ବିଜେପିର ଏହି ଶାନଦାର ରଣନୀତି ଦେଲା ୟୁପିରେ ଧମାକାଦାର ବିଜୟ
Advertisement
Article Detail0/zeeodisha/odisha1123122

ବିଜେପିର ଏହି ଶାନଦାର ରଣନୀତି ଦେଲା ୟୁପିରେ ଧମାକାଦାର ବିଜୟ

ଆଉ ତାଙ୍କୁ ଜଣାଥିଲା ଯଦି ଏହି ସିଟ୍ ବିଜେପି ହାତକୁ ଆସିଯାଏ ତେବେ ରାଜ୍ୟରେ ବିଜେପି ସରକାର ଗଢିବାରେ ସମସ୍ୟା ଉପୁଜିବ ନାହିଁ। ଯାହା ଫଳରେ ସେ ଏବେ ଭଲ ରଣନୀତି ବନାଇଥିଲେ। 

ବିଜେପିର ଏହି ଶାନଦାର ରଣନୀତି ଦେଲା ୟୁପିରେ ଧମାକାଦାର ବିଜୟ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟୀ ବିପୁଳ ମାତ୍ରାରେ ବିଜୟ ଲାଭ କରିଛି। ଭାରତୀୟ ଜନତା ପାର୍ଟୀ ଏଥର ୬୫ ଟି ସିଟ୍ ରେ ସୁରକ୍ଷିତ ଭାବେ ସଫଳତା ପାଇଛି । ଆଉ ଏହି ସିଟରେ ବିଜୟ ହେତୁ ଭାଜପାକୁ ବହୁ ସଂଖ୍ୟାରେ ବିଜୟ ମଧ୍ୟ ମିଳିଛି। ରାଜ୍ୟର ୪୦୩ ଟି ବିଧାନସଭା ଆସନ ମଧ୍ୟରୁ ୮୬ ଟି ସିଟ୍ ସୁରକ୍ଷିତ। କାରଣ ସେଥିମଧ୍ୟରୁ ୮୪ ଟି ସିଟ୍ ଅନୁସୂଚିତ ଜାତି ଏବଂ ଦୁଇଟି ଜନଜାତି ପାଇଁ ସଂରକ୍ଷିତ ରହିଛି ।

ଏହି ଆସନଗୁଡିକ ଜିତିବା ପାଇଁ ବିଜେପି (BJP) , ଏସପି, ବିଏସପି ଏବଂ କଂଗ୍ରେସ ଭଳି ରାଜନୈତିକ ଦଳ ତଳୁଆ ଶ୍ରେଣୀର ଭୋଟରଙ୍କୁ ଆକୃଷ୍ଟ କରିବାକୁ କୌଣସି ଉପାୟ ଛାଡି ନାହାଁନ୍ତି। କିନ୍ତୁ ବିଜେପିକୁ ସଫଳତା ମିଳିଛି। ଏକ ଉପଯୁକ୍ତ ରଣନୀତି ସହିତ ବିଜେପି ଏହି ଆସନଗୁଡ଼ିକରେ କାମ କଲା ଏବଂ ସଫଳତା ପାଇଲା । ପାର୍ଟୀର ମୁଖ୍ୟ ରଣନୀତିକାର ଓ ସଂଗଠନର ମହାମନ୍ତ୍ରୀ ସୁନୀଲ ବଂଶଲ ସଂରକ୍ଷିତ ସିଟକୁ ଟାର୍ଗେଟ କରିଥିଲେ। ଏହି ସିଟ୍ ଗୁଡିକୁ ଅକ୍ତିଆର ପାଇଁ ବହୁ ବିଶେଷ ଅଭିଯାନ ମଧ୍ୟ ଚଳାଇଥିଲେ। ଆଉ ତାଙ୍କୁ ଜଣାଥିଲା ଯଦି ଏହି ସିଟ୍ ବିଜେପି ହାତକୁ ଆସିଯାଏ ତେବେ ରାଜ୍ୟରେ ବିଜେପି ସରକାର ଗଢିବାରେ ସମସ୍ୟା ଉପୁଜିବ ନାହିଁ। ଯାହା ଫଳରେ ସେ ଏବେ ଭଲ ରଣନୀତି ବନାଇଥିଲେ। 

Also Read: ଜିତିପାରିବନି ଋଷ, ଘେରାବନ୍ଦୀ ପାଇଁ ଆମେରିକା ନେଲା ବଡ଼ ପଦକ୍ଷେପ

ବୁଥ ସ୍ତରରେ ଯୋଜନାର ଲାଭ ନେଉଥିବା ମତଦାତାଙ୍କ ରେକର୍ଡ ତିଆରି କରି ସେମାନଙ୍କୁ ସମ୍ପର୍କ କରାଗଲା।  ସେମାନଙ୍କୁ ମନେ ବି ପକାଇଦେଲେ କି ଭାଜପା ସରକାର (BJP Government) କାରଣରୁ ତାଙ୍କୁ କେତେ ଫାଇଦା ମିଳିଛି। ଏହାବାଦ୍ ପ୍ରତିଟି ଜିଲ୍ଲାର ଏକ ହଜାରରୁ ଅଧିକ ଅନୁସୂଚିତ ବର୍ଗର ଛୋଟବଡ଼ ସମ୍ମିଳନୀରେ ନେତା ମାନେ ଭାଗ ନେଲେ। ଏମିତିକି ଅନୂସୁଚିତ ଜାତି ଜନଜାତିଙ୍କ ଘରେ ବଡ଼ ବଡ଼ ନେତା ଓ ମନ୍ତ୍ରୀ ମାନେ ଭୋଜନ ମଧ୍ୟ କଲେ। ରାସନ, ଆବାସ, ଶୌଚାଳୟ ଭଳି ମୌଳିକ ଆଧାରକୁ ନେଇ ବିଜେପି ଲୋକଙ୍କ ସାମ୍ନାରେ ପହଞ୍ଚିଥିଲା। ସେହିପରି ଭାଜପାର ବଡ ବଡ ନେତା ମାନେ ଚାରି ଚାରି ଜଣଙ୍କୁ ସାଙ୍ଗରେ ରଖି ଘରକୁ ଘର ବୁଲି ସମସ୍ୟା ବିଷୟରେ ବୁଝିବାକୁ ଲାଗିଲେ। 

Also Read: ଭାଙ୍ଗିଗଲା ସିଦ୍ଧୁ ଝିଅଙ୍କ ମନ !

ଏହା ବ୍ୟତିତ ପ୍ରତ୍ୟେକ ବୁଥରେ ଅନୁସୂଚିତ ବର୍ଗଙ୍କ ଘରେ ଭୋଜନ କରିବା ଯୋଗୁଁ ବହୁତ ଫାଇଦା ବିଜେପିକୁ ଏହି ବର୍ଗରୁ ହିଁ ମିଳିଥିଲା। ସେଥିପାଇଁ ତାଙ୍କ ପାଖେ ପହଞ୍ଚିବା ପାର୍ଟିର ରଣନୀତି ଥିଲା। ଏବେ ନିର୍ବାଚନ ପରିଣାମ ସ୍ପଷ୍ଟ ବାର୍ତ୍ତା ଦେଉଛି ଯେ, ଯେଉଁ ଦଳିତ ଭୋଟ ଗୁଡିକ ବାସପା (BSP)କୁ ଯାଉଥିଲା ତାହା ଭାଜପା ନିଜ ଖାତାକୁ ଆଣିବାରେ ସକ୍ଷମ ହୋଇପାରିଛି। କୁହାଯାଉଛି ଯେ, ମାୟାବତୀଙ୍କ ହାତରେ ଥିବା ଜାଠ୍ ସମ୍ପ୍ରଦାୟ ବି ଏଥର ବିଜେପିକୁ ଭରସିଛନ୍ତି। 

Also Read: ହୋଲି ପୂର୍ବରୁ ଛଅ କୋଟି ଚାକିରିଆଙ୍କୁ ବଡ଼ ଝଟକା! EPFO ଉପରେ ସରକାର ନେଲେ ଏହି ପଦକ୍ଷେପ

୨୦୧୭ ନିର୍ବାଚନ (Up election) ରେ ​​ବିଜେପି ୭୦ ଟି ଆସନରେ ଜିତିଥିଲା। ଏହା ଏସସି ବର୍ଗରେ ୬୯ଟି ସିଟ୍ ଏବଂ ଏସଟି ବର୍ଗରେ ଗୋଟିଏ ସିଟ୍ ରହିଥିଲା।  ଏଥିସହିତ ସାତୋଟି ସିଟ୍ ଏସପି, ଦୁଇଟି ବିଏସପି ଏବଂ ଗୋଟିଏ ସିଟ୍ ସ୍ୱାଧୀନ ପ୍ରାର୍ଥୀ ଜିତିଥିଲେ। ଅପ୍ନା ଦଲ୍ ଏସ୍ ତିନୋଟି ସିଟ୍ ଜିତିଥିଲା । ସେଥିମଧ୍ୟରୁ ଦୁଇଟି ଏସସି ପାଇଁ ଏବଂ ଗୋଟିଏ ଏସଟି ବର୍ଗ ପାଇଁ ସଂରକ୍ଷିତ ଥିଲା । ସୁଭାଷ ତିନିଟି ଆସନ ଜିତିଥିଲେ।