Road Accident: ଗୁଜରାଟର ଆନନ୍ଦ ନିକଟରେ ଅହମ୍ମଦାବାଦ-ଭଦୋଦରା ଏକ୍ସପ୍ରେସ ହାଇୱେରେ ଏକ ଟ୍ରକ୍ ଓ ଭଲବୋ ବସ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଗୁରୁତର ଆହତ ହୋଇଛନ୍ତି। ମହାରାଷ୍ଟ୍ରରୁ ରାଜସ୍ଥାନ ଅଭିମୁଖେ ଯାଉଥିବା ଏକ ବସ୍ ପଛପଟୁ ଧକ୍କା ଖାଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଆନନ୍ଦ ଅଗ୍ନିଶମ ବାହିନୀ ଓ ସ୍ଥାନୀୟ ପୁଲିସ ସମେତ ଜରୁରୀକାଳୀନ ସେବା ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା।


COMMERCIAL BREAK
SCROLL TO CONTINUE READING

ରାଜସ୍ଥାନ ଯାଉଥିଲା ବସ୍
ଏହି ଲଗଜରିଅସ ବସ୍ ଟି ମହାରାଷ୍ଟ୍ରରୁ ରାଜସ୍ଥାନ(Maharashtra To Rajasthan) ଅଭିମୁଖେ ଯାଉଥିଲା। ଆଜି ଭୋର ପ୍ରାୟ ସାଢ଼େ ୪ଟା ବେଳେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣଙ୍କ ର ହସପିଟାଲରେ ମୃତ୍ୟୁ ଘଟିଛି। ଦୁର୍ଘଟଣା ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଆନନ୍ଦ ଜିଲ୍ଲାର ବିଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରିଛି। ଅନ୍ୟ ଆହତଙ୍କ ଅବସ୍ଥା ମଧ୍ୟ ସଙ୍କଟାପନ୍ନ ଥିବା କୁହାଯାଉଛି।


ପଞ୍ଚର ପରେ ଦୁର୍ଘଟଣାର ଶିକାର
ପୋଲିସ ସୂଚନା ଅନୁଯାୟୀ, ରାଜସ୍ଥାନ ଅଭିମୁଖେ ଯାଉଥିବା ବସର ଟାୟାର ପଙ୍କଚର ଯୋଗୁଁ ରାଜପଥ କଡ଼ରେ ଛିଡ଼ା ହୋଇଥିଲା। ବସ୍ ର ଡ୍ରାଇଭର, କଣ୍ଡକ୍ଟର ଓ ଯାତ୍ରୀମାନେ ବସ୍ ତଳେ ଠିଆ ହୋଇଥିବା ବେଳେ ପଛପଟୁ ଆସୁଥିବା ଏକ ଟ୍ରକ୍ ବସ୍ କୁ(Truck Bus Accident) ଧକ୍କା ଦେଇଥିଲା। ଏହି ଦୁଃଖଦ ଦୁର୍ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଛି।  


ବସ୍-ଟ୍ରକ୍ ମୁହାଁମୁହିଁ ଧକ୍କା, ୪ ମୃତ
ସୂଚନାଯୋଗ୍ୟ, ଶୁକ୍ରବାର ଗୁଜରାଟର ପାଟନ ଜିଲ୍ଲାରେ ଏକ ଦୁର୍ଘଟଣା ଘଟିଥିଲା। ବସ୍ ଓ ଟ୍ରକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାଫଳରେ ୪ ଜଣଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ୩ ଜଣ ଆହତ ହୋଇଥିଲେ। ମୃତକଙ୍କ ମଧ୍ୟରେ ବସ୍ର ଡ୍ରାଇଭର ଓ କଣ୍ଡକ୍ଟର ଅଛନ୍ତି, ଯାହା କି ଆନନ୍ଦରୁ କଚ୍ଛର ରାପର ଅଭିମୁଖେ ଯାଉଥିଲା। ଏହି ସମୟରେ ଭୋର ପ୍ରାୟ ସାଢ଼େ ୪ଟାରେ ଏହି ଦୁର୍ଘଟଣା ଘଟିଥିଲା।


Also Read: Chandipura Virus: ଆତଙ୍କ ଖେଳାଇଲାଣି ଚାନ୍ଦିପୂରା ଭାଇରସ, ପ୍ରାଣ ହାରୁଛନ୍ତି ଶିଶୁ


Also Read: Plastic Bottle Side Effects: ପ୍ଲାଷ୍ଟିକ ବୋତଲରୁ ପାଣି ପିଉଥିଲେ ସାବଧାନ! ମାଡ଼ିବସିବ ଏହିସବୁ ଗମ୍ଭୀର ରୋଗ