟୁକ୍ରେନ?


ୟୁକ୍ରେନ ବିରୁଦ୍ଧରେ ଏକ ସ୍ୱତନ୍ତ୍ର ସାମରିକ ଅଭିଯାନ ଆରମ୍ଭ କରି ଋଷୀୟ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ କହିଛନ୍ତି ଏପରି କରିବା ପଛରେ କାରଣ ଏହା ଯେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କିଙ୍କ Neo Nazi Azov Army ନେତୃତ୍ୱ ଦ୍ୱାରା ନିର୍ଯାତିତ ଋଷୀୟ ଭାଷାଭାଷୀ ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବା। ବର୍ତ୍ତମାନ ଇସ୍ତାନବୁଲ ବୈଠକରୁ ମିଳିଥିବା ଖବର ଅନୁସାରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ତାଙ୍କ ପଦରେ ରହିପାରନ୍ତି। ଯଦି ଏହା ହୁଏ ତାହଲେ ମାସାଧିକ କାଳ ଧରି ଚାଲିଥିବା ଯୁଦ୍ଧକୁ ଶେଷ କରିବା ପାଇଁ ଏକ ଉପାୟ ମିଳିପାରିବ।