ନୂଆଦିଲ୍ଲୀ: ଲଖିମପୁର ଖେରୀ ହିଂସା ମାମଲାରେ ଏକ ବଡ ଟ୍ୱିଷ୍ଟ ଆସିଛି। ମୁଖ୍ୟ ଅଭିଯୁକ୍ତ ତଥା କେନ୍ଦ୍ର ମନ୍ତ୍ରୀ ପୁଅ ଆଶିଷ ମିଶ୍ରଙ୍କୁ ଏକ ଶକ୍ତ ଝଟକା ଲାଗିଛି। ସୋମବାର ସୁପ୍ରିମକୋର୍ଟ ଆଶିଷ ମିଶ୍ରଙ୍କ ଜାମିନ ଖାରଜ କରିଛନ୍ତି। ଏହା ସହ ଆସନ୍ତା ସାତ ଦିନ ମଧ୍ୟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।


COMMERCIAL BREAK
SCROLL TO CONTINUE READING

ଆଶିଷ ମିଶ୍ରଙ୍କ ଜାମିନକୁ ଖାରଜ କରିବାନେଇ ଲଖିମପୁର ଖେରୀ ହିଂସାକାଣ୍ଡର ପୀଡିତ କୃଷକ ପରିବାର ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ। ସୋମବାର ସର୍ବୋଚ୍ଚ ଅଦାଲତ ଏହି ମାମଲର ରାୟ ପ୍ରକାଶ କରିଛନ୍ତି। କେନ୍ଦ୍ର ରାଷ୍ଟ୍ର ଗୃହମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ତଥା ମାମଲାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରଙ୍କ ଜାମିନ ଖାରଜ କରିଛନ୍ତି। ଏହା ବ୍ୟତୀତ ସପ୍ତାହେ ମଧ୍ୟରେ ଆତ୍ମସମର୍ପଣ କରିବାକୁ ପ୍ରଧାନ ବାଚିରପତି ଏନଭି ରମଣା, ଜଷ୍ଟିସ ସୂର୍ଯ୍ୟକାନ୍ତ ଓ ଜଷ୍ଟିସ ହିମା କୋହଲିଙ୍କ ଖଣ୍ଡପୀଠ ଆଦେଶ ଦେଇଛନ୍ତି।


Also Read: ରାମ ନବମୀ ଓ ହନୁମାନ ଜୟନ୍ତୀରେ ହିଂସା: ସୁପ୍ରିମକୋର୍ଟ ପହଞ୍ଚିଲା ମାମଲା


ପ୍ରଧାନ ବିଚାରପତି (CJI) ଙ୍କ ନେତୃତ୍ୱାଧିନ ଖଣ୍ଡପୀଠ କହିଛନ୍ତି ଯେ, ଆଶିଷ ମିଶ୍ରଙ୍କ ଜାମିନ ମଞ୍ଜୁରୀ ବେଳେ ହାଇକୋର୍ଟ ଅନେକ ତଥ୍ୟକୁ ଅଣଦେଖା କରିଛନ୍ତି। ଦାଖଲ ହୋଇଥିବା ଏତଲାକୁ ଇଶ୍ୱରଙ୍କବାଣୀ ବୋଲି ଭାବିବା ସହ ଅଯୁକ୍ତିକର ତଥ୍ୟକୁ ବିଚାରକୁ ନେଇଛନ୍ତି। ଏପରିକି ଅଭିଯୋଗକାରୀଙ୍କୁ ନିଜ ପକ୍ଷ ରଖିବାକୁ ମଧ୍ୟ ସୁଯୋଗ ଦେଇନାହାନ୍ତି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏହା ସହିତ ମାମଲାର ପୁନଃବିଚାର କରିବା ପାଇଁ ଆଲ୍ଲାବାଦ ହାଇକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଗତ ୪ ତାରିଖରେ ହୋଇଥିବା ଶୁଣାଣିରେ ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟ କାଏମ ରଖିଥିଲେ।


ସୂଚନାଯୋଗ୍ୟ ଗତ ଫେବୃଆରୀ ୧୦ ତାରିଖରେ ଲଖୀମପୁର ହିଂସା (Lakhimpur Kheri Case)  ମାମଲାରେ ଆଶିଷ ମିଶ୍ରଙ୍କୁ ଆଲ୍ଲାବାଦ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ। ଆଉ ଆଶିଷ ମିଶ୍ର (Ashish Mishra) ଜେଲରୁ ମୁକ୍ତ ହୋଇଥିଲେ। ଏହାକୁ ପୀଡିତ କୃଷକ ପରିବାର ଚ୍ୟାଲେଞ୍ଜ କରି ସ୍ପେସିଆଲ ଲିଭ୍ ପିଟିସନ ଦାଖଲ କରିଥିଲେ। ସେମାନେ ଦାବି କରିଥିଲେ ଯେ, ଆଲ୍ଲାବାଦ ହାଇକୋର୍ଟ (Allahabad High Court) ଙ୍କ ରାୟ ବେଆଇନ ଓ ଏହା ବିରୁଦ୍ଧରେ ଉତ୍ତର ପ୍ରଦେଶ ସରକାର (UPGovt) କୌଣସି ଅପିଲ କରିନାହାନ୍ତି। 


Also Read: Lakhimpur Kheri: ଛଅ ମାସ ପରେ ଦୋହରିଲା ଘଟଣା, ଦୁଇ ଭାଇଙ୍କୁ ଚାପିଦେଲେ ବିଜେପି ବିଧାୟକ!


ସୂଚନାଯୋଗ୍ୟ, ଗତ ୩ ଅକ୍ଟୋବର ୨୦୨୧ରେ ଉତ୍ତର ପ୍ରଦେଶର ଲଖିମପୁର ଖେରୀରେ ଏକ ସଡକ ଦୁର୍ଘଟଣା ହୋଇଥିଲା। କେନ୍ଦ୍ର ମନ୍ତ୍ର ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ର କୃଷକଙ୍କ ଉପରେ ଗାଡି ମଡାଇ ଦେଇଥିବା ଅଭିଯୋଗ ହୋଇଥିଲା। ଏହି ଦୁର୍ଘଟଣା ଓ ତା'ପରର ହିଂସାରେ ଜଣେ ସାମ୍ବାଦିକଙ୍କ ସମେତ ମୋଟ ୮ ଜଣଙ୍କ ମୃତ୍ୟୁ ହୋଇଥିଲା। ମାମଲାର ତଦନ୍ତର ଅନୁଧ୍ୟାନ ପାଇଁ ସୁପ୍ରମକୋର୍ଟ (Supreme Court) ଏକ କମିଟି ମଧ୍ୟ ଗଠନ କରିଥିଲେ, ଯାହାର ନେତୃତ୍ୱ ପଞ୍ଜାବ ହରିୟାଣା ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ରାକେଶ ଜୈନ ନେଇଥିଲ