ବିଧାୟକଙ୍କ କଥିତ ଗାଡି ଚାପାରେ ମୃତକଙ୍କ ନାମ ରବି ବର୍ମା (୨୨) ଏବଂ ସୁମିତ ବର୍ମା ଓରଫ ବିକ୍ରମ (୨୫)। ଉଭୟ ଯୁବକ ସମ୍ପର୍କରେ ଭାଇ ଓ ସେମାନଙ୍କ ଘର ଖେରୀ ପୋଲିସ ଷ୍ଟେସନ ଅନ୍ତର୍ଗତ କିରାଟପୁର ଗାଁରେ ବୋଲି କୁହାଯାଉଛି।
Trending Photos
ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଲଖିମପୁର ଖେରୀ ଜିଲ୍ଲା ପୁଣି ଥରେ ଚର୍ଚ୍ଚାକୁ ଆସିଛି। ଛଅ ମାସ ପରେ ଦୋହରିଲା ଘଟଣା। ସମାନ କାର, ସମାନ ମୃତ୍ୟୁ। ରବିବାର ରାତିରେ ବାହରାଇଚ୍ ରାଜପଥରେ ଏକ ସ୍କର୍ପିଓ, ବାଇକ୍ ଉପରେ ଚଢିଯାଇଥିଲା, ଯେଉଁଥିରେ ଦୁଇଜଣ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଡ୍ରାଇଭର ଗାଡିଛାଡି ପଳାଇ ଯାଇଥିଲା। ପୋଲିସର ସୂଚନାନୁସାରେ, ଗାଡିଟିକୁ ସଦର ବିଧାୟକଙ୍କର ହୋଇଥିବା କୁହାଯାଉଛି।
ବିଧାୟକଙ୍କ କଥିତ ଗାଡି ଚାପାରେ ମୃତକଙ୍କ ନାମ ରବି ବର୍ମା (୨୨) ଏବଂ ସୁମିତ ବର୍ମା ଓରଫ ବିକ୍ରମ (୨୫)। ଉଭୟ ଯୁବକ ସମ୍ପର୍କରେ ଭାଇ ଓ ସେମାନଙ୍କ ଘର ଖେରୀ ପୋଲିସ ଷ୍ଟେସନ ଅନ୍ତର୍ଗତ କିରାଟପୁର ଗାଁରେ ବୋଲି କୁହାଯାଉଛି। ରବିବାର ରାତିରେ ସେମାନେ ରାମପୁରରୁ ନିଜ ଘରକୁ ଫେରୁଥିଲେ। ପିଲିଭିତ୍ ବସ୍ତି ରୋଡର ସଦର ଥାନା ଅଞ୍ଚଳର ପାନଗି ଖୁର୍ଦ ଗାଁ ନିକଟରେ ସ୍କର୍ପିଓ ତାଙ୍କୁ ଧକ୍କା ଦେଇଥିଲା। ଉଭୟଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟାଇଥିବା ସ୍କୋର୍ପିଓରେ ବିଧାୟକ ଲେଖାହୋଇଥିବା ଓ ବିଜେପି ପତାକା ଲାଗିଥିବା ଗ୍ରାମବାସୀ କହିଛନ୍ତି।
Also Read: ବିବାଦରେ ମାଇକ୍! Loudspeakerକୁ ନେଇ ଆମ ଦେଶରେ କଣ ରହିଛି ଆଇନ?
ଦୁର୍ଘଟଣାର ଖବର ପାଇ ରାମପୁର ଆଉଟପୋଷ୍ଟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମାମଲାର ତଦନ୍ତ ଆରମ୍ଭ କରିଛି। ସିଟି ଥାନାଧିକାରୀ ଚନ୍ଦ୍ରଶେଖର ସିଂ କହିଛନ୍ତି ଯେ, ଏକ କଳା ସ୍କର୍ପିଓ ଦୁର୍ଘଟଣା ଘଟାଇଛି, ଯେଉଁଥିରେ ଦୁଇଜଣ ଯୁବକଙ୍କର ମୃତ୍ୟୁ ହୋଇଛି। ସ୍କର୍ପିଓର ପଛ ଭାଗରେ MLA ଲେଖାଯାଇଛି। ଅତିରିକ୍ତ ଏସପି ଅରୁଣ କୁମାର ସିଂ ତାଙ୍କ ବିବୃତ୍ତିରେ କହିଛନ୍ତି ଯେ, ଗାଡିକୁ ଜବତ କରାଯିବା ସହ ଡ୍ରାଇଭରକୁ ପୋଲିସ ଗିରଫ କରିଛି। ସ୍କୋର୍ପିଓ ଏବଂ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା।
ସୂଚନାଯୋଗ୍ୟ, ଗତବର୍ଷ ଅକ୍ଟୋବର ତିନି ତାରିଖରରେ ଏହି ଲଖୀମପୁର ଖେରୀରେ ଆନ୍ଦୋଳନରତ କୃଷକଙ୍କ ଉପରେ ମନ୍ତ୍ରୀ ପୁଅ ଗାଡି ଚଢାଇ ଦେଇଥିଲେ। କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କୁ ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ବୋଲି ପୋଲିସ କହିଛି। ଆଶିଷ ମିଶ୍ରଙ୍କ ଗାଡି ଧକାରୁ ଘଟିଥିବା ହିଂସାକାଣ୍ଡରେ ମୋଟ ୮ ଜଣଙ୍କ ମୃତ୍ୟୁ ହୋଇଥିଲା। ସେ ଗିରଫ ପରେ ଏବେ ଜାମିନରେ ଅଛନ୍ତି। ତେବେ ତାଙ୍କ ଜାମିନକୁ ସୁପ୍ରିମ କୋର୍ଟରେ ଚ୍ୟାଲେଞ୍ଜ କରାଯାଇଛି। ଆଜି ଅର୍ଥାତ ସୋମବାର ଏହି ମାମଲାର ଶୁଣାଣି ହେବ।