୧୭ ଦିନରେ ଋଷ-ୟୁକ୍ରେନ ଯୁଦ୍ଧ: ଜାଣିରଖନ୍ତୁ ୫ ଟି ବଡ ଅପଡେଟ
ଏମିତି ଏକ ଜାଗାକୁ ଯିବା ପାଇଁ ଟ୍ରେନରେ ଯିବାକୁ ମଧ୍ୟ ଠେଲାପେଲା ଜାରି ରହିଥିଲା। ଋଷର ଘେରାବନ୍ଦୀ ପାଇଁ ଆମେରିକା ସେନା ପଠାଇଛି।
Russia-Ukraine War: ଋଷ-ୟୁକ୍ରେନ ଯୁଦ୍ଧକୁ ଇତି ମଧ୍ୟରେ ୧୭ ଦିନ ବିତିଗଲାଣି। ହେଲେ ଦୁଇ ଦେଶ ଏବେ ବି ନିଜ ଜିଦରେ ଅଟଳ। ସେପଟେ ଶନିବାର ୟୁକ୍ରେନ ପାଇଁ ଋଷ କାଳରୂପୀ ସାବ୍ୟସ୍ତ ହୋଇଥିଲା। ଆଖି ଖୋଲିବା ପୂର୍ବରୁ ଆରମ୍ଭ ହୋଇଯାଇଥିଲା ଆକ୍ରମଣ। ଏୟାର ସାଇରନ ବାଜିବା କ୍ଷଣି ଆରମ୍ଭ ହୋଇଗଲା ଘନ ଘନ ଆକ୍ରମଣ। କି ଘର କି ହସ୍ପିଟାଲ ଓ ସ୍କୁଲ ବୋମା ମାଡରେ ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଥିଲା ସବୁ କିଛି।
ଡାକ୍ତରଖାନା (Hospital) ରେ ଚିକିତ୍ସିତ ହେଉଥିବା ରୋଗୀମାନେ ଜାଣି ନଥିଲେ ଯେ କୋଠା ଉପରେ ବୋମା ବର୍ଷା ଆରମ୍ଭ ହେବ। ଲୋକମାନେ ନିଜ ଜୀବନ ରକ୍ଷା କରିବାକୁ ପଳାୟନ କରୁଥିଲେ । ଏମିତି ଏକ ଜାଗାକୁ ଯିବା ପାଇଁ ଟ୍ରେନରେ ଯିବାକୁ ମଧ୍ୟ ଠେଲାପେଲା ଜାରି ରହିଥିଲା। ଋଷର ଘେରାବନ୍ଦୀ ପାଇଁ ଆମେରିକା ସେନା ପଠାଇଛି। ଅନ୍ୟପକ୍ଷରେ ମେଲିଟୋପୋଲ ସହରର ମେୟରଙ୍କୁ ନଜରବନ୍ଦୀ କରି ରଖାଯାଇଛି। ୧୭ ଦିନ ଧରି ଏହି ଯୁଦ୍ଧ ଚାଲିଥିବା ବେଳେ ଦିନକୁ ଦିନ ଏହା ଉଗ୍ରରୂପରେ ପରିଣତ ହେବାରେ ଲାଗିଛି।
1- ୧୭ ଦିନ ଧରି ଲାଗିଛି ଯୁଦ୍ଧ
ଯୁଦ୍ଧର ୧୭ ଦିନରେ ମଧ୍ୟ ୟୁକ୍ରେନରେ ଋଷ ହଇଚଇ ସୃଷ୍ଟି କରିଛି। ୟୁକ୍ରେନ ଦାବି କରିଛି ଯେ Nikolaev ରେ ଗୁଳି ବିନିମୟ ଚାଲିଛି। ଋଷର ସେନା ବର୍ତ୍ତମାନ ଓଡେସାରେ ଆକ୍ରମଣକୁ ଜୋରଦାର କରିଛି। ଆହୁରି ଓଡେସାକୁ କ୍ଷତି ପହଞ୍ଚାଇବାକୁ ଚେଷ୍ଟା କରୁଛି।
2-ରାଜଧାନୀ କିଭ୍ ରେ ଋଷ ସେନାର ବୋମାବର୍ଷା
ଋଷର ସେନା ୟୁକ୍ରେନର ରାଜଧାନୀ କିଭ୍ (Kyiv) ଉପରେ ଅତ୍ୟଧିକ ବୋମା ବିସ୍ଫୋରଣ କରିଛି। ୟୁକ୍ରେନ ଦାବି କରିଛି ଯେ ଋଷ ରାଜଧାନୀ କିଭ୍ ରେ ଅନେକ ବିସ୍ଫୋରଣ କରିଛି। ଏଥିରେ ଏକ ବଡ଼ କ୍ଷତି ହୋଇଛି ।
3- ଯୁଦ୍ଧ ମଧ୍ୟରେ ୭ ହଜାର ୧୪୪ ଜଣ ନାଗରିକଙ୍କୁ ରେସକ୍ୟୁ
ୟୁକ୍ରେନ ରାଷ୍ଟ୍ରପତି (Ukraine President) ଭେଲୋଡିମିର ଜେଲେନସ୍କି ଶୁକ୍ରବାର କହିଛନ୍ତି ଯେ, ଯୁଦ୍ଧ ମଧ୍ୟରେ ୪ ସହରରୁ ୭ ହଜାର ୧୪୪ ୟୁକ୍ରେନ ନାଗରିକଙ୍କୁ ଉଦ୍ଧାର କରାଯାଇଛି।
4. Lutsk ରେ ଋଷ ସୈନର ଆଟାକ, ୪ ସୈନିକଙ୍କ ମୃତ୍ୟୁ
ୟୁକ୍ରେନ ଉପରେ ଆକ୍ରମଣ କରିବାରେ ବ୍ରେକ୍ ଦେଉନି ଋଷ (Russia) । Lutsk ରେ ଋଷ ସେନାର ଆକ୍ରମଣରେ ୪ ସୈନିକଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଲୋକ ଆହତ ହୋଇଛନ୍ତି।
5. ଋଷକୁ ଘେରାବନ୍ଦୀ ପାଇଁ ଆମେରିକା ପଠାଇଲା ସେନା
ୟୁକ୍ରେନ ଉପରେ ଋଷର ଆକ୍ରମଣ ପରେ ଆମେରିକା ସମେତ ପାଶ୍ଚ୍ୟାତ ଦେଶ ଗୁଡିକର ନଜର ରହିଛି ଋଷ ଉପରେ। ତେବେ ଋଷକୁ ଘେରାବନ୍ଦୀ ପାଇଁ ଆମେରିକା (America) ୧୨ ହଜାର ସୈନିକ ସୀମାକୁ ପଠାଇଛି। ଆମେରିକା ଚେତାବନୀ ଦେଇଛି ଯେ, ଆମେ ନାଟୋ (Nato) ର ପ୍ରତିଟି ଇଞ୍ଚ୍ କୁ ସୁରକ୍ଷା ଦେବୁ।
Also Read: ବାଙ୍ଗାଲୋରର ନୂଆ ବସ୍...
Also Read: ବିଜେପିର ଏହି ଶାନଦାର ରଣନୀତି ଦେଲା ୟୁପିରେ ଧମାକାଦାର ବିଜୟ