China Sky Train: ଆପଣ ନିଜ ଜୀବନରେ ରେଳଯାତ୍ରା ନିଶ୍ଚିତ କରିଥିବେ। ଅନେକ ଦେଶରେ ଯାତ୍ରୀ ପରିବହନ କରିବା କ୍ଷେତ୍ରରେ ରେଳଗାଡ଼ି ଏକ ମୁଖ୍ୟ ଏକ ଭୂମିକା ଗ୍ରହଣ କରିଥାଏ। ଜମି ଉପରେ ନିର୍ମିତ ହୋଇଥାଏ ରେଳ ଧାରଣାରେ ଚାଲିଥାଏ ରେଳଗାଡ଼ି। ହେଲେ କେବେ ଆପଣ ଶୁଣିଛନ୍ତି ରେଳ ଧାରଣାରେ ଚାଲିବା ପରିବର୍ତ୍ତେ ଆକାଶରେ ଚାଲୁଛି ଟ୍ରେନ।  


COMMERCIAL BREAK
SCROLL TO CONTINUE READING

ଏକଥା ଶୁଣିବା ପରେ ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ। ଆକାଶରେ ବିମାନ ଉଡୁଥିବାର ଆପଣ ଜାଣିଥିବେ। ହେଲେ କେବେ ଆକାଶରେ ଚାଲୁଥିବା ରେଳଗାଡ଼ି ବାବଦରେ ଶୁଣିନଥିବେ। ଆମେ ଏଠାରେ ଆପଣଙ୍କୁ ଯେଉଁ ଟ୍ରେନ କଥା କହୁଛି ତାହ ଆକାଶରେ ଉଡୁଥିବା ବିମାନ ସହ ସମାନ ନୁହେଁ। ହେଲେ ଏହି ରେଳଗାଡ଼ିର ଗତି କରିବା ଶୈଳୀ କୌଣସି ବିମାନ ଉଡ଼ିବା ଠାରୁ କମ ନୁହେଁ। ଏହାକୁ ଏୟାର ଟ୍ରେନ କୁହାଯାଏ। 


Also Read: Corona ପରେ ବିଶ୍ୱ ସମୁଦାୟକୁ Humanzee ଆଣିଲା ଚୀନ; କାରନାମା ଶୁଣିଲେ ଉଡ଼ିଯିବ ହୋସ


ଯଦି ଆପଣଙ୍କୁ ଏହି ଟ୍ରେନ ଯୋଗେ ଯାତ୍ରା କରିବାକୁ କୁହାଯାଏ ତାହେଲେ ଆପଣ ଚିନ୍ତା କରିବେ। ଆପଣ ମନେ ମନେ ଭାବିବେ ଯେ ଏପରି ଟ୍ରେନ୍ ହୋଇପାରିବ ନାହିଁ। ଯାହା ଜମି ପରିବର୍ତ୍ତେ ବାୟୁରେ ଚାଲିଥାଏ। ହେଲେ ଆଜିର ସମୟରେ ବିଜ୍ଞାନ ଏତେ ଅଗ୍ରଗତି କରିଛି ଯେ ଏହି ଜିନିଷ ମଧ୍ୟ ଆମ ପାଇଁ ସତ୍ୟରେ ପରିଣତ ହୋଇପାରିଛି। ଆଜ୍ଞା ହିଁ  ଆମେ ଆପଣଙ୍କୁ ଯେଉଁ ଏୟାର ଟ୍ରେନ କଥା କହୁଛି ତାହାକୁ ବିଜ୍ଞାନ ବଳରେ ବାସ୍ତବତାରେ ପରିଣତ କରାଯାଇ ପାରିଛି। ଏପରି ଅତ୍ୟାଧୁନିକ ଟ୍ରେନ ଚୀନ ଦ୍ୱାରା ବିକିଶିତ କରାଯାଇଛି। ସମଗ୍ର ବିଶ୍ୱରେ ନିଜର କାରିଗରୀ ବିଦ୍ୟା, ବୈଜ୍ଞାନିକ ଗବେଷଣା ଏବଂ ଉଦ୍ଭାବନ ପାଇଁ ଚର୍ଚ୍ଚାରେ ରହିଥାଏ ଏହି ଦେଶ। 


ଚୀନ ଏପରି ଏକ ଟେକ୍ନୋଲୋଜି ତିଆରି କରିଛି, ଯାହା ବିଷୟରେ ଚିନ୍ତା କରିବା ମଧ୍ୟ କଷ୍ଟକର। ଚୀନ ଏପର ଏକ ଟ୍ରେନ୍ ନିର୍ମାଣ କରିଛି ଯାହା ଆକାଶରେ ଉଡିବା ଭଳି ପ୍ରତୀୟମାନ ହେଉଛି। ଚୀନ ପକ୍ଷରୁ ଏଭଳି ଟ୍ରେନ୍ ଉଦ୍ଭାବନ କରାଯାଇଛି। ଯାହା ଭୂମିରୁ ୩୩ ଫୁଟ ଉଚ୍ଚତାରେ ଚାଲିଥାଏ। ଏହି ଟ୍ରେନ୍ ଚୁମ୍ବକ ସାହାଯ୍ୟରେ ବାୟୁରେ ଚାଲିଥାଏ। ଏନେଇ ୨୬୦୦ ଫୁଟ ଲମ୍ବାର ଏକ ରେଳ ଧାରଣା ମଧ୍ୟ ପ୍ରସ୍ତୁତ କରିଛି ଚୀନ। ଏହି ଟ୍ରେନ ଘଣ୍ଟା ପ୍ରତି ସର୍ବାଧିକ ୭୦ କିଲୋମିଟର ବେଗରେ ଯାତ୍ରା କରିବାକୁ ସକ୍ଷମ। ଏହାର ବିଶେଷତ୍ୱ ହେଉଛି ଯେ ଏହା ଚଳପ୍ରଚଳ କରିବା ସମୟରେ କୌଣସି ଶବ୍ଦ ଉତ୍ପନ କରେ ନାହିଁ। ପବନରେ ଚାଲିବା ସତ୍ତ୍ୱେ ଏହା ଡ୍ରାଇଭର ବିନା ଗତି କରିଥାଏ। 


 



ଏହି ଟ୍ରେନ୍ ଚୀନର (China) ହୁବେଇ ପ୍ରଦେଶର (Huawei Province) ଉହାନ (Wuhan) ଠାରେ ଚାଲିଥାଏ। ଚୀନ ଅପ୍ଟିକ୍ସ ଭ୍ୟାଲି (Optics Valley Of China) ଓଭିସି (OVC) ଠାରେ ପର୍ଯ୍ୟଟନକୁ ବଢାଇବା ପାଇଁ ଏହାକୁ ପ୍ରସ୍ତୁତ କରାଯାଇଛି। ଏହି ଟ୍ରେନ୍ ଘଣ୍ଟା ପ୍ରତି ୭୦ କିଲୋମିଟର ବେଗରେ 200 ଲୋକଙ୍କୁ ପରିବହନ କରିବାକୁ ସକ୍ଷମ। ଭୂମି ଉପରେ ଚାଲୁଥିବାରୁ ଏହାକୁ ଆକାଶ ଟ୍ରେନ୍ (Sky Train ) କୁହାଯାଇଥାଏ।


Also Read: ଇସ୍ରାଏଲ ମନ୍ତ୍ରଣାଳୟକୁ ଉପହାର ପଠାଇ ଚର୍ଚ୍ଚାରେ ଚୀନ; କାରନାମା ଶୁଣିଲେ ଉଡ଼ିଯିବ ହୋସ


ଏହି ଟ୍ରେନ ବିଶେଷତ୍ୱ ​​ହେଉଛି ଏହାର କବାଟଗୁଡ଼ିକ ସ୍ୱୟଂଚାଳିତ ଭାବରେ ଖୋଲବା  ସହ ବନ୍ଦ ହୋଇଯାଏ। ଏହା ବ୍ୟତୀତ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ଟ୍ରେନ୍ ଡ୍ରାଇଭର ବିନା ଚାଲିଥାଏ। ଏହି ଟ୍ରେନ ଡ୍ରାଇଭର କେବଳ ଜରୁରୀକାଳୀନ ପରିସ୍ଥିତିରେ ସାମ୍ନା କରିଥାନ୍ତି। ଚୀନର ଉହାନରେ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର ହେଉଛି ଏହିଆକାଶ ଟ୍ରେନ୍। ଏହା ବ୍ୟତୀତ ଏହି  ଟ୍ରେନ ଯୋଗେ ଯାତ୍ରା କରୁଥିବା ଯାତ୍ରୀ ୨୭୦ -ଡ଼ିଗ୍ରୀ ଦୃଶ୍ୟ ଦେଖିବାର ସୁଯୋଗ ପାଇଥାନ୍ତି।