Sikkim Avalanche News: ଚୀନ୍ ସୀମା ନିକଟସ୍ଥ ଅଞ୍ଚଳରେ ପ୍ରବଳ ତୁଷାରପାତ ହୋଇଛି। ଯେଉଣ କାରଣରୁ ହିମାଳୟ ପାଦଦେଶରେ ଅବସ୍ଥିତ ସିକ୍କିମରେ ସମସ୍ତ ରାସ୍ତାଘାଟ ବନ୍ଦ ହୋଇଯାଇଛି। ମଙ୍ଗଳବାର ମଧ୍ୟାନ୍ନ ସମୟରେ ଚୀନ୍ ସୀମା ନିକଟରେ ରହିଥିବା ଐତିହାସିକ ନାଥୁ ଲା ପାସ୍ ନିକଟରେ ପ୍ରବଳ ତୁଷାରପାତ ହୋଇଥିଲା। ସିକ୍କିମର ରାଜଧାନୀ ଗାଙ୍ଗଟକ ସହରକୁ ନାଥୁଲା ପାସ୍ ସହିତ ସଂଯୋଗ କରୁଥିବା ଜବାହରଲାଲ ନେହେରୁ ରୋଡ ରାସ୍ତାର ୧୪ ତମ ମାଇଲ ଠାରେ ବରଫ ଝଡ଼ କାରଣରୁ ଅନେକ ପର୍ଯ୍ୟଟକ ଗାଡି ଫସି ଯାଇଥିଲା। ସେମାନଙ୍କ ମଧ୍ୟରୁ କେତେକ ତଳେ ଥିବା ଖାଲରେ ପଡ଼ି ଯାଇଥିଲେ। ଏହି କାରଣରୁ ଅତି କମରେ ୬ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ, ୧୧ ଜଣରୁ ଅଧିକ ଆହତ ହୋଇଛନ୍ତି।


COMMERCIAL BREAK
SCROLL TO CONTINUE READING

ସୀମା ସଡକ ସଙ୍ଗଠନ (Border Road Organisation) ବିଆରଓ ଉଦ୍ଧାରକାରୀ ଦଳ (BRO Rescue Team) ତୁଷାରପାତ (Avalanche) କାରଣରୁ ଫସି ରହିଥିବା ପର୍ଯ୍ୟଟକଙ୍କୁ ତୁରନ୍ତ ଉଦ୍ଧାର କରିବା ପାଇଁ ତତ୍କାଳ ପ୍ରଭାବରେ ଉଦ୍ଧାର ଅଭିଯାନକୁ କାର୍ଯ୍ୟକାରୀ କରିଥଲେ। ତୁଷାରପାତ ପରେ ପ୍ରାୟ ୩୦ ଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରାଯାଇଥିବା ଉଦ୍ଧାର ଦଳ ଦାବି କରିଛନ୍ତି। ଉଦ୍ଧାର ହୋଇଥିବା ଲୋକଙ୍କ ମଧ୍ୟରୁ ୬ ଜଣଙ୍କୁ ଗଭୀର ଖାଲରୁ ବରଫ ତଳୁ ବାହାର କରାଯାଇଥିଲା। ଜଣେ ମହିଳା ପ୍ରାୟ ଦେଢ ଘଣ୍ଟା ଧରି ବରଫ ଗଦା ତଳେ ଫସି ରହିଥିଲେ। ଯେତେବେଳେ ଉଦ୍ଧାରକାରୀ ଦଳ ତାଙ୍କୁ ଉଦ୍ଧାର କରିଥିଲେ, ସେତେବେଳେ ମହିଳା ଜଣଙ୍କ ନିଶ୍ୱାସ ନେଉଥିଲେ। ତାଙ୍କୁ ତୁରନ୍ତ STNM ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାୟ ୩ ଘଣ୍ଟାର ପରିଶ୍ରମ ପରେ ବିଆରଓ ଉଦ୍ଧାରକାରୀ ଦଳ ରାସ୍ତାରେ  ଜମି ରହିଥିବା ବରଫକୁ ସଫା କରିବା ସହ ୮୦ ଗାଡିରେ ଫସି ରହିଥିବା ପ୍ରାୟ ୩୫୦ ଜଣ ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛି। ଉଦ୍ଧାର କାର୍ଯ୍ୟରେ ସିକ୍କିମ ପୋଲିସ, ଟ୍ରାଭେଲ ଏଜେଣ୍ଟସ ଆସୋସିଏସନ ଅଫ ସିକ୍କିମ, ସିକ୍କିମ ପର୍ଯ୍ୟଟନ ବିଭାଗ ଏବଂ ଗାଡି ଚାଳକ ସହଯୋଗ କରିଥିଲେ।


ସିକ୍କିମ ସୋମଗୋ ଅଞ୍ଚଳରେ (Sikkim Tsomgo Area) ହୋଇଥିବା ତୁଷାରପାତ (Sonwfall) କାରଣରୁ ୬ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବାର ଜଣାପଡ଼ିଛି। ଏହି ତୁଷାରପାତ କାରଣରୁ ପର୍ଯ୍ୟଟକଙ୍କ ଗାଡ଼ି ଖାଲରେ ଖସିପଡିଥିଲା। ଯେଉଁ କାରଣରୁ ୬ ଜଣ ଲୋକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ଜଣେ ଶିଶୁ ରହିଥିବା ଜଣାପଡ଼ିଛି। ବର୍ତ୍ତମାନ ଆହୁରି ୧୫୦ ଲୋକ ବରଫ ତଳେ ଫସି ରହିଥିବା କୁହାଯାଉଛି। ଅନ୍ୟପଟେ ୨୨ ଜଣ ଲୋକଙ୍କୁ ସଫଳତାର ସହ ଉଦ୍ଧାର କରାଯାଇଛି।


ମଙ୍ଗଳବାର ଦିନ ସୋମଗୋ ଅଞ୍ଚଳରେ ପ୍ରବଳ ତୁଷାରପାତ ହୋଇଥିବା କୁହାଯାଉଛି। ତୁଷାରପାତ କାରଣ ଏକ ଟୁରିଷ୍ଟ ବସ୍ ଅନିୟନ୍ତ୍ରିତ ହୋଇ ସିଧା ଖାଲରେ ଖସିପଡିଥିଲା। ଏହି ଦୁର୍ଘଟଣାରେ ଜଣେ ପୁରୁଷ, ଜଣେ ମହିଳା ଏବଂ ଶିଶୁ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ। ହେଲେ ତଥାପି ଅନେକ ଲୋକ ଆହତ ହୋଇଛନ୍ତି। ଏହି କାରଣରୁ ମୃତ୍ୟୁ ସଂଖ୍ୟା ଆହୁରି ବଢିପାରେ। ଆହତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏହି ସମୟରେ ରାସ୍ତାରୁ ବରଫ ହଟାଇବା କାମ ଜାରି ରହିଛି। 


ମଙ୍ଗଳବାର ସିକ୍କିମ ରାଜଧାନୀ ଗାଙ୍ଗଟକ ନିକଟରେ ତୁଷାରପାତ ହୋଇଥିଲା। ଗାଙ୍ଗଟୋକ ସହରକୁ (Gangtok City) ନାଥୁ ଲା ପାସ୍ (Nathu La Pass ) ସହିତ ସଂଯୋଗ କରୁଥିବା ଜବାହରଲାଲ ନେହେରୁ ମାର୍ଗରେ (Jawaharlal Nehru Road) ତୁଷାରପାତ ଘଟଣା ଘଟିଥିଲା। ଦୁର୍ଘଟଣାସ୍ଥଳରୁ ୧୩ ତମ ମାଇଲଖୁଣ୍ଟ ଠାରେ ପହଞ୍ଚିବା ପାଇଁ ଏକ ପାସ୍ ଜାରି କରାଯାଇଛି। ଏହି ମାଇଲ ଠାରୁ ଆଗକୁ ଯିବାକୁ କୌଣସି ଅନୁମତି ନାହିଁ। କୁହାଯାଉଛି ଯେ ପର୍ଯ୍ୟଟକ ଜବାହରଲାଲ ନେହେରୁ ମାର୍ଗର ୧୪ ତମ ମାଇଲଖୁଣ୍ଟ ପର୍ଯ୍ୟନ୍ତ ଚାଲି ଯାଇଥିଲେ। ଯେଉଁଠାରେ ଏହି ଦୁର୍ଘଟଣା ଘଟିଥିଲା।