ସୁରକ୍ଷା ଦେବାରେ ବିଫଳ Pakistan; ହାତରେ ବନ୍ଧୁକ ଧରି କାମ କରୁଛନ୍ତି Chinese Engineers
Advertisement

ସୁରକ୍ଷା ଦେବାରେ ବିଫଳ Pakistan; ହାତରେ ବନ୍ଧୁକ ଧରି କାମ କରୁଛନ୍ତି Chinese Engineers

ସିପିଇସି ପ୍ରକଳ୍ପରେ କାର୍ଯ୍ୟରତ ଚୀନୀ ନାଗରିକଙ୍କୁ ସୁରକ୍ଷା ଦେବା ଲାଗି ଚୀନ ସରକାରଙ୍କୁ ଆଶ୍ୱସନା ଦେଇଥିଲେ ପାକିସ୍ତାନ ସରକାର।

ସୁରକ୍ଷା ଦେବାରେ ବିଫଳ Pakistan; ହାତରେ ବନ୍ଧୁକ ଧରି କାମ କରୁଛନ୍ତି Chinese Engineers

ନୂଆଦିଲ୍ଲୀ: ଆତଙ୍କବାଦର ପୃଷ୍ଠପୋଷକ ପାକିସ୍ତାନର ବିଭିନ୍ନ ସ୍ଥାନରେ ଘଟୁଥିବା ଆତଙ୍କୀ ହମଲାକୁ ନେଇ ଭୟଭୀତ ହୋଇପଡ଼ିଛନ୍ତି ସେଠାରେ କାର୍ଯ୍ୟକାରୀ ହେଉଥିବା ସିପିଇସି ପ୍ରକଳ୍ପରେ କାର୍ଯ୍ୟରତ ଚୀନୀ ଇଞ୍ଜିନିୟର। ନିକଟରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଘଟଣା ପାକିସ୍ତାନର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠାଇଛି। 

ସଦ୍ୟ ସିପିଇସି ପ୍ରକଳ୍ପ (CPEC Project) କାର୍ଯ୍ୟରେ ନିୟୋଜିତ ହୋଇଥିବା ଅନେକ ଚୀନୀ ଇଞ୍ଜିନିୟରଙ୍କ (Chinese Engineers) ଫଟୋ ଭାଇରାଲ ହୋଇଛି। ଯେଉଁଥିରେ ସେମାନଙ୍କୁ ଏକେ-୪୭ ରାଇଫଲ (AK-47 Rifle) ଧରିଥିବାର ଦେଖିବାକୁ ମିଳିଛି। ସପ୍ତାହେ ଉତ୍ତର-ପଶ୍ଚିମ ପାକିସ୍ତାନରେ (North West Pakistan) ଏକ ବସରେ ହୋଇଥିବା ବିସ୍ଫୋରଣରେ ୯ ଜଣ ଚୀନୀ ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଥିଲା। ଏ ଘଟଣା ପରେ ନିଜର ସୁରକ୍ଷାକୁ ନେଇ ପାକିସ୍ତାନ ମାଟିରେ କାମ କରୁଥିବା ଏହି ବିଦେଶୀ ଯନ୍ତ୍ରୀ ଚିନ୍ତିତ ହୋଇପଡିଛନ୍ତି। ବିଦେଶରେ ନିଜ ଦେଶର ନାଗରିକଙ୍କ ମୃତ୍ୟକୁ ସହଜେ ଗ୍ରହଣ କରି ପାରୁନାହାଁନ୍ତି ଚୀନ ସରକାର। 

Also Raed: ତିବ୍ଦତ ପରେ ଚୀନ ଟାର୍ଗେଟରେ ପାକିସ୍ତାନ, ପିଓକେ ପରେ ହାତେଇନେଲା ପାକିସ୍ତାନୀ ଦ୍ୱୀପ

ଦେଶରେ କାର୍ଯ୍ୟକାରୀ ହେଉଥିବା ସିପିଇସି ପ୍ରକଳ୍ପରେ କାର୍ଯ୍ୟରତ ଚୀନୀ ନାଗରିକଙ୍କୁ (Chinese Citizen) ସୁରକ୍ଷା ଦେବା ଲାଗି ଚୀନ ସରକାରଙ୍କୁ (Chinese Govt) ଆଶ୍ୱସନା ଦେଇଥିଲେ ପାକିସ୍ତାନ ସରକାର। ମାତ୍ର ପ୍ରତିପକ୍ଷଙ୍କୁ ଦେଇଥିବା ପ୍ରତିଶୃତି ପାଳନ କରିବାରେ ବିଫଳ ହୋଇଛନ୍ତି ପାକିସ୍ତାନ ସରକାର (Pakistan Govt)। ସିପିଇସି ଅଧିନରେ ପାକିସ୍ତାନସ୍ଥିତ କୋହିସ୍ତାନ ଅଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ପାକ ଦାସୁ ହାଇଡ୍ରୋ ପ୍ରଜେକ୍ଟ (Dasu Hydroelectric Project) କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି ଚୀନୀ ଇଞ୍ଜିନିୟର। ସେମାନଙ୍କୁ ଏହି କାର୍ଯ୍ୟରେ ସହଯୋଗ କରିବା ଲାଗି ପାକିସ୍ତାନୀ ଶ୍ରମିକଙ୍କ ସହ ଅଧିକାରୀ ମଧ୍ୟ ସାମିଲ ହୋଇଛନ୍ତି। 

ଗତ ୧୪ ତାରିଖରେ ୩୦ ଜଣ ଇଞ୍ଜିନିୟରଙ୍କୁ ନେଇ ଏକ ବସ ଏହି ପ୍ରକଳ୍ପ ଅଭିମୁଖେ ଯାତ୍ରା କରୁଥିଲା। ଏହି ସମୟରେ ବିସ୍ଫୋରଣ ହେବାରୁ ୬ ଚୀନୀ ଇଞ୍ଜିନିୟର, ୨ ସ୍ଥାନୀୟ ଶ୍ରମିକଙ୍କ ସହ ଅନ୍ୟ ୨ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଥିଲା। ବସ ବିସ୍ଫୋରଣ ଘଟଣାର ଯାଞ୍ଚ କରିବା ପାଇଁ ପାକିସ୍ତାନକୁ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ପଠାଇଛି ଚୀନ। 

Also Read: Fish ବିକି China Loan ଶୁଝିବ Pakistan Govt

 ପାକିସ୍ତାନ ସରକାର ସେମାନଙ୍କୁ ଯୋଗାଇବାରେ ବିଫଳ ବୋଲି ଜାଣିଗଲେଣି ଚୀନୀ ଶ୍ରମିକ। ସେମାନଙ୍କ ଜୀବନ ପ୍ରତି ବିପଦ ରହିଥିବା ଜାଣିବା ପରେ ନିଜ କାର୍ଯ୍ୟ ଲାଗି ବ୍ୟବହୃତ ହେଉଥିବା ଯନ୍ତ୍ରପାତି ସହ ଏବେ ବନ୍ଧୁକ ଧରିଲେଣି ଚୀନୀ  ଇଞ୍ଜିନିୟର। ହେଲେ ଏବେ ପ୍ରଶ୍ନ ଉଠୁଛି ସେମାନଙ୍କୁ ରାଇଫଲ ଦେଲା କିଏ? କ'ଣ ଚୀନ ସରକାର ବିଦେଶରେ କାର୍ଯ୍ୟରତ ଥିବା ନିଜ ଦେଶର ଇଞ୍ଜିନିୟରଙ୍କ ବନ୍ଧୁକ ରଖିବା ଲାଗି ଅନୁମତି ଦେଇଛନ୍ତି? ଯଦି ଏହାର ଉତ୍ତର ହିଁ ତାହେଲେ ଏ ମାମଲାରେ ପାକିସ୍ତାନ ସରକାର ମଧ୍ୟ କୌଣସି ହସ୍ତକ୍ଷେପ କରିପାରିବେ ନାହିଁ। 

କାରଣ ସିପିଇସି ପ୍ରକଳ୍ପ କାର୍ଯ୍ୟକାରୀ ହେବା ପର ଠାରୁ ପାକିସ୍ତାନରେ କାର୍ଯ୍ୟରତ ଚୀନୀ ଇଞ୍ଜିନିୟରଙ୍କ ମନମାନି ବିଭିନ୍ନ ସମୟରେ ଦେଖିବାକୁ ମିଳିଛି। ବିଭିନ୍ନ ଘଟଣାକୁ କେନ୍ଦ୍ର କରି ପାକିସ୍ତାନୀ ସେନା କିମ୍ବା ନାଗରିକଙ୍କ ସହ ଚୀନୀ ଇଞ୍ଜିନିୟରଙ୍କ ମୁହାଁମୁହିଁ ହୋଇଛି। ଏ ଘଟଣା ବାବଦରେ ପାକିସ୍ତାନୀ ସୈନିକ ସେମାନଙ୍କ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ମାତ୍ର ଏଭଳି ଘଟଣାରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପରିବର୍ତ୍ତେ ନୀରବ ରହିଥିଲେ ଉଭୟ ପାକିସ୍ତାନ ସେନା (Pakistan Army) ଏବଂ ସରକାର।  

Also Read: ପିଓକେ ବିକିବ ପାକିସ୍ତାନ, କିଣିବାକୁ ଟଙ୍କାଦେଲାଣି ଚୀନ!

ରାଇଫଲ ଧରି ଚୀନୀ ଇଞ୍ଜିନିୟର କାର୍ଯ୍ୟ କରିବା ପାକିସ୍ତାନର ସୁରକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନଉଠାଇଛି। କାରଣ ବିଦେଶୀ ଯନ୍ତ୍ରୀଙ୍କ ସୁରକ୍ଷା ଲାଗି ଲାଇଟ ଇନଫ୍ୟାଣ୍ଟ୍ରି ଡିଭିଜନ (Light Infantry Division) ନାମରେ ୩୦ ହଜାର ସୈନିକଙ୍କୁ ନେଇ ଦୁଇଟି ସ୍ୱତନ୍ତ୍ର ୟୁନିଟ (Pakistan Army Special Unit) ଗଠନ କରିଥିଲା ପାକିସ୍ତାନ ସେନା। ଏଥିଲାଗି ପାକିସ୍ତାନକୁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ ଚୀନ ସରକାର। 

Also Read: ପାକିସ୍ତାନକୁ ଘାରିଲା ଚୀନ ଭୟ! ୧୦ ଦିନରେ ଟିକଟକ ଉପରୁ ହଟାଇଦେଲା ବ୍ୟାନ 

ବହୁଚର୍ଚ୍ଚିତ ଚୀନ ପାକିସ୍ତାନ ଅର୍ଥନୈତିକ କରିଡର (China–Pakistan Economic Corridor) ସିପିଇସି ପ୍ରକଳ୍ପ ଚୀନର ପଶ୍ଚିମାଞ୍ଚଳକୁ ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ଅବସ୍ଥିତ ଗ୍ୱାଦର ବନ୍ଦର ସହ ଯୋଡି଼ଥାଏ। ଏହା ମାଧ୍ୟମରେ ପଶ୍ଚିମ ଏସିଆର ବିଭିନ୍ନ ଦେଶ ସହ ଆର୍ଥିକ କାରବାର ବଢାଇବକା ଯୋଜନା କରିଛି ଚୀନ।