Most Expensive Saree: ଜାଣନ୍ତୁ ଭାରତର ତିନି ପ୍ରସିଦ୍ଧ ଶାଢୀ, ଦାମ ଶୁଣିଲେ ଉଡିଯିବ ହୋସ୍ !
Advertisement
Article Detail0/zeeodisha/odisha1516863

Most Expensive Saree: ଜାଣନ୍ତୁ ଭାରତର ତିନି ପ୍ରସିଦ୍ଧ ଶାଢୀ, ଦାମ ଶୁଣିଲେ ଉଡିଯିବ ହୋସ୍ !

Most Expensive Saree: ଭାରତରେ ଯଦିଓ ପାଶ୍ଚାତ୍ୟ ସଂସ୍କୃତିର ବଢିବାରେ ଲାଗିଛି । ତଥାପି ଆଜି ମଧ୍ୟ ଏଠାରେ ଥିବା ଲୋକଙ୍କ ମଧ୍ୟରେ ଭାରତୀୟ ସଂସ୍କୃତି ଓ ପରମ୍ପରରା ଗୁରୁତ୍ବ ବହନ କରୁଥିବା ଶାଢୀର ମହତ୍ବ ବେଶ୍ ଅଧିକ ରହିଛି । ଆଜିବି ଭାରତର ଅଧିକାଂଶ ରାଜ୍ୟର ମହିଳାମାନେ ଶାଢୀ ପିନ୍ଧନ୍ତି ।

Most Expensive Saree: ଜାଣନ୍ତୁ ଭାରତର ତିନି ପ୍ରସିଦ୍ଧ ଶାଢୀ, ଦାମ ଶୁଣିଲେ ଉଡିଯିବ ହୋସ୍ !

Most Expensive Saree: ଭାରତରେ ଯଦିଓ ପାଶ୍ଚାତ୍ୟ ସଂସ୍କୃତି ବଢିବାରେ ଲାଗିଛି । ତଥାପି ଆଜି ମଧ୍ୟ ଏଠାରେ ଥିବା ଲୋକଙ୍କ ମଧ୍ୟରେ ଭାରତୀୟ ସଂସ୍କୃତି ଓ ପରମ୍ପରରା ଗୁରୁତ୍ବ ବହନ କରୁଥିବା ଶାଢୀର ମହତ୍ବ ବେଶ୍ ଅଧିକ ରହିଛି । ଆଜିବି ଭାରତର ଅଧିକାଂଶ ରାଜ୍ୟର ମହିଳାମାନେ ଶାଢୀ ପିନ୍ଧନ୍ତି ।  ଶାଢୀ ହିଁ ଜଣେ ମହିଳାଙ୍କୁ ଅଧିକ ସୁନ୍ଦର କରିଥାଏ । ତେବେ, ଆମେ ଆପଣଙ୍କୁ ଶାଢୀ ବିଷୟରେ କହିବାକୁ ଯାଉଛୁ । ଯାହା ଭାରତରେ ସବୁଠୁ ଦାମିକିଆ ଶାଢୀ ବୋଲି ଆମେ କହିପାରିବା ।  ଯଦି ଆପଣ ମଧ୍ୟ ଦାମିକିଆ ଶାଢୀ କିଣିବାକୁ ଚାହାଁନ୍ତି,ତେବେ ଆପଣ ହ୍ୟାଣ୍ଡଲୁମ୍ ହାଟ ଦିଲ୍ଲୀରେ ଆୟୋଜିତ ପ୍ରଦର୍ଶନୀକୁ ଯାଇପାରିବେ । ଏଠାରେ ଆପଣ ଏକାଧିକ ଡିଜାଇନର ଶାଢୀ ପାଇପାରିବେ। ଆଜି ଆମେ ଆପଣଙ୍କୁ ତିନୋଟି ଦାମୀ ହ୍ୟାଣ୍ଡଲୁମ୍ ଶାଢୀ ବିଷୟରେ କହିବାକୁ ଯାଉଛୁ ।

କରହୁଆ କଟୱାର୍କ ଶାଢୀ :
ବାରାଣାସୀର ବନାରସୀ ରେଶମ ଶାଢୀ ବିଷୟରେ  ଆପଣ ନିଶ୍ଚିତ ଭାବରେ ଶୁଣିଥିବେ । ତେବେ,ଏଠାରେ ଥିବା କରହୁଆ କଟୱାର୍କ ଶାଢୀ ମଧ୍ୟ ବେଶ ପ୍ରସିଦ୍ଧ। ଏହି ଶାଢୀରେ ସୁନ୍ଦର କାରୁକାର୍ଯ୍ୟ ମଧ୍ୟ କରାଯାଇଥାଏ । ତେବେ,ଗୋଟିଏ ଶାଢୀକୁ ପ୍ରସ୍ତୁତ କରିବାକୁ  ଅତି କମରେ ଦୁଇଜଣ କାରିଗର ଲାଗିଥାନ୍ତି । ତେବେ, ଏହି ଶାଢୀର ମୂଲ୍ୟ ୫ ହଜାର ଟଙ୍କା ଠାରୁ ଆରମ୍ଭ କରି ୫ ଲକ୍ଷ ପର୍ଯ୍ୟନ୍ତ ରହିଛି । ଯଦିଓ ଏହି ଶାଢୀର ବ୍ୟବହାର ଆଜିକା ଦିନରେ କମ ରହିଛି । ତଥାପି ଆପଣ ବରାଦ ଦେଲେ ଏ ଶାଢୀ ଆପଣଙ୍କୁ ମିଳିପାରିବ ।

 ମୋଙ୍ଗା ସିଲ୍କ ଶାଢୀ :
ସେହିପରି ଆସାମରେ  ମୋଙ୍ଗା ସିଲ୍କ ଶାଢୀ (Moonga silk saree of Assam)ମଧ୍ୟ ବେଶ ପ୍ରସିଦ୍ଧ । ତେବେ, ଏହି ଶାଢୀ ସାଧାରଣତଃ ହଳଦିଆ ଏବଂ ସୁନେଲୀ ରଙ୍ଗର ହୋଇଥାଏ । ଯଦି ଆପଣ ଏହି ଶାଢୀକୁ ଦିର୍ଘ ଦିନ ଧରି ଯତ୍ନର ସହ ସାଇତି ରଖିବେ। ତେବେ, ଅନେକ ବର୍ଷ ପର୍ଯ୍ୟନ୍ ଏହା ନୂଆ ଶାଢୀ ପରି ରହିବ । ଏହି ଶାଢୀର ବିଶେଷତ୍ୱ ​​ହେଉଛି ଯେ ଏହା ଯେତେ ପୁରୁଣା ହୁଏ , ଏହାର ଉଜ୍ଜ୍ୱଳତା ମଧ୍ ଆହୁରୀ ବଢିଥାଏ । ତେବେ, ଏହି ଶାଢୀର ବଜାର ଦାମ ୨ ହଜାରରୁ ଆରମ୍ଭ କରି ୨ ଲକ୍ଷ ପର୍ଯ୍ୟନ୍ତ ରହିଛି।  

ଏହାବି ପଢନ୍ତୁ : Tv Actress Bikini Pics: ଟିଭି ଅଭିନେତ୍ରୀଙ୍କ ବିକିନି ଅବତାର, ପଛରେ ପଡିଯିବେ ବଲିଉଡ ଆକଟ୍ରେସ୍

ପାଟନ୍ ପାଟୋଲା ଶାଢୀ

ପାଟନ୍ ପାଟୋଲା(Patan Patola) ଶାଢୀର ବିଶେଷତ୍ୱ ​​ହେଉଛି ଏହାର କପଡା ଶହେ ବର୍ଷ ପର୍ଯ୍ୟନ୍ତ ନୂଆ ଭଳି ରହିଥାଏ । ଖାସ କରି ଏହି ଶାଢୀ ଗୁଜୁରାଟର  ପାଟନରେ ତିଆରି ହୋଇଥାଏ । ଏହି ଶାଢୀ ପାଟୋଲା କପଡ଼ାରୁ ତିଆରି ହୋଇଥାଏ । ଗୋଟିଏ ଶାଢୀ ତିଆରି କରିବାକୁ ୩ ରୁ ୪ ମାସ ସମୟ ଲାଗେ  । ପାଟନ ପାଟୋଲା  ଶାଢୀର ମୂଲ୍ୟ  ୩ ହଜାରରୁ ଆରମ୍ଭ କରି ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି ।