Arun Kumar Sahu: ନୂଆଦିଲ୍ଲୀ: ୧୯୯୬ ବ୍ୟାଚର ଆଇଏଫଏସ ଅଧିକାରୀ ଅରୁଣ କୁମାର ସାହୁଙ୍କୁ ବୁଲଗେରିଆର ରାଷ୍ଟ୍ରଦୂତ ଭାବେ ନିଯୁକ୍ତ କରାଯାଇଛି। ସେ ଏବେ ବୈଦେଶିକ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଭାବେ ଦାୟିତ୍ୱ ତୁଲାଉଛନ୍ତି। ପୂର୍ବରୁ କେନ୍ଦ୍ର ୟୁରୋପିୟ ଯୁଗ୍ମ ସଚିବ ଭାବେ ମଧ୍ୟ ସେ କାର୍ଯ୍ୟ କରିଛନ୍ତି। କାନାଡାର ଉପ ଉଚ୍ଚାୟୁକ୍ତ ଦାୟିତ୍ୱ ତୁଲାଇବାରେ ଏହି କୁଟନୀତିଜ୍ଞଙ୍କର ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି। ବେଜିଂ, ଲଣ୍ଡନ, ତେହେରାନରେ ଥିବା ଭାରତୀୟ ଦୂତାବାସରେ କାର୍ଯ୍ୟ କରିବା ସହ ତ୍ରିନିଦାଦ-ଟବାଗୋରେ ମଧ୍ୟ ଭାରତୀୟ ରାଷ୍ଟ୍ରଦୂତ ଭାବେ ଦାୟିତ୍ୱ ତୁଲାଇଛନ୍ତି ଶ୍ରୀ ସାହୁ।


COMMERCIAL BREAK
SCROLL TO CONTINUE READING

 



ଦେବଗଡ଼ ଜିଲ୍ଲାରୁ ପ୍ରଥମ ବୈଦେଶିକ ସେବା ଅଧିକାରୀ ଭାବରେ ସୁନାମ ଅର୍ଜନ କରିଥିବା ଶ୍ରୀ ସାହୁ ହେଉଛନ୍ତି କବି ବନମାଳୀ ସାହୁ ଏବଂ ସରୋଜିନୀ ସାହୁଙ୍କ ପୁତ୍ର। ଅରୁଣ ଜଣେ କୁଟନୀତିଜ୍ଞ ହେବା ସହ ଓଡିଆ ଏବଂ ଇଂରାଜୀରେ କବିତା, ଗଳ୍ପ ମଧ୍ୟ ଲେଖନ୍ତି। ସେ କୁନିପିଲାଙ୍କ ଭିତରେ ସୃଜନଶୀଳତା ବିକାଶ କରିବା ଲାଗି ପ୍ରତିଯୋଗିତାମାନ ଆୟୋଜନ କରି ଓଡିଶାର ବିଭିନ୍ନ ବିଦ୍ୟାଳୟରେ ପରିଚିତ ହୋଇଛନ୍ତି। ତାଙ୍କର କ୍ଷୁଦ୍ରଗଳ୍ପ ସଂକଳନ 'ଆକାଶର ଲୁହ', 'ଚିରା ମଲାଟ' ସାହିତ୍ୟିକଙ୍କ ମଧ୍ୟରେ ଚର୍ଚ୍ଚା ହୋଇଛି।