Side Effect of Taliban: ବିସ୍ଫୋରଣରେ ୬ ଚୀନୀ ଇଞ୍ଜିନିୟର ମୃତ
ଧାର୍ମିକ ସଂଖ୍ୟାଲଘୁଙ୍କ ପରେ ପାକିସ୍ତାନରେ ଚୀନୀ ଇଞ୍ଜିନିୟରଙ୍କ ଉପରେ ଆକ୍ରମଣ ବଢିବାରେ ଲାଗିଛି।
ଇସଲାମାବାଦ: କଟ୍ଟରପନ୍ଥୀ ସଙ୍ଗଠନ ତାଲିବାନ ନିୟନ୍ତ୍ରଣକୁ ଆଫଗାନିସ୍ତାନ ଚାଲିଯିବା ପରେ ଏହାର ପାର୍ଶ୍ୱ ପ୍ରତିକ୍ରିୟା ଏବେ ପକିସ୍ତାନରେ ଅନୁଭୂତ ହେଲାଣି। ଦେଶର ସିନ୍ଧ ପରେ ବେଲୁଚିସ୍ତାନ ପ୍ରଦେଶରେ ଏହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି। ଯେଉଁଠି ଏକ ବିସ୍ଫୋରଣରେ ୬ ଚୀନୀ ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଥିବା ନେଇ ଜଣାପଡିଛି।
ବେଲୁଚିସ୍ତାନ ପ୍ରଦେଶସ୍ଥିତ ଗ୍ୱାଦର ସହରରେ ହୋଇଥିବା ବିସ୍ଫୋରଣରେ ୬ ଚୀନୀ ଇଞ୍ଜିନିୟର (Chinese Engineer) ପ୍ରାଣ ହରାଇଛନ୍ତି। ଏହି ଆକ୍ରମଣ ପଛରେ ବେଲୁଚ ଫାଇଟର୍ସ (Baloch Fighters) ନାମକ ଏକ ସଙ୍ଗଠନ ଜଡ଼ିତ ରହିଥିବା ସନ୍ଦେହ କରାଯାଉଛି। ଏହା ପୂର୍ବରୁ ଗତ ମାସ ୧୪ ତାରିଖରେ ୩୦ ଜଣ ଇଞ୍ଜିନିୟରଙ୍କୁ ନେଇ ଏକ ବସ ଚୀନ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ସିପିଇସି ପ୍ରକଳ୍ପ (CPEC Project) ଅଧିନରେ ପାକିସ୍ତାନ (Pakistan) କୋହିସ୍ତାନ ଅଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ଦାସୁ ହାଇଡ୍ରୋ ପ୍ରଜେକ୍ଟ (Dasu Hydro Project) ଅଭିମୁଖେ ଯାତ୍ରା କରିବା ସମୟରେ ବିସ୍ଫୋରଣ ହେବାରୁ ୬ ଜଣ ଚୀନୀ ଇଞ୍ଜିନିୟର, ୨ ସ୍ଥାନୀୟ ଶ୍ରମିକଙ୍କ ସହ ଅନ୍ୟ ୨ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଥିଲା।
Also Read: ଶିଆ ଶୋଭାଯାତ୍ରା ବେଳେ ବିସ୍ଫୋରଣ; ୫ ମୃତ, ୪୦ ଆହତ
ଏ ଘଟଣା ପର ଠାରୁ ସେଠାକାର ସରକାର (Pakistan Govt) ସେମାନଙ୍କୁ ଯୋଗାଇବାରେ ବିଫଳ ବୋଲି ଜାଣିଯାଇଥିଲେ ପାକିସ୍ତାନରେ କାର୍ଯ୍ୟରତ ଚୀନୀ ନାଗରିକ। ସେମାନଙ୍କ ଜୀବନ ପ୍ରତି ବିପଦ ରହିଥିବା ଜାଣିବା ପରେ ନିଜେ ସେମାନେ କରୁଥିବା କାର୍ଯ୍ୟରେ ବ୍ୟବହୃତ ହେଉଥିବା ଯନ୍ତ୍ରପାତି ସହ ଏବେ ନିଜର ସୁରକ୍ଷା ପାଇଁ ବନ୍ଧୁକ ଧରିବାକୁ ବାଧ୍ୟ ହୋଇଥଲେ ଚୀନୀ ଇଞ୍ଜିନିୟର।
କେବଳ ଏତିକି ନୁହେଁ ଗତ ୨୦୧୮ ନଭେମ୍ବର ୨୩ ତାରିଖରେ କରାଚିସ୍ଥିତ ଚୀନ ବାଣିଜ୍ୟକ ଦୂତାବାସ ସମେତ ଗ୍ୱାଦାର ସହରରେ ନିର୍ମିତ ହେଉଥିବା ପଞ୍ଚ ତାରକା ହୋଟେଲ ଉପରେ ଆକ୍ରମଣ କରିଥିଲା ବେଲୁଚିସ୍ତାନ ଲିବରେସନ୍ ଆର୍ମି (Balochistan Liberation Army) ନାମକ ଅନ୍ୟ ଏକ ସଙ୍ଗଠନ।
Also Read: ସୁରକ୍ଷା ଦେବାରେ ବିଫଳ Pakistan; ହାତରେ ବନ୍ଧୁକ ଧରି କାମ କରୁଛନ୍ତି Chinese Engineers
ଗତ ଗୁରୁବାର ଦେଶର ସିନ୍ଧ ପ୍ରଦେଶସ୍ଥିତ ବହାବନ ନଗର ଅଞ୍ଚଳରେ ସିଆ ମୁସଲମାନ ସମ୍ପ୍ରଦାୟ ପକ୍ଷରୁ ଏକ ଶୋଭାଯାତ୍ରା କାରଯାଉଥିବା ବେଳେ ଏକ ବିସ୍ଫୋରଣ ହୋଇଥିଲା। ଏହି ଘଟଣାରେ ୫ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଥିଲେ।
ଯଦିଓ ପାକିସ୍ତାନ (Pakistan) ଏକ ମୁସଲିମ ରାଷ୍ଟ୍ର (Muslim State) ହେଲେ ଏଠାରେ ବିଭିନ୍ନ ମୁସଲମାନ ସମ୍ପ୍ରଦାୟ (Muslim Community) ମଧ୍ୟରେ ଭିନ୍ନ ଭିନ୍ନ କାରଣକୁ ନେଇ ବିବାଦ ଲାଗିରହିଛି। ଏହି ଦେଶରେ ଶିଆ, ସୁନ୍ନୀ, ଅହମ୍ମଦୀ, କାଦିୟାନ ପ୍ରଭୃତି ମୁସଲିମ ସମ୍ପ୍ରଦାୟର ଲୋକ ବସବାସ କରିଥାନ୍ତି ସୁନ୍ନୀ (Sunni) ମୁସଲିମ ହେଉଛନ୍ତି ସଂଖ୍ୟା ବହୁଳ।
Also Read: କରାଚି ଷ୍ଟକ ଏକ୍ସଚେଞ୍ଜରେ ଆକ୍ରମଣ ପଛରେ ରହିଛି ବିଏଲଏ ହାତ
ପାକିସ୍ତାନରେ ସୁନ୍ନୀ ମୁସଲିମଙ୍କୁ ଛାଡି ଶିଆ (Shia), ଅହମ୍ମଦୀ (Ahmadiyya), କାଦିୟାନ (Qadian) ପ୍ରଭୃତି ମୁସଲମାନ ସମ୍ପ୍ରଦାୟ ସବୁ ବେଳେ ଇସଲାମିକ କଟ୍ଟରପନ୍ଥୀଙ୍କ (Islamic Extremists) ଟାର୍ଗେଟରେ ରହିଥାଏ। ଧାର୍ମିକ ଚରମପନ୍ଥୀଙ୍କ (Religious Extremists) ପ୍ରଭାବରେ ଆସି ପାକିସ୍ତାନ ସରକାର ଦେଶରେ ବସବାସ କରୁଥିବା ଅହମ୍ମଦୀୟା ସମ୍ପ୍ରଦାୟକୁ ଅଣ-ମୁସଲିମ (Non Muslim) ଭାବେ ଘୋଷଣା କରିସାରିଛନ୍ତି। ସେହିପରି ଶିଆ ମୁସଲମାନଙ୍କ ଉପରେ କଟ୍ଟରପନ୍ଥୀଙ୍କ ଆକ୍ରମଣ ଦିନକୁ ଦିନ ବଢିବାରେ ଲାଗିଛି। ଯେତେବେଳେ ମହରମ (Muharram) ସମୟରେ ଶିଆ ମୁସଲମାନ (Shia Muslim) ତାଜିଆ ଶୋଭାଯାତ୍ରା (Tazia Procession) କରିଥାନ୍ତି ସେତେବେଳେ ମଧ୍ୟ ସେମାନଙ୍କ ଉପରେ ଆକ୍ରମଣ କରିବାକୁ ପଛାଇନଥାନ୍ତି କଟ୍ଟରପନ୍ଥୀ।