Plastic Bottle Side Effects: ପ୍ଲାଷ୍ଟିକ ବୋତଲରୁ ପାଣି ପିଉଥିଲେ ସାବଧାନ! ମାଡ଼ିବସିବ ଏହିସବୁ ଗମ୍ଭୀର ରୋଗ
Advertisement
Article Detail0/zeeodisha/odisha2336365

Plastic Bottle Side Effects: ପ୍ଲାଷ୍ଟିକ ବୋତଲରୁ ପାଣି ପିଉଥିଲେ ସାବଧାନ! ମାଡ଼ିବସିବ ଏହିସବୁ ଗମ୍ଭୀର ରୋଗ

Plastic Bottle Side Effects: ଆମେରିକାର କଲୋମ୍ବିଆ ୟୁନିଭର୍ସିଟିର ଏକ ଟିମ୍ ପ୍ରଥମ ଥର ପାଇଁ ବୋତଲ ପାଣିରେ ଥିବା ଏହି ସୂକ୍ଷ୍ମ କଣିକାଗୁଡ଼ିକୁ ରିଫାଇଣ୍ଡ ଟେକ୍ନୋଲୋଜି ବ୍ୟବହାର କରି ଗଣନା କରି ଚିହ୍ନଟ କରିଛନ୍ତି। ପ୍ଲାଷ୍ଟିକର ଏହି ଛୋଟ ଛୋଟ ଖଣ୍ଡ ଆମ ସ୍ୱାସ୍ଥ୍ୟକୁ ଗୁରୁତର କ୍ଷତି ପହଞ୍ଚାଇପାରେ । ଆସନ୍ତୁ ଜାଣିବା ଏହି ନୂଆ ଅଧ୍ୟୟନ ବିଷୟରେ ସବିଶେଷ-

 

Plastic Bottle Side Effects: ପ୍ଲାଷ୍ଟିକ ବୋତଲରୁ ପାଣି ପିଉଥିଲେ ସାବଧାନ! ମାଡ଼ିବସିବ ଏହିସବୁ ଗମ୍ଭୀର ରୋଗ

Plastic Bottle Side Effects: ଆମମାନଙ୍କ ମଧ୍ୟରୁ ଅନେକ ଲୋକ ପାଣି ପିଇବା ପାଇଁ ପ୍ଲାଷ୍ଟିକ ବୋତଲ ବ୍ୟବହାର କରିଥାନ୍ତି । ସ୍କୁଲ, କଲେଜ, ଅଫିସ କିମ୍ବା କୁଆଡେ ବାହାରେ ବୁଲିବା ସମୟରେ ଲୋକମାନେ ଅନେକ ସମୟରେ ପ୍ଲାଷ୍ଟିକ୍ ବୋତଲରେ ପାଣି ନିଜ ପାଖରେ ରଖନ୍ତି। ତେବେ ଏଭଳି ବୋତଲରୁ ଲଗାତାର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ପ୍ଲାଷ୍ଟିକ ଦ୍ୱାରା ହେଉଥିବା କ୍ଷୟକ୍ଷତି ବିଷୟରେ ଆମେ ଅନେକ ସମୟରେ ଶୁଣିଥାଉ କିମ୍ବା ପଢିଥାଉ, କିନ୍ତୁ ବର୍ତ୍ତମାନ ନିକଟରେ ହୋଇଥିବା ଏକ ଗବେଷଣାରୁ କିଛି ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି ।

ଏହି ନୂତନ ଅଧ୍ୟୟନ ଅନୁଯାୟୀ, ଏକ ସାଧାରଣ ଏକ ଲିଟର (୩୩-ଓନ୍ସ) ବୋତଲ ପାଣିରେ ହାରାହାରି ପ୍ରାୟ ୨,୪୦,୦୦୦ ଖଣ୍ଡ ପ୍ଲାଷ୍ଟିକ୍ ଥାଏ । ଏଥିରେ ଗବେଷକମାନେ ନାନୋପ୍ଲାଷ୍ଟିକ ଉପରେ ଗୁରୁତ୍ୱାରୋପ କରିଥିଲେ। ଏଗୁଡ଼ିକ ମାଇକ୍ରୋପ୍ଲାଷ୍ଟିକ୍ ଠାରୁ ଛୋଟ କଣିକା। ଆମେରିକାର କଲୋମ୍ବିଆ ୟୁନିଭର୍ସିଟିର ଏକ ଟିମ୍ ପ୍ରଥମ ଥର ପାଇଁ ବୋତଲ ପାଣିରେ ଥିବା ଏହି ସୂକ୍ଷ୍ମ କଣିକାଗୁଡ଼ିକୁ ରିଫାଇଣ୍ଡ ଟେକ୍ନୋଲୋଜି ବ୍ୟବହାର କରି ଗଣନା କରି ଚିହ୍ନଟ କରିଛନ୍ତି। ପ୍ଲାଷ୍ଟିକର ଏହି ଛୋଟ ଛୋଟ ଖଣ୍ଡ ଆମ ସ୍ୱାସ୍ଥ୍ୟକୁ ଗୁରୁତର କ୍ଷତି ପହଞ୍ଚାଇପାରେ । ଆସନ୍ତୁ ଜାଣିବା ଏହି ନୂଆ ଅଧ୍ୟୟନ ବିଷୟରେ ସବିଶେଷ-

କଣ କହୁଛି ଅଧ୍ୟୟନ?
ଜର୍ଣ୍ଣାଲ୍ ପ୍ରୋସିଡିଙ୍ଗସ୍ ଅଫ୍ ଦି ନ୍ୟାସନାଲ ଏକାଡେମୀ ଅଫ୍ ସାଇନ୍ସ ପତ୍ରିକାରେ ପ୍ରକାଶିତ ଏହି ଗବେଷଣାରୁ ଜଣାପଡିଛି ଯେ ବୋତଲ ପାଣିରେ ପୂର୍ବ ଆକଳନ ତୁଳନାରେ ୧୦୦ ଗୁଣ ଅଧିକ ପ୍ଲାଷ୍ଟିକ କଣିକା ରହିପାରେ । ଏହି ନାନୋପ୍ଲାଷ୍ଟିକ୍ ଗୁଡ଼ିକ ଏତେ ଛୋଟ ଯେ ମାଇକ୍ରୋପ୍ଲାଷ୍ଟିକ୍ ଭଳି ସିଧାସଳଖ ଅନ୍ତନଳୀ ଓ ଫୁସଫୁସରୁ ରକ୍ତ ପ୍ରବାହରେ ପ୍ରବେଶ କରି ସେଠାରୁ ହୃଦୟ ଓ ମସ୍ତିଷ୍କ ସମେତ ଅନ୍ୟାନ୍ୟ ଅଙ୍ଗରେ ପହଞ୍ଚିପାରେ।

ପ୍ଲାଷ୍ଟିକ ବୋତଲରୁ ହେଉଥିବା କ୍ଷତି
ମାଇକ୍ରୋପ୍ଲାଷ୍ଟିକ୍ ତୁଳନାରେ ନାନୋପ୍ଲାଷ୍ଟିକ୍ ଆମ ସ୍ୱାସ୍ଥ୍ୟ ପାଇଁ ଅଧିକ ବିପଦ ସୃଷ୍ଟି କରିଥାଏ, କାରଣ ଏହି କଣିକା ଆମ କୋଷ ଏବଂ ରକ୍ତ ପ୍ରବାହରେ ପ୍ରବେଶ କରିବା ଏବଂ ଅଙ୍ଗଗୁଡ଼ିକୁ ପ୍ରଭାବିତ କରିବା ପାଇଁ ଯଥେଷ୍ଟ ଛୋଟ ଅଟନ୍ତି । ନାନୋପ୍ଲାଷ୍ଟିକ ପ୍ଲାସେଣ୍ଟା ମାଧ୍ୟମରେ ଗର୍ଭସ୍ଥ ଶିଶୁର ଶରୀରରେ ପ୍ରବେଶ କରିପାରେ । ଆସନ୍ତୁ ଜାଣିବା ପ୍ଲାଷ୍ଟିକ ବୋତଲରେ ପାଣି ପିଇବାର ଆଉ କିଛି କ୍ଷତିକାରକ ପ୍ରଭାବ-

ସ୍ତନ କର୍କଟ
ପ୍ଲାଷ୍ଟିକ ପାଣି ବୋତଲ ସୂର୍ଯ୍ୟଙ୍କ ରଶ୍ମି ସଂସ୍ପର୍ଶରେ ଆସିଲେ ଡାଇଅକ୍ସିନ ନାମକ ଏକ ବିଷାକ୍ତ ପଦାର୍ଥ ସୃଷ୍ଟି କରିଥାଏ । ଏହି ଡାଇଅକ୍ସିନ ମହିଳାଙ୍କ ସ୍ତନ କର୍କଟ ରୋଗର କାରଣ ହୋଇପାରେ ।

ଡାଏବେଟିସ୍
ପ୍ଲାଷ୍ଟିକ ବୋତଲରେ ପାଣି ପିଇବା ଦ୍ୱାରା ମଧ୍ୟ ମଧୁମେହ ଜନିତ ସମସ୍ୟା ଦେଖାଦେଇଥାଏ । ବାଇଫିନାଇଲ୍-ଏ ହେଉଛି ଏକ ଇଷ୍ଟ୍ରୋଜେନ୍-ନକଲକାରୀ ରାସାୟନିକ ପଦାର୍ଥ ଯାହା ମଧୁମେହ, ମେଦବହୁଳତା, ପ୍ରଜନନ ସମସ୍ୟା, ଆଚରଣଗତ ସମସ୍ୟା ଏବଂ ଝିଅମାନଙ୍କର ପ୍ରାରମ୍ଭିକ ଯୌବନ ସହିତ ଜଡିତ ।

ରୋଗ ପ୍ରତିରୋଧକ ଶକ୍ତି ସମସ୍ୟା
ପ୍ଲାଷ୍ଟିକ ବୋତଲରେ ତିଆରି ରାସାୟନିକ ପଦାର୍ଥ ଥିବା ପାଣି ପିଇବା ଦ୍ୱାରା ଆମର ରୋଗ ପ୍ରତିରୋଧକ ଶକ୍ତି ନଷ୍ଟ ହୋଇଥାଏ ।

ଯକୃତ କର୍କଟ
ପ୍ଲାଷ୍ଟିକରେ ମିଳୁଥିବା ଫ୍ଥାଲେଟ୍ ନାମକ ରାସାୟନିକ ପଦାର୍ଥ ଯକୃତ କର୍କଟ ଓ ଶୁକ୍ରାଣୁ ସଂଖ୍ୟା ହ୍ରାସ କରିଥାଏ।

ଏଗୁଡିକ ଉତ୍ତମ ବିକଳ୍ପ ଅଟେ
ଏଭଳି ପରିସ୍ଥିତିରେ ଏବେ ପ୍ରଶ୍ନ ଉଠୁଛି ଏହି କ୍ଷତିକାରକ ପ୍ରଭାବରୁ ରକ୍ଷା ପାଇବା ପାଇଁ କ'ଣ ପଦକ୍ଷେପ ଗ୍ରହଣ କରାଯିବା ଉଚିତ। ଏହି ପ୍ଲାଷ୍ଟିକ୍ କ୍ଷତିରୁ ସୁରକ୍ଷିତ ରହିବା ପାଇଁ ଆପଣ ପ୍ଲାଷ୍ଟିକ୍ ବୋତଲ ପରିବର୍ତ୍ତେ ତମ୍ବା, କାଚ କିମ୍ବା ଷ୍ଟେନଲେସ୍ ଷ୍ଟିଲ୍ ବୋତଲରୁ ପାଣି ପିଇପାରିବେ।

(Disclaimer: ଆମର ଆର୍ଟିକିଲ୍ କେବଳ ସୂଚନା ପ୍ରଦାନ ପାଇଁ। କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ । 

Also Read: Health Tips: ମଳତ୍ୟାଗ ବେଳେ ପଡୁଛି କି ରକ୍ତ, ତାହେଲେ ହୋଇଥାଇପାରେ ଏହି ୬ ଗମ୍ଭୀର ରୋଗ!

Also Read: Sukhra Negative Impact: ନକ୍ଷତ୍ର ବଦଳାଇବେ ଶୁକ୍ର, ଏହି ୩ ରାଶି ଉପରେ ପଡ଼ିବ ଖରାପ ପ୍ରଭାବ !