Kesarinath Tripathi Passes Away: ବରିଷ୍ଠ ବିଜେପି ନେତା ତଥା ଉତ୍ତର ପ୍ରଦେଶ ବିଧାନସଭାର ପୂର୍ବତନ ବାଚସ୍ପତି କେଶରୀନାଥ ତ୍ରିପାଠୀଙ୍କ ପରଲୋକ ହୋଇଛି । ଦୀର୍ଘ ଦିନ ଧରି ସ୍ବାସ୍ଥ୍ୟଗତ ସମସ୍ୟାରେ ପୀଡିତ ଥିଲେ କେଶରୀ । ଆଜି (ଜାନୁଆରୀ ୮) ଭୋର ୫ଟା ସମୟରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି ।  ଏନେଇ ତାଙ୍କ ସୁପୁତ୍ର ନୀରଜ ତ୍ରିପାଠୀ ସୂଚନା ଦେଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା।  ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ୟୁପି ସିଏମ ଯୋଗୀ ଆଦିତ୍ୟନାଥ ଶୋକବ୍ୟକ୍ତ ମଧ୍ୟ କରିଛନ୍ତି । ଟ୍ବିଟ୍ କରି ଯୋଗୀ ଆଦିତ୍ୟନାଥ ଲେଖିଛନ୍ତି ଯେ,'ବରିଷ୍ଠ ରାଜନେତା , ବିଜେପିର ବରିଷ୍ଠ ପରିବାର ସଦସ୍ୟ , ତଥା ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ଆଦରଣୀୟ କେଶରନାଥ ତ୍ରିପାଠୀଙ୍କ ନିଧନ ଅତ୍ୟନ୍ତ ଦୁଃଖଦାୟକ। ଭଗବାନ ଶ୍ରୀରାମ ତାଙ୍କ ଅମର ଆତ୍ମାକୁ ଶ୍ରୀଚରଣରେ ସ୍ଥାନ ଦିଅନ୍ତୁ ଏବଂ ତାଙ୍କ ପରିବାରକୁ ଧୈର୍ଯ୍ୟ ଦିଅନ୍ତୁ ।'


COMMERCIAL BREAK
SCROLL TO CONTINUE READING

 


 





ଉଲ୍ଲେଖଯୋଗ୍ୟ, ତ୍ରପାଠୀ ଦୁଇଥର କୋଭିଡ୍-୧୯ଦ୍ବାରା ସଂକ୍ରମିତ ହୋଇ ଲକ୍ଷ୍ନୌସ୍ଥିତ ‘ସଞ୍ଜୟ ଗାନ୍ଧୀ ପୋଷ୍ଟ୍‌ଗ୍ରାଜୁଏଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍‌ ସାଇନ୍ ସେସ୍‌’ରେ ଦୀର୍ଘ ଦିନ ଚିକିତ୍ସାଧୀନ ରହି ସୁସ୍ଥ ହୋଇଥିଲେ।


ଏହାବି ପଢନ୍ତୁ : Vladimir Putin: ଭୟଙ୍କର ରୋଗରେ ପୀଡ଼ିତ ପୁଟିନ ! ଅଧିକାରୀ କହିଲେ ଯୁଦ୍ଧ ଶେଷ ବେଳକୁ...


ଏହାବି ପଢନ୍ତୁ : Gay couple Expecting first baby: ସମଲିଙ୍ଗୀ ବିବାହ ପରେ ପ୍ରଥମ ଶିଶୁର ଫଟୋ ସେୟାର କଲେ ଦମ୍ପତି


ଏହାବି ପଢନ୍ତୁ : Most Expensive Saree: ଜାଣନ୍ତୁ ଭାରତର ତିନି ପ୍ରସିଦ୍ଧ ଶାଢୀ, ଦାମ ଶୁଣିଲେ ଉଡିଯିବ ହୋସ୍ !


କେଶରୀନାଥ ତ୍ରିପାଠୀଙ୍କ କ୍ୟାରିଅର:


କେଶରୀନାଥ ତ୍ରିପାଠୀ ୧୯୩୪ ମସିହା ନଭେମ୍ବର ୧୦ ତାରିଖରେ ସେ ଆଲ୍ଲାବାଦରେ ଜନ୍ମ ହୋଇଥିଲେ । ପରେ ସେ ସେଣ୍ଟ୍ରାଲ ହିନ୍ଦୁ ସ୍କୁଲରେ ନିଜର ପ୍ରାରମ୍ଭିକ ଶିକ୍ଷା ସମାପ୍ତ କରିଥିଲେ । ଏହାସହ ସେ ୧୯୫୩ରେ ଆହ୍ଲାବାଦ ବିଶ୍ୱବିଦ୍ୟାଳୟରୁ ବିଏ ପାସ କରି ଏଲଏଲବି କରିଥିଲେ । ଗୋଟିଏ ବର୍ଷ ଓକିଲାତି କରିବା ପରେ ୧୯୫୬ ମସିହାରେ ଆହ୍ଲାବାଦ ହାଇକୋର୍ଟରେ ଅଧିବକ୍ତା ଭାବେ ପଞ୍ଜିକୃତ ହୋଇଥିଲେ । 


ଯଦି କେଶରୀନାଥ ତ୍ରିପାଠୀର ରାଜନୈତିକ କ୍ୟାରିଅର କଥା ଦେଖିବା ତେବେ ସେ ୩ଥର ଉତ୍ତରପ୍ରଦେଶ ବିଧାନସଭାର ଅଧ୍ୟକ୍ଷ ଭାବେ ଦାୟୀତ୍ୱ ତୁଲାଇଛନ୍ତି । ସେ ୨୦୧୪ ଜୁଲାଇରୁ ୨୦୧୯ ପର୍ଯ୍ୟନ୍ତ ପଶ୍ଚିମବଙ୍ଗର ରାଜ୍ୟପାଳ ଥିଲେ । ଏହାସହ ସେ ବିହାର,ମେଘାଳୟ ଓ ମିଜୋରମ ରାଜ୍ୟପାଳ ଦାୟିତ୍ୱରେ ମଧ୍ୟ ଥିଲେ । ସେ ବିଶେଷ ଭାବେ ବିଜେପିର ସଦସ୍ୟ ଥିଲେ । ଏହାସହ ସେ ଉତ୍ତର ପ୍ରଦେଶ ବିଜେପିର ଅଧ୍ୟକ୍ଷ ଭାବେ ମଧ୍ୟ ଦାୟୀତ୍ୱ ତୁଲାଇଛନ୍ତି । ଶ୍ରୀରାମ ଜନ୍ମଭୂମି ଆନ୍ଦୋଳନରେ ମଧ୍ୟ ସାମିଲ ହୋଇଥିଲେ କେଶରୀନାଥ । ଏନେଇ ୧୯୯୦ ମସିହାରେ କିଛି ଦିନ ପାଇଁ ଜେଲ ଯାଇଥିଲେ।


ଏହାବି ପଢନ୍ତୁ : Iraqi Girl Swarmed: ଇରାକରେ ନାରୀଙ୍କୁ ଏ କି ସମ୍ମାନ! ଡ୍ରେସ ଛୋଟ ପିନ୍ଧିଥିବାରୁ ଠିଆ ଗୋଇଠା ମାରୁଛନ୍ତି ଲୋକ