Russia-Ukraine war: ୟୁରୋପୀୟ ସଂଘ ସହ ମିଶିବାକୁ କାହିଁକି ଚାହୁଁଛି ୟୁକ୍ରେନ?
Advertisement
Article Detail0/zeeodisha/odisha1112163

Russia-Ukraine war: ୟୁରୋପୀୟ ସଂଘ ସହ ମିଶିବାକୁ କାହିଁକି ଚାହୁଁଛି ୟୁକ୍ରେନ?

ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେବା ଅବସରରେ ରାଷ୍ଟ୍ରପତି ଜେଲେନସ୍କି ୟୁକ୍ରେନକୁ ଯଥାଶୀଘ୍ର ୟୁରୋପୀୟ ସଂଘରେ ସାମିଲ କରାଇବାକୁ ନିବେଦନ କରିଛନ୍ତି।

Russia-Ukraine war: ୟୁରୋପୀୟ ସଂଘ ସହ ମିଶିବାକୁ କାହିଁକି ଚାହୁଁଛି ୟୁକ୍ରେନ?

ନୂଆଦିଲ୍ଲୀ: ବିଗତ ୬ ଦିନ ଧରି ଋଷିଆ ସହ ଯୁଦ୍ଧ ଜାରି ରହିଥିବା ବେଳେ ଅସହାୟ ହୋଇ ଉଠିଥିବା ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର୍ ଜେଲେନସ୍କି ୟୁରୋପୀୟ ସଂଘର ସଦସ୍ୟତା ପାଇବା ପାଇଁ ସୋମବାର ଆବେଦନ କରିଛନ୍ତି।

ୟୁରୋପୀୟ ସଂଘ (European Union) ଇୟୁ (EU)  ଗୋଷ୍ଠୀର ସଦସ୍ୟତା ଗ୍ରହଣ କରିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ରାଷ୍ଟ୍ରପତି ଭୋଲଡିମିର୍ ଜେଲେନସ୍କି (Ukrainian President Volodymyr Zelenskyy) କହିଛନ୍ତି ୟୁକ୍ରେନ ଅନ୍ୟ ସମସ୍ତ ଇଉରୋପୀୟ ଦେଶ ସହ ସମାନ ଏବେ ସେମାନଙ୍କ ସହ ରହିବାକୁ ଚାହେଁ।  ଗଣମାଧ୍ୟମକୁ ଏକ ସାକ୍ଷାତକାର ଦେବା ଅବସରରେ ରାଷ୍ଟ୍ରପତି ଜେଲେନସ୍କି ୟୁକ୍ରେନକୁ ଯଥାଶୀଘ୍ର ୟୁରୋପୀୟ ସଂଘରେ ସାମିଲ କରାଇବାକୁ ନିବେଦନ କରିଛନ୍ତି।

Also Read: Russia-Ukraine Crisis: Biden ପ୍ରଶାସନ ଅପେକ୍ଷା ଚର୍ଚ୍ଚାରେ Modi ସରକାରଙ୍କ ଆଭିମୁଖ୍ୟ

 

ଯୁଦ୍ଧ ଭଳି ସମୟରେ କାହିଁକି ୟୁରୋପୀୟ ସଂଘର ସଦସ୍ୟତା ଗ୍ରହଣ କରିବା ପାଇଁ ଚାହୁଁଛି ୟୁକ୍ରେନ? 

  • ୟୁରୋପୀୟ ସଂଘର ସଦସ୍ୟତା ଏହା ନିଶ୍ଚିତ କରିବ ଯେ ଶକ୍ତିଶାଳୀ ୟୁରୋପୀୟ ଦେଶ ଉଭୟ ସାମରିକ ଏବଂ ଆର୍ଥିକ କ୍ଷେତ୍ରରେ ୟୁକ୍ରେନକୁ ବଞ୍ଚାଇବା ପାଇଁ ପଦକ୍ଷେପ ନେବେ।
  • ଫ୍ରାନ୍ସ ଏବଂ ଜର୍ମାନୀ ସମେତ ୟୁରୋପୀୟ ସଂଘର ମୋଟ ୨୭ ସଦସ୍ୟ ଦେଶ ଅଛନ୍ତି। ଏହି ଦେଶ ସାମରିକ ଏବଂ ଅର୍ଥିନୈତିକ କ୍ଷେତ୍ରରେ ବେଶ ଶକ୍ତିଶାଳୀ।
  • ୟୁରୋପୀୟ ସଂଘ ସଦସ୍ୟ ଦେଶ ବାଣିଜ୍ୟ ପ୍ରୋତ୍ସାହନ ଗ୍ରହଣ କରିଥାନ୍ତି।
  • ଭବିଷ୍ୟତରେ ଋଷିଆ ପକ୍ଷରୁ ହେବାକୁ ଆକ୍ରମଣ ବିରୋଧରେ ୟୁକ୍ରେନ ଲାଗି ସୁରକ୍ଷା କ୍ଷେତ୍ରରେ କିଛି ପଦକ୍ଷେପ ନେଇପାରନ୍ତି ୟୁରୋପୀୟ ସଂଘ ସଦସ୍ୟ। 
  • ୟୁକ୍ରେନକୁ ଅସ୍ତ୍ରଶସ୍ତ୍ର,  ଯନ୍ତ୍ରପାତି କ୍ରୟ ଏବଂ ବିତରଣ ପାଇଁ ଅର୍ଥ ପ୍ରଦାନ କରିବ ବୋଲି ୟୁରୋପୀୟ ସଂଘ କହିଛି ଏବଂ ଆକ୍ରମଣ ପରେ ଋଷିଆ ବିରୋଧରେ ମଧ୍ୟ ନୂତନ କଟକଣା ଜାରି କରିଛି ସଂଘ।
  • ମସ୍କୋକୁ ଦବାଇବା ୟୁରୋପୀୟ ସଂଘର ସଦସ୍ୟ ଦେଶ ଋଷିଆ ପାଇଁ ସେମାନଙ୍କ ବାୟୁ ସୀମା ବନ୍ଦ କରିଥିବା ବେଳେ ଋଷୀୟ ଗଣମାଧ୍ୟମ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଛନ୍ତି।
  • ଋଷୀୟ ଗଣମାଧ୍ୟମ ରିପୋର୍ଟ ଦାବି କରିଛି ଯେ ଋଷୀୟ ସୈନ୍ୟ ବାହିନୀର ଗତିବିଧି ଉପରେ ଖବର ଦେବା ପାଇଁ ସ୍ପେନ ରାଜଧାନୀ ମାଦ୍ରିଦ ଠାରେ ଅବସ୍ଥିତ ଥିବା ଉପଗ୍ରହ କେନ୍ଦ୍ରରୁ ୟୁକ୍ରେନକୁ ସହାୟତା ପ୍ରଦାନ କରିପାରେ ୟୁରୋପୀୟ ସଂଘ। 

ୟୁରୋପୀୟ ସଂଘର ସଦସ୍ୟତା ପାଇବ ୟୁକ୍ରେନ?

  • ଯଦି କୌଣସି ନୂଆ ଦେଶ ଇୟୁ ଗୋଷ୍ଠୀରେ ସାମିଲ ହେବାକୁ ଚାହେଁ ତାହେଲେ ତାକୁ ପ୍ରଥମେ ୟୁରୋପୀୟ ସଂଘର ପ୍ରତ୍ୟେକ ସଦସ୍ୟ ରାଷ୍ଟ୍ରର ସର୍ବସମ୍ମତ ସମର୍ଥନ ଆବଶ୍ୟକ। ଏହି ସଂଘରେ ଏପରି ଅନେକ ଦେଶ ଅଛନ୍ତି ଯେଉଁଠି ଜଟିଳ ଅନୁମୋଦନ ପ୍ରକ୍ରିୟା ରହିଛି। 
  • ବର୍ତ୍ତମାନ ପରିସ୍ଥିତରେ ୟୁକ୍ରେନ ଲାଗି ଇୟୁ ସଦସ୍ୟତା ଗ୍ରହଣ କରିବା ସମ୍ଭବ ନୁହେଁ। କାରଣ ଦୁର୍ନୀତି ଏ କ୍ଷେତ୍ରରେ ବାଧକ ସାଜିପାରେ।   
  • ମୋଟ ୨୭ ସଦସ୍ୟ ଦେଶଙ୍କୁ ନେଇ ଗଠିତ ୟୁରୋପୀୟ ସଂଘରେ କୌଣସି ଦେଶକୁ ନୂତନ ସଦସ୍ୟତା ପ୍ରଦାନ କରିକା ସମ୍ଭବ ନୁହେଁ।  
  • ଋଷିଆ ଆକ୍ରମଣ ପରେ ଏବଂ ସଦସ୍ୟ ରାଷ୍ଟ୍ରର ବ୍ୟକ୍ତିଗତ ସମର୍ଥନକୁ ଦୃଷ୍ଟିରେ ୟୁକ୍ରେନକୁ ସଦସ୍ୟତା ପ୍ରଦାନ କରିବା ପ୍ରସଙ୍ଗରେ ବିଚାର କରିବାରେ ୟୁରୋପୀୟ ସଂଘ।
  • ଋଷିଆ ଆକ୍ରମଣ ପରେ ୟୁରୋପୀୟ ସଂଘର ସଦସ୍ୟ ଥିବା ଫ୍ରାନ୍ସ, ଜର୍ମାନୀ, ନେଦରଲ୍ୟାଣ୍ଡ, ସ୍ୱୀଡେନ୍, ବେଲଜିୟମ୍, ପର୍ତ୍ତୁଗାଲ୍, ଗ୍ରୀସ୍, ରୋମାନିଆ, ସ୍ପେନ, ଚେକ୍ ସାଧାରଣତନ୍ତ୍ର ପ୍ରଭୃତି ଦେଶଙ୍କ ପାଖରୁ ମାନବୀୟ ଏବଂ ସାମରିକ ସହାୟତା ନେଉଛି ୟୁକ୍ରେନ।

Also Read: Russia Ukraine Crisis: କେଉଁଠି ଛିଡା ହୋଇଛି ଭାରତ? କୂଟନୀତି ପାଇଁ ପରୀକ୍ଷାର ସମୟ ହେଉଛି ସାମ୍ପ୍ରତିକ ପରିସ୍ଥିତି

 

ୟୁରୋପୀୟ ସଂଘରେ ସାମିଲ ଥିବା ସଦସ୍ୟ ଦେଶ ହେଉଛନ୍ତି?   

  • ଅଷ୍ଟ୍ରିଆ
  • ବେଲଜିୟମ୍
  • ବୁଲଗେରିଆ
  • କ୍ରୋଏସିଆ
  • ସାଇପ୍ରସ୍
  • ଚେକ୍ ସାଧାରଣତନ୍ତ୍ର 
  • ଡେନମାର୍କ
  • ଇଷ୍ଟୋନିଆ
  • ଲାଟଭିଆ
  • ଲିଥୁଆନିଆ
  • ଫିନଲ୍ୟାଣ୍ଡ
  • ଫ୍ରାନ୍ସ
  • ଜର୍ମୀନୀ
  • ଗ୍ରୀସ୍
  • ହଙ୍ଗେରୀ
  • ଆୟାରଲ୍ୟାଣ୍ଡ
  • ଇଟାଲୀ
  • ଲକସେମବର୍ଗ
  • ମାଲଟା
  • ନେଦରଲ୍ୟାଣ୍ଡ
  • ପୋଲାଣ୍ଡ
  • ପର୍ତ୍ତୁଗାଲ
  • ରୋମାନିଆ
  • ସ୍ଲୋଭାକିଆ
  • ସ୍ଲୋଭେନିଆ
  • ସ୍ପେନ
  • ସ୍ୱୀଡେନ