ନୂଆଦିଲ୍ଲୀ:  ଋଷ ଓ ୟୁକ୍ରେନ ମଧ୍ୟରେ ଭୀଷଣ ଯୁଦ୍ଧ ଜାରି ରହିଛି । ଯାହା ଥମିବାର ନାଁ ନେଉନାହିଁ ।ଏହି ସମୟରେ ଏକ ଅଡିଓ କଲ୍ ସାମ୍ନାକୁ ଆସିଛି, ଯେଉଁଥିରେ ଋଷର ସୈନିକମାନେ କୁକୁର ମାଂସ ଖାଉଥିବାର ଆଲୋଚନା ହେଉଛି । ଜଣେ ସୈନିକ ସ୍ୱୀକାର କରିଛନ୍ତି କି, ସେ କୁକୁର ମାଂସ ଖାଇଛନ୍ତି । ଉକ୍ତ ଅଡିଓରେ ଆଉ ଏକ କଥା ସାମନାକୁ ଆସିଛି, ଯେଉଁଥିରେ କିଛି ଋଷ ସୈନିକ ଜଣେ ଯୁବତୀଙ୍କ ସହ ଦୁଷ୍କର୍ମ କରିଥିବା କଥା ମଧ୍ୟ ସାମ୍ନାକୁ ଆସିଛି । ଡେଲିମେଲରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, କୀବ୍ ସିକ୍ରେକ ସର୍ଭିସ୍ ପକ୍ଷରୁ ଉକ୍ତ ଅଡିଓ  ଫୋନ୍ କଲ୍ ଜାରି କରିଛି । ଯେଉଁଥିରେ ଋଷର ସୈନିକମାନେ ଖାଦ୍ୟ ରାସନକୁ ନେଇ ମଧ୍ୟ ଅଭିଯୋଗ କରିଛନ୍ତି।


COMMERCIAL BREAK
SCROLL TO CONTINUE READING

ଜାରି ଅଡିଓରେ କଣ ରହିଛି
ଏହି ଅଡିଓରେ ଜଣେ ଅଜ୍ଞାତ ବ୍ୟକ୍ତି ଋଷ ସୈନିକଙ୍କ ସହିତ ଋଷିଆ ଭାଷାରେ କଥାହେଉଥିବା ଶୁଣିବାକୁ ମିଳୁଛି । ସେ ଋଷ(Russia) ସୈନିକଙ୍କୁ (Soldier) ପଚାରୁଛନ୍ତି କ'ଣ ତୁମେ ଠିକରେ ଖାଉଛ ? ଉକ୍ତ ବ୍ୟକ୍ତିଙ୍କ ପ୍ରଶ୍ନରେ ଋଷ ସୈନିକ କହିଛନ୍ତି ଆମେ ଗତକାଲି ଏକ କୁକୁରକୁ (Dog) ଖାଇଥିଲୁ । ଏହା ଉପରେ ଉକ୍ତ ବ୍ୟକ୍ତି ଜଣଙ୍କ ପୁଣି ପଚାରୁଛନ୍ତି, 'ତୁମେ ଗୋଟିଏ କୁକୁର(Dog) ଖାଇଛ କି କିଛି ?' ଉତ୍ତରରେ ସୈନିକ(Solder) ଜଣଙ୍କ କହୁଛନ୍ତି, ହଁ ଆମେ ଗତକାଲି ଗୋଟିଏ ଖାଇଥିଲୁ । ଋଷ(Russia) ସୈନିକ ଜଣଙ୍କ ଖରାପ ଖାଦ୍ୟକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ଅଡିଓରେ, ଅଜ୍ଞାତ ବ୍ୟକ୍ତି ମଧ୍ୟ ପ୍ରକୃତରେ ମାଂସ ଖାଉଛନ୍ତି କି ନାହିଁ ତାହା ନିଶ୍ଚିତ କରିବାକୁ ଚାହୁଁଛନ୍ତି । ହେଲେ ଋଷ ସୈନିକ କହୁଛନ୍ତି ସେ କୁକୁର(Dog) ମାଂସ ଖାଇଛନ୍ତି...


୧୬ ବର୍ଷୀୟ ଝିଅ ସହ ଦୁଷ୍କର୍ମ
ଏହି ଟେପ୍ କଲରେ ସୈନିକ ଜଣଙ୍କ ଏହା ମଧ୍ୟ କହିଛନ୍ତି କି ତାଙ୍କ ସହ ଥିବା ଲୋକମାନେ ଜଣେ ୧୬ ବର୍ଷର ବାଳିକା ସହ ଦୁଷ୍କର୍ମ କରିଥିଲେ । ଏହି ଅଡିଓରେ ଜଣେ ମହିଳା ସୈନିକଙ୍କୁ ପଚାରୁଛନ୍ତି ଏହା କିଏ କଲା ? ମହିଳା ଜଣଙ୍କ ବୋଧେ ସୈନିକଙ୍କ ମାଆ(Mother) ଅଟନ୍ତି । ସୈନିକ ଜଣଙ୍କ କହୁଛନ୍ତି ତାଙ୍କ ଟ୍ୟାଙ୍କର ୟୁନିଟର ୩ଜଣ ସୈନିକ ଉକ୍ତ ବାଳିକାଙ୍କ ସହ ଦୁଷ୍କର୍ମ କରିଛନ୍ତି । ତେବେ ଦୁଷ୍କର୍ମର ଶିକାର ବାଳିକା ଜଣଙ୍କ କେଉଁ ସ୍ଥାନର ବାସିନ୍ଦା ତାହା ରିପୋର୍ଟରେ ସୂଚନା ଦିଆଯାଇନାହିଁ। ଏହି ଫୋନ୍ କଲ୍ ବିଷୟରେ ଏହା ନିଶ୍ଚିତ ହୋଇପାରି ନାହିଁ, ଏହା ୟୁକ୍ରେନର କେଉଁସ୍ଥାନର, ଯେଉଁଠାରେ ଋଷର ସୈନିକନିକମାନେ ଉପସ୍ଥିତ । ଏହି ଫୋନ୍ କଲ୍ SBU ଦ୍ୱାରା ଟ୍ୱିଟ୍ କରାଯାଇଛି।