ଇସ୍ରାଏଲ ମନ୍ତ୍ରଣାଳୟକୁ ଉପହାର ପଠାଇ ଚର୍ଚ୍ଚାରେ ଚୀନ; କାରନାମା ଶୁଣିଲେ ଉଡ଼ିଯିବ ହୋସ
Advertisement
Article Detail0/zeeodisha/odisha1151709

ଇସ୍ରାଏଲ ମନ୍ତ୍ରଣାଳୟକୁ ଉପହାର ପଠାଇ ଚର୍ଚ୍ଚାରେ ଚୀନ; କାରନାମା ଶୁଣିଲେ ଉଡ଼ିଯିବ ହୋସ

ଇସ୍ରାଏଲ ମନ୍ତ୍ରଣାଳୟକୁ ଉପହାର ପଠାଇ ଚର୍ଚ୍ଚାକୁ ଆସିଛି ଚୀନ। 

ଇସ୍ରାଏଲ ମନ୍ତ୍ରଣାଳୟକୁ ଉପହାର ପଠାଇ ଚର୍ଚ୍ଚାରେ ଚୀନ; କାରନାମା ଶୁଣିଲେ ଉଡ଼ିଯିବ ହୋସ

ତେଲ ଆଭିଭ୍: ଇସ୍ରାଏଲ୍ ରୁ ଆସିଛି ଏକ ଚହଳ ସୃଷ୍ଟି କରିବା ଭଳି ଖବର। ଜଣେ ଇସ୍ରାଏଲୀ ମନ୍ତ୍ରୀଙ୍କୁ ଦିଆଯାଇଥିବା ଉପହାରରେ ଏକ ସଦିଗ୍ଧ ଉପକରଣ ମିଳିଥିବାର ଖବର ଆସିଛି। ଏହି ଉପହାର ଚୀନ ଦୂତାବାସ ପକ୍ଷରୁ ପଠାଯାଇଥିଲା। ହିବ୍ରୁ ମିଡିଆ ରିପୋର୍ଟ ଅନୁଯାୟୀ ଚୀନ୍ ଦୂତାବାସ ଇସ୍ରାଏଲ୍ ମନ୍ତ୍ରଣାଳୟକୁ ଅନେକ ଟ୍ରାଭେଲ୍ ମଗ୍ ପଠାଇଥିଲା। ଏଥିରେ ଗୋଟିଏ ଉପହାର ସନ୍ଦେହଜନକ ବୋଲି ଜଣାପଡିଛି। 

ଏନେଇ କୁହାଯାଉଛି ଯେ ଚୀନ୍ ଦୂତାବାସ ପକ୍ଷରୁ ପଠାଯାଇଥିବା ହେଉଛି ଏକ ଗୁଇନ୍ଦା ଯନ୍ତ୍ର ଯାହା ମାଧ୍ୟମରେ କଥାବାର୍ତ୍ତା ଶୁଣାଯାଇପାରିବ। ଚୀନ ପକ୍ଷରୁ କରାଯାଇଥିବା ଏଭଳି କାରନାମା ବାବଦରେ ପ୍ରଥମେ ଇସ୍ରାଏଲ ଆର୍ମୀ ରେଡିଓ ଦ୍ୱାରା ଖବର ପ୍ରସାରିତ ହୋଇଥିଲା। ରିପୋର୍ଟ ଅନୁଯାୟୀ ଚୀନ୍ ଦୂତାବାସ ପକ୍ଷରୁ ଏପରି ଅନେକ ମଗ୍ ବିଭିନ୍ନ ମନ୍ତ୍ରଣାଳୟକୁ ପଠାଯାଇଛି। ଏହି ଗୁପ୍ତଚର ଉପକରଣକୁ ଗୋଟିଏ ମଗ ଭିତରେ ରଖାଯାଇଥିଲା। ଇସ୍ରାଏଲ ସରକାର ଏହାକୁ ସନ୍ଦେହଜନକ ମନେ କରୁଛନ୍ତି। ଯେତେବେଳେ ଏହି ସନ୍ଦେହଜନକ ବସ୍ତୁର ଅନୁସନ୍ଧାନ କରାଯାଇଥିଲା ସେତେବେଳେ ଜଣାପଡିଲା ଯେ ଏହା ହେଉଛି ଏଭଳି ଏକ ଉପକରଣ ଯାହା ଗୁପ୍ତଚର କାର୍ଯ୍ୟରେ ବ୍ୟବହାର ହୋଇଥାଏ।  

Also Read: ନକଲି ସୂର୍ଯ୍ୟ-ଚନ୍ଦ୍ର ବନାଇ ପାରୁଥିବା ଚୀନ ନିର୍ମାଣ କରି ପାରୁନାହିଁ Chip

ଇସ୍ରାଏଲ ସୁରକ୍ଷା ସେବା (Israeli Security Service) କୁ ଏହି ଘଟଣା ବାବଦରେ ଅବଗତ କରାଯାଇଛି। ବର୍ତ୍ତମାନ ପଠାଯାଇଥିବା ସମସ୍ତ ଉପହାରକୁ ଯାଞ୍ଚ କରାଯାଉଛି। ଏହା ସହିତ ଦେଶର ସମସ୍ତ ସରକାରୀ କାର୍ଯ୍ୟାଳୟକୁ କୁହାଯାଇଛି ଯେ ସେମାନଙ୍କ ଦ୍ୱାରା ପ୍ରାପ୍ତ ସମସ୍ତ ଉପହାରର ପୁଙ୍ଖାନୁପୁଙ୍ଖ ଅନୁସନ୍ଧାନ କରାଯାଉ ଏବଂ ଏଥିପାଇଁ ଅତିରିକ୍ତ ଧ୍ୟାନ ଦିଆଯାଉ। ସରକାରୀ କାର୍ଯ୍ୟାଳୟରେ ଚେତାବନୀ ଦିଆଯାଇଛି ଯେ ଏପରି ଉପହାରରେ ଗୁପ୍ତଚର ଉପକରଣ ରହିପାରେ। ଇସ୍ରାଏଲ ଅଧିକାରୀଙ୍କ କହିବା ଅନୁସାରେ ଏହି ସନ୍ଦେହ ଜନକ ମୁଗ ଇସ୍ରାଏଲସ୍ଥିତ ଚୀନ୍ ଦୂତାବାସ ଦ୍ୱାରା ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟକୁ ପଠାଯାଇଥିଲା। 

Also Read: କୋରୋନା ପରେ ଏବେ ମଶା ଉତ୍ପାଦନ କରୁଛି ଚୀନ; କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଏହି ସନ୍ଦେହଜନକ ମଗ୍ ବୋଧହୁଏ ଅଭିନବ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଓରିତ୍ ଫରକାଶଙ୍କ ନିକଟକୁ ପଠାଯାଇଥିଲା। ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିବା ପୂର୍ବରୁ ଯେତେବେଳେ ଏହି ମଗ୍ ପରୀକ୍ଷା କରାଯାଇଥିଲା, ସେଥିରେ ସନ୍ଦେହଜନକ ଜିନିଷ ଦେଖିବାକୁ ମିଳିଥିଲା।​ ପରିବହନ ମନ୍ତ୍ରୀ ମିରବ ମିଖାଇଲଙ୍କ ନାମରେ ମଧ୍ୟ ପଠାଯାଇଥିଲା। ଇସ୍ରାଏଲ ଠାର ଅନେକ ବିକାଶମୂଳକ ପ୍ରକଳ୍ପରେ ଚୀନ୍ ସାହାଯ୍ୟ କରୁଛି। ଉଭୟ ମନ୍ତ୍ରଣାଳୟ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ପ୍ରକଳ୍ପ ଚୀନ୍ ସହିତ ଜଡିତ।

Also Read: ମିଳୁନି ସ୍ଥାନ; ସମୁଦ୍ରରେ ମଣିଷ ମଳ ଫିଙ୍ଗୁଛି China

ଚୀନ ଦୂତାବାସ ପକ୍ଷରୁ ପ୍ରଦାନ କରାଯାଇଥିବା ଉପହାରକୁ ଅତି ଧ୍ୟାନର ସହ ଯାଞ୍ଚ କରାଯାଉଥିବା ଇସ୍ରାଏଲ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ତଥାପି ବର୍ତ୍ତମାନ ପର୍ଯ୍ୟନ୍ତ ଏହି ମଗ୍ ବାବଦରେ ସମ୍ପୂର୍ଣ୍ଣ ଖବର ମିଳିନାହିଁ।ଚୀନ୍-ଆମେରିକା ମଧ୍ୟରେ ବାଣିଜ୍ୟ ଯୁଦ୍ଧ ଆରମ୍ଭ ହେବା ଦିନଠାରୁ ଚୀନ୍, ଇସ୍ରାଏଲ୍ ସହିତ  ଏହାର ବନ୍ଧୁତା ବୃଦ୍ଧି କରିଛି। ଇସ୍ରାଏଲ ଠାରେ ମେଡିକାଲ ଟେକ୍ନୋଲୋଜି, ରୋବୋଟିକ୍ସ, ଫୁଡ୍ ଟେକ୍ ଏବଂ ଆର୍ଟିଫିସିଆଳ ଇଣ୍ଟେଲିଜେନ୍ସ ଉପରେ ଚୀନ୍ ବହୁତ ଆଗ୍ରହ ଦେଖାଇଛି। ଇସ୍ରାଏଲ-ଚୀନ୍ ମଧ୍ୟରେ ବଢୁଥିବା ସହଭାଗୀତା ପାଇଁ ଆମେରିକା ଚିନ୍ତିତ ହୋଇଉଠିଛି। ଯଦିଓ ଆମେରିକା ଚୀନ୍ ସହ ସମ୍ପର୍କକୁ ନେଇ ଇସ୍ରାଏଲ୍ ଠାରୁ ଏପର୍ଯ୍ୟନ୍ତ ନିର୍ଦ୍ଦିଷ୍ଟ ଆଶା ଲୋଡି ନାହିଁ ହେଲେ ବେଳେବେଳେ ଚୀନ୍-ଇସ୍ରାଏଲ୍ ସମ୍ପର୍କକୁ ସମସ୍ତଙ୍କ ସାମ୍ନାରେ ରଖିଛି।