କୋରୋନାର କରୁଣ କାହାଣୀ: ଗୋଟିଏ ପରିବାରର ୮ ଜଣଙ୍କର ମୃତ୍ୟୁ, ଏପର୍ଯ୍ୟନ୍ତ ହୋଇନାହିଁ ଯାଞ୍ଚ
ଏପରି ସ୍ଥିତିରେ ଏହି ପରିବାର ଉପରେ ବର୍ତ୍ତମାନ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି । କୌଣସି ପରିବାର ଏପରି ଶ୍ରାଦ୍ଧ ହୁଏତ ଦେଖି ନଥିବେ ଯେତେବେଳେ ୫ ଜଣଙ୍କ ଫଟୋରେ ଏକାସାଙ୍ଗରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ଏବଂ ଏହି ୫ ଜଣଙ୍କ ମଧ୍ୟରୁ ଚାରିଜଣ ଭାଇ ଥିଲେ ।
ନୂଆଦିଲ୍ଲୀ: ସାରା ଦେଶ କୋରୋନା ସଙ୍କଟ (Coronavirus Crisis) ର ସାମ୍ନା କରୁଛି । ଏହି ମହାମାରୀରେ ବର୍ତ୍ତମାନ ପର୍ଯ୍ୟନ୍ତ ୩ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ପ୍ରାଣ ହରାଇଛନ୍ତି । ଏହାସହ ପ୍ରତିଦିନ ହଜାର ହଜାର ସଂକ୍ରମିତଙ୍କ ମୃତ୍ୟୁ ଘଟୁଛି । ଦେଶର ବିଭିନ୍ନ ସ୍ଥାନରୁ କରୁଣ ଦୃଶ୍ୟ ସବୁ ସାମ୍ନାକୁ ଆସୁଛି । ଏହି କ୍ରମରେ ଉତ୍ତର ପ୍ରଦେଶର ଲକ୍ଷ୍ନୌରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି । ଗୋଟିଏ ଦିନରେ ଗୋଟିଏ ପରିବାରରେ ୮ ଜଣଙ୍କ ଶ୍ରାଦ୍ଧ କରାଯାଇଛି ।
ଅଧିକ ପଢ଼ନ୍ତୁ:-ପୁଣିଥରେ ଦିଲ୍ଲୀ ଆସିଲେ ନାହିଁ ଅଲପନ ବନ୍ଦୋପାଧ୍ୟାୟ, ଏବେ ମୋଦି ସରକାର ନେଇପାରନ୍ତି ଏହି ଆକ୍ସନ
ଏପରି ସ୍ଥିତିରେ ଏହି ପରିବାର ଉପରେ ବର୍ତ୍ତମାନ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି । କୌଣସି ପରିବାର ଏପରି ଶ୍ରାଦ୍ଧ ହୁଏତ ଦେଖି ନଥିବେ ଯେତେବେଳେ ୫ ଜଣଙ୍କ ଫଟୋରେ ଏକାସାଙ୍ଗରେ ଶ୍ରଦ୍ଧାଞ୍ଜଳି ଦିଆଯାଇଛି ଏବଂ ଏହି ୫ ଜଣଙ୍କ ମଧ୍ୟରୁ ଚାରିଜଣ ଭାଇ ଥିଲେ । ଲକ୍ଷ୍ନୌର ଓମକାର ଯାଦବଙ୍କ ପରିବାରର ଏହି ଦୁଃଖଦ ଘଟଣା ଏତେ ବଡ ଯେ ଯାହାକୁ ଶବ୍ଦରେ ବର୍ଣ୍ଣନା କରାଯାଇପାରିବ ନାହିଁ । ଲକ୍ଷ୍ନୌ ନିକଟବର୍ତ୍ତୀ ଇମଲିୟା ପୂର୍ବା ଗାଁରେ କୋରୋନାର ଦ୍ୱିତୀୟ ଲହର (Second Wave of COVID-19) ବନ୍ୟା ପରି ଆସି ସମଗ୍ର ପରିବାରକୁ ଉଜାଡ଼ି ଦେଇଛି । ହସୁଥିବା ଖେଳୁଥିବା ଏହି ପରିବାରର ୪ ଜଣ ମହିଳା ଅସମୟରେ ବିଧବା ହୋଇଯାଇଛନ୍ତି ।
ଅଧିକ ପଢ଼ନ୍ତୁ:-କ୍ଷମା ମାଗିଲେ ରବି ଶଙ୍କର ପ୍ରସାଦ, ଅପରାଧିକ ମାନହାନୀ ମାମଲା ପ୍ରତ୍ୟାହାର କଲେ ଶଶି ଥରୁର
ସୋମବାର ଶ୍ରାଦ୍ଧ ଥିଲା । ତେବେ କୋରୋନା ସଂକ୍ରମଣ ହେତୁ ୭ ଜଣଙ୍କର ମୃତ୍ୟୁ ଘଟିଛି ଓ ଆତଙ୍କିତ ଅବସ୍ଥାରେ ହୃଦୟ ଗତି ଥମିଯିବାରୁ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ସୂଚନାନୁସାରେ, ଏପ୍ରିଲ ୨୫ରୁ ମେ ୧୫ ପର୍ଯ୍ୟନ୍ତ ଗୋଟିଏ ପରିବାରର ୮ ଜଣ ବ୍ୟକ୍ତି କୋରୋନା ସଂକ୍ରମଣର ଶିକାର ହୋଇଥିଲେ । ଗାଁର ମୁଖ୍ୟ ମେବାରାମ କହିଛନ୍ତି ଯେ, ଏହି ଭୟାବହ ଘଟଣା ସତ୍ତ୍ୱେ ସରକାରଙ୍କ ଦ୍ୱାରା କୌଣସି ସାନିଟାଇଜେଶନ୍ ବ୍ୟବସ୍ଥା ହୋଇନାହିଁ ଓ ନା ହିଁ ଏପର୍ଯ୍ୟନ୍ତ କୋରୋନା ସଂକ୍ରମଣର ତଦନ୍ତ ହୋଇଛି ।
ମୃତ୍ୟୁ ବରଣ କରିଥିବା ୮ ଜଣଙ୍କ ନାଁ
୧. ନିରଂକାର ସିଂ ଯାଦବ (୪୦), ମୃତ୍ୟୁ ଏପ୍ରିଲ ୨୫
୨- ବିନୋଦ କୁମାର, ବୟସ- ୬୦ ବର୍ଷ, ମୃତ୍ୟୁ- ଏପ୍ରିଲ ୨୮
୩- ବିଜୟ କୁମାର, ବୟସ- ୬୨ ବର୍ଷ, ମୃତ୍ୟୁ-ମେ ୧
୪- ସତ୍ୟ ପ୍ରକାଶ, ବୟସ- ୩୫, ମୃତ୍ୟୁ- ମେ ୧୫
୫- ମିଥଲେଶ କୁମାରୀ, ବୟସ -୫୦ ବର୍ଷ, ମୃତ୍ୟୁ- ଏପ୍ରିଲ ୨୨
୬- ଶୌଲ କୁମାରୀ, ବୟସ- ୪୭ ବର୍ଷ, ମୃତ୍ୟୁ- ଏପ୍ରିଲ ୨୭
୮- କମଲା ଦେବୀ, ବୟସ- ୮୦ ବର୍ଷ, ମୃତ୍ୟୁ- ଏପ୍ରିଲ ୨୬
୮- ରୂପ ରାନୀ, ବୟସ- ୮୨ ବର୍ଷ, ମୃତ୍ୟୁ- ମେ ୧୧
ଅଧିକ ପଢ଼ନ୍ତୁ:-ଶସ୍ତା ହେଲା LPG ସିଲିଣ୍ଡର, ଏବେ ଏହି ରେଟରେ ମିଳିବ ଅଣ-ସବସିଡି ଯୁକ୍ତ ଗ୍ୟାସ୍
ଯେଉଁଭଳି ଭାବେ କୋରୋନା ସଂକ୍ରମଣ ହେତୁ ଏହି ପରିବାରରେ ଏକାସାଙ୍ଗରେ ୮ ଜଣଙ୍କ ମୃତ୍ୟୁ ଘଟିଛି, ଏପରି ସ୍ଥିତିରେ ପରିବାରକୁ ଏକ ବଡ ବିପର୍ଯ୍ୟୟର ସାମ୍ନା କରିବାକୁ ପଡୁଛି । ଏଥିସହିତ ଅଭିଯୋଗ ହୋଇଛି ଯେ ବର୍ତ୍ତମାନ ପର୍ଯ୍ୟନ୍ତ ସରକାର ସାନିଟାଇଜେଶନ୍ କାର୍ଯ୍ୟ କରିନାହାଁନ୍ତି । ନାଁ ହିଁ ପରିବାରରେ କୋରୋନା ସଂକ୍ରମଣର କୌଣସି ଅନୁସନ୍ଧାନ କରାଯାଇଛି । ଯେତେବେଳେ ଅମ୍ଳଜାନ ଓ ଶଯ୍ୟା ଆବଶ୍ୟକ ଥିଲା, ସେତେବେଳେ ତାହା ମଧ୍ୟ ଉପଲବ୍ଧ ନଥିଲା । ଗାଁର ମୁଖିଆ କହିଛନ୍ତି ଯେ, ଏଠାରେ ପ୍ରାୟ ୫୦ ଜଣ ଲୋକ ସଂକ୍ରମିତ ହୋଇଥିଲେ ଓ ୫ ଜଣଙ୍କର ମଧ୍ୟ ମୃତ୍ୟୁ ଘଟିଛି, କିନ୍ତୁ ପ୍ରଶାସନ ଏଠାରେ ପହଞ୍ଚି ନାହିଁ ।