ନୂଆଦିଲ୍ଲୀ: ୟୁକ୍ରେନ ଦଖଲ ପାଇଁ ଋଷ ଜାରି ରଖିଛି ଅଭିଯାନ । ବୋମା, ମିସାଇଲ ମାଡ଼ ଠାରୁ ଆରମ୍ଭ କରି ଅବିରତ ବନ୍ଧୁକରୁ ଗୁଳି ବର୍ଷାଉଛି ପୁଟିନଙ୍କ ପାୱାରଫୁଲ ଆର୍ମି । ୟୁକ୍ରେନ ରାଷ୍ଟ୍ରପତି ଭୋଲଡେମିର ଜେଲେନସ୍କି ଏଯାଏଁ କିନ୍ତୁ ପରାଜୟ ବରଣ ପାଇଁ ପ୍ରସ୍ତୁତ ନାହାନ୍ତି । ତେବେ ଯୁଦ୍ଧର ଘନଘଟା ମଧ୍ୟରେ ଏବେ ୟୁକ୍ରେନ ପାଇଁ ଆଉ ଏକ ନୂଆ ବିପଦ ସାମ୍ନାକୁ ଆସିଛି । ଆଉ ତାହା ହେଉଛି HIV । ଋଷିଆ ସେନା ଓ ଲୋକେ ୟୁକ୍ରେନକୁ କବଜା୍ କରି ଚାଲିଥିବା ବେଳେ HIV ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଦ୍ରୁତଗତିରେ ବୃଦ୍ଧି ହେବାରେ ଲାଗିଛି ।


COMMERCIAL BREAK
SCROLL TO CONTINUE READING

ଖାଲି HIV ନୁହେଁ, ଟିବି ଓ କୋଭିଡ୍ ପରି ସଂକ୍ରାମକ ରୋଗର ପ୍ରକୋପ ବଢ଼ିବାରେ ଲାଗିଛି । ଧୀରେ ଧୀରେ ବିଗିଡ଼ିବାରେ ଲାଗିଛି ୟୁକ୍ରେନର ସ୍ୱାସ୍ଥ୍ୟାବସ୍ଥା । ଫେବ୍ରୁଆରୀ ୨୪ରୁ ଏଯାଏଁ ଯୁଦ୍ଧ ଜାରି ଥିବା ବେଳେ HIV, ଟିବି, କୋଭିଡ୍ ସାଙ୍ଗକୁ ବିଭିନ୍ନ ସଂକ୍ରାମକ ରୋଗୀଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ିବାରେ ଲାଗିଛି । ଝାଡ଼ାବାନ୍ତି, ପୋଲିଓ ଓ ମିଳିମିଳା ପ୍ରଭୃତି ମହାମାରୀ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ଘଟୁଛି । ଋଷର ବୋମା ଓ ମିସାଇଲ ମାଡ଼ରେ ୟୁକ୍ରେନ (Russia Ukraine War) ରେ ଡାକ୍ତରଖାନା ସମେତ ସ୍ୱାସ୍ଥ୍ୟାବସ୍ଥା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ ଏଭଳି ରୋଗୀଙ୍କ ସଂଖ୍ୟା ବଢ଼ୁଥିବା ଅନ୍ତର୍ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି । ପରିସ୍ଥିତି ଶୀଘ୍ର ନସୁଧୁରିଲେ ୟୁକ୍ରେନରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ସମ୍ପୂର୍ଣ୍ଣ ରୂପେ ଛାରଖାର ହୋଇଯିବ ବୋଲି ରୋମାନିଆର ପ୍ରସିଦ୍ଧ ଡାକ୍ତର ତଥା ଜେନିଭାରେ ଷ୍ଟପ୍ ଟିବି ପାର୍ଟନରସିପର କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ ଲୁସିକା ଆଶଙ୍କା ପ୍ରକାଶ କରିଛନ୍ତି ।


Also Read: ପୁଟିନଙ୍କ ଚିନ୍ତା ବଢ଼ାଇଲେ ବାଇଡେନ, ୟୁକ୍ରେନକୁ ନେଇ ଏହି ବଡ଼ ପଦକ୍ଷେପ ନେଲା ଆମେରିକା


ଯୁଦ୍ଧ ଯୋଗୁଁ  ୟୁକ୍ରେନରେ ଟିକାକରଣ ମଧ୍ୟ ଭୟଙ୍କର ଭାବେ ପ୍ରଭାବିତ ହୋଇଛି । କିଭରେ ମାତ୍ର ୬୫ ପ୍ରତିଶତ ଟିକାକରଣ ଶେଷ ହୋଇଥିବା ବେଳେ କିଛି ଅଞ୍ଚଳରେ ୨୦ ପ୍ରତିଶତ ଲୋକଙ୍କର ମଧ୍ୟ ଟିକାକରଣ ଶେଷ ହୋଇନାହିଁ । ତେଣୁ ୟୁକ୍ରେନରେ ବର୍ଦ୍ଧିତ କୋଭିଡ୍ ସଂକ୍ରମଣ (Covid) ପାଇଁ ଚିନ୍ତାରେ ଏବେ ସାରା ବିଶ୍ୱ । ଯୁଦ୍ଧ ପାଇଁ ଟେଷ୍ଟିଂ ସଂଖ୍ୟା ମଧ୍ୟ ହ୍ରାସ ହୋଇଛି ।  ଫଳସ୍ୱରୂପ ଫେବ୍ରୁଆରୀରୁ ଦେଶରେ ଓମିକ୍ରନ ସଂକ୍ରମିତ (Omicron) ଙ୍କ ସଂଖ୍ୟା ଦ୍ରୁତଗତିରେ ବୃଦ୍ଧି ପାଉଛି । ତେଣୁ ଚିହ୍ନଟ ହୋଇନଥିବା କୋଭିଡ୍ ସଂକ୍ରମିତ ଏବେ ୟୁକ୍ରେନରେ ଭର୍ତ୍ତି ହୋଇଥିବା WHO ଡିଜି ଟେଡ୍ରୋସ ଆଧାନମ୍ ଆଶଙ୍କା କରିଛନ୍ତି ।


Also Read: ଭାରତର ଜବାବ ଦେବାକୁ ପ୍ରୟାସ କରି ବିଫଳ ହେଲା ପାକିସ୍ତାନ, ଲଞ୍ଚ ପରେ ଫୁସକି ଗଲା ମିସାଇଲ


ପୋଲିଓ ରୋଗୀ (Polio  Patient)ଙ୍କ ସଂଖ୍ୟା ମଧ୍ୟ ୟୁକ୍ରେନରେ ବଢ଼ୁଛି । ପୋଲିଓ ଦୂରୀକରଣ ପାଇଁ ଏକ ଲକ୍ଷ ଚାଳିଶି ହଜାର ପିଲାଙ୍କୁ ଭାକସିନ ଦିଆଯିବା ପାଇଁ ଫେବୃଆରୀ ୧ରୁ କ୍ୟାମ୍ପେନ ଆରମ୍ଭ ହୋଇଥିଲା । ହେଲେ ଯୁଦ୍ଧ ଯୋଗୁଁ ଏବେ ତାହା ମଧ୍ୟ ଅଟକିଥିବା ବେଳେ କେବେ ପୁଣି ସ୍ଥିତି ସୁଧାର ହେବ ସେନେଇ ଆଶଙ୍କା ସୃଷ୍ଟି ହୋଇଛି । ମିଳିମିଳା ସଂକ୍ରମିତଙ୍କ ସଂଖ୍ୟା ବିଗତ କିଛି ଦିନ ମଧ୍ୟରେ ୧ ଲକ୍ଷ ୧୫ ହଜାର ଟପିଛି । ଯକ୍ଷ୍ମା ରୋଗୀଙ୍କ ସଂଖ୍ୟା ମଧ୍ୟ ହୁହୁ ହୋଇବଢ଼ୁଛି । ଟେଷ୍ଟିଂ ବାଧାପ୍ରାପ୍ତ ହୋଇଥିବାରୁ ରୋଗୀଙ୍କ ସଂଖ୍ୟାରେ ୩୦ ପ୍ରତିଶତ ବୃଦ୍ଧି ହୋଇଛି ।  


Also Read: ଋଷର ଆକ୍ରମଣ ମଧ୍ୟରେ ୟୁକ୍ରେନର ମହିଳାଙ୍କୁ ନେଇ ଚୀନର ବଢ଼ିଛି ଆଗ୍ରହ, ଏହା ହେଉଛି ଏକ କାରଣ


ଦ୍ରୁତଗତିରେ ଆଗକୁ ବଢ଼ୁଥିବା ଦେଶ ୟୁକ୍ରେନ (Ukraine) ର ବିକାଶଯାତ୍ରା ଉପରେ ଏବେ ବ୍ରେକ୍ କଷିଛି ଯୁଦ୍ଧ । ପୂରା ଦେଶ ଦଶବର୍ଷ ତଳକୁ ଫେରି ସାରିଥିବା ସମସ୍ତେ କହୁଛନ୍ତି । ଋଷର ଲଗାତାର ସେଲିଂ ଜାରି ରହିଥିବାରୁ ରୋଗୀମାନେ ବି ଡରରେ ବାହାରକୁ ଆସୁନାହାନ୍ତି । ତେଣୁ ମେଡିସିନ ମଧ୍ୟ ଠିକ୍ ସମୟରେ ସେମାନଙ୍କୁ ମିଳି ପାରୁନାହିଁ । ତେଣୁ ସ୍ଥିତି ନସୁଧୁରିଲେ ଯୁଦ୍ଧ ପରେ ୟୁକ୍ରେନରେ ମହାମାରୀ କୋପରେ କେତେ ଯେ ଲୋକ ଛାରଖାର ହୋଇଯାଇଥିବେ ଏବେ ତାହା ହିଁ ବଡ଼ ଡର ।