ନୂଆଦିଲ୍ଲୀ: Russia-Ukraine War: ଋଷ (Russia) ଓ ୟୁକ୍ରେନ (Ukraine) ମଧ୍ୟରେ ଭୀଷଣ ଲଢ଼େଇ ଜାରି ରହିଛି । ଏହି ସମୟରେ ମଙ୍ଗଳବାର ଏକ ସାକ୍ଷାତକାରରେ କ୍ରେମଲିନ ମୁଖପାତ୍ର ଦିମିତ୍ରୀ ପେସ୍କୋଭ (Kremlin spokesman Dmitry Peskov) ସିଏନଏନକୁ କହିଛନ୍ତି ଯେ, ଋଷର ସୁରକ୍ଷା ନୀତିରେ ଦର୍ଶାଯାଇଛି ଯେ ଦେଶ ସେତେବେଳେ ପରମାଣୁ ଅସ୍ତ୍ର (Nuclear Weapons) ବ୍ୟବହାର କରିବ, ଯେତେବେଳେ ଏହାର ଅସ୍ତିତ୍ୱ ପ୍ରତି ବିପଦ ରହିବ । ଋଷ ଦ୍ୱାରା ୟୁକ୍ରେନ ଉପରେ ଆକ୍ରମଣର ୪ ସପ୍ତାହ ପରେ ଏହି ମନ୍ତବ୍ୟ ଆସିଛି, ଯେତେବେଳେ ପାଶ୍ଚାତ୍ୟ ଦେଶମାନେ ଏହି ବିବାଦକୁ ପରମାଣୁ ଯୁଦ୍ଧରେ ପରିଣତ କରିପାରେ ବୋଲି ଚିନ୍ତା ପ୍ରକଟ କରୁଛି । ପେସ୍କୋଭଙ୍କୁ ସାକ୍ଷାତକାରରେ ଏହି ପ୍ରଶ୍ନ ପଚାରା ଯାଇଥିଲା ଯେ ତାଙ୍କୁ ବିଶ୍ୱାସ ଅଛି କି ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ (Russian President Vladimir Putin) ପରମାଣୁ ଅସ୍ତ୍ର ବ୍ୟବହାର କରିବେ ନାହିଁ ।


COMMERCIAL BREAK
SCROLL TO CONTINUE READING

ସେ (Dmitry Peskov) କହିଛନ୍ତି ଯେ, "ଆମେ ଘରୋଇ ନିରାପତ୍ତାର ଅବଧାରଣା ରଖିଥାଉ ଓ ଏହା ସାର୍ବଜନୀନ ଅଛି, ଆପଣ ପରମାଣୁ ଅସ୍ତ୍ରଶସ୍ତ୍ର (Nuclear Weapons) ର ବ୍ୟବହାରର ସମସ୍ତ କାରଣ ପଢ଼ିପାରିବେ । ତେଣୁ ଯଦି ଆମ ଦେଶର ଅସ୍ତିତ୍ୱ ପ୍ରତି ବିପଦ ଆସିବ, ତା’ହେଲେ ଏହାର (ପରମାଣୁ ଅସ୍ତ୍ର) ଆମର ଅବଧାରଣା ଅନୁସାରେ ବ୍ୟବହାର କରାଯାଇହେବ ।" ଦେଶର ସୁରକ୍ଷା ଧାରଣା ବିଷୟରେ ସେ କହିଛନ୍ତି ଯେ, ଏଥିରେ ଅନ୍ୟ କୌଣସି କାରଣ ଉଲ୍ଲେଖ କରାଯାଇ ନାହିଁ । ଗତ ମାସରେ ପୁଟିନ ଋଷର ପରମାଣୁ ବାହିନୀକୁ ଅଧିକ ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଥିଲେ ।


ଏହି ଆଦେଶ ଅନୁଯାୟୀ, ଋଷର ପ୍ରତିରକ୍ଷା ମନ୍ତ୍ରଣାଳୟ ଫେବୃଆରୀ ୨୮ରେ କହିଛି ଯେ ତା'ର ପରମାଣୁ କ୍ଷେପଣାସ୍ତ୍ର ବାହିନୀ ଓ ଉତ୍ତର ଏବଂ ପ୍ରଶାନ୍ତ ମହାସାଗରୀୟ ଜାହାଜକୁ ପ୍ରସ୍ତୁତ ରଖାଯାଇଛି । ମିଳିତ ଜାତିସଂଘ (United Nations) ର ସେକ୍ରେଟେରୀ ଜେନେରାଲ୍ ଆଣ୍ଟୋନିଓ ଗୁଟେରସ୍ ମାର୍ଚ୍ଚ ୧୪ରେ କହିଛନ୍ତି ଯେ ପରମାଣୁ ସଂଘର୍ଷର ସମ୍ଭାବନା ଏକଦା ଅକଳ୍ପନୀୟ ଥିଲା, ବର୍ତ୍ତମାନ ସମ୍ଭାବନାକୁ ଫେରି ଆସିଛି ।


ଅଧିକ ପଢ଼ନ୍ତୁ:-ୟୁକ୍ରେନ ଯୁଦ୍ଧରେ ଏପର୍ଯ୍ୟନ୍ତ ଋଷର ୧୫,୩୦୦ ସୈନିକ ନିହତ, ୫୦୯ ଟ୍ୟାଙ୍କ ଧ୍ୱଂସ!


ଅଧିକ ପଢ଼ନ୍ତୁ:-ପୁଣି ବଢ଼ିଲା ପେଟ୍ରୋଲ-ଡିଜେଲ ଦର, ଜାଣନ୍ତୁ ଆହୁରି କେତେ ଟଙ୍କା ଯାଏ ବଢ଼ିବ


ଅଧିକ ପଢ଼ନ୍ତୁ:-ଗୁଡ୍ ନ୍ୟୁଜ୍! ପୁଣି ଶସ୍ତା ହେଲା ଖାଇବା ତେଲ, ହ୍ରାସ ପାଇଲା ସୋରିଷ ତେଲ ସମେତ ସମସ୍ତ ତେଲ ଦର


ସେପଟେ ସୋମବାର ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି (Ukrainian President Volodymyr Zelensky) ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ (Russian President Vladimir Putin) ଙ୍କ ସହ ସିଧାସଳଖ ଶାନ୍ତି ଆଲୋଚନା କରିବାର ପ୍ରସ୍ତାବକୁ ଦୋହରାଇଛନ୍ତି । ଜେଲେନସ୍କି ସ୍ଥାନୀୟ ଗଣମାଧ୍ୟମକୁ କହିଛନ୍ତି ଯେ ସେ ପ୍ରାୟ ଏକ ଧରି ଚାଲିଥିବା ଯୁଦ୍ଧ, ଯେଉଁଥିରେ ୟୁକ୍ରେନର ଅନେକ ସହରକୁ ଧ୍ୱଂସ କରିଦିଆଯାଇଛି, ତାହାକୁ ଶେଷ କରିବା ପାଇଁ ପୁଟିନଙ୍କ ସହ ସାକ୍ଷାତ କରି ଯେକୌଣସି ଫର୍ମାଟରେ ଆଲୋଚନା କରିବା ପାଇଁ ପ୍ରସ୍ତୁତ ଅଛନ୍ତି ।