Ukraine-Russia War: ନୋ ଫ୍ଲାଏ ଜୋନ୍ (no-fly zone) ଘୋଷଣା କରିବା ଉପରେ ଜୋର ନ ଦେଇ ଜିଲେନସ୍କି (Volodymyr Zelensky) ଋଷର ଆକ୍ରମଣ (Russia Attacks) କୁ ରୋକିବା ପାଇଁ ସାମରିକ ସହାୟତା ଲୋଡିଥିଲେ । ଉଲ୍ଲେଖନୀୟ ବିଷୟ ଏହା ଯେ, ନୋ-ଫ୍ଲାଏ ଜୋନ୍ ଘୋଷଣା କରିବାକୁ ଜେଲେନସ୍କିଙ୍କ ଅନୁରୋଧକୁ ହ୍ୱାଇଟ ହାଉସ୍ ଗ୍ରହଣ କରିବାକୁ ମନା କରିଦେଇଛି । ଏହି ସମୟରେ ଜେଲେନସ୍କି ପର୍ଲ ହାର୍ବର ଓ ୧୧ ସେପ୍ଟେମ୍ବର ୨୦୦୧ରେ ଆତଙ୍କବାଦୀ ଆକ୍ରମଣ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ।
Trending Photos
ନୂଆଦିଲ୍ଲୀ: Ukraine-Russia War: ୟୁକ୍ରେନ (Ukraine) ଓ ଋଷ (Russia) ମଧ୍ୟରେ ଭୀଷଣ ଲଢ଼େଇ ଜାରି ରହିଛି । ଲଗାତର ୨୧ ଦିନ ହେବ ଦୁଇ ଦେଶର ସୈନ୍ୟ ଯୁଦ୍ଧ ମୈଦାନରେ ମୁହାଁମୁହିଁ ହେଉଛନ୍ତି । ୟୁକ୍ରେନ-ରୁଷ ଯୁଦ୍ଧ (Ukraine-Russia War) ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ (US President Joe Biden) ୟୁକ୍ରେନ ପାଇଁ ୮୦୦ ମିଲିୟନ ଡଲାରର ପ୍ୟାକେଜ ଘୋଷଣା କରିଛନ୍ତି । ହ୍ୱାଇଟ ହାଉସ (White House) ଦ୍ୱାରା ଜାରି ଏକ ବୟାନ ଅନୁଯାୟୀ ଆମେରିକା ୟୁକ୍ରେନକୁ ୮୦୦ ଆଣ୍ଟି-ଏୟାରକ୍ରାଫ୍ଟ ସିଷ୍ଟମ, ୯୦୦ ଆଣ୍ଟି-ଆର୍ମର ସିଷ୍ଟମ, ୭୦୦୦ ସ୍ମାଲ ଆର୍ମ୍ସ, ୨୦ ମିଲିୟନ ରାଉଣ୍ଡ୍ସ, ମାନବ ବିହୀନ ଏରିୟଲ ସିଷ୍ଟମ ଦେବ ।
ଆମେରିକାର ପ୍ରତିରକ୍ଷା ବିଭାଗ (US Defense Department) ୟୁକ୍ରେନ ସୈନ୍ୟବାହିନୀ (Ukrainian military) କୁ ଉପକରଣ ଯୋଗାଇବ । ହ୍ୱାଇଟ ହାଉସର ଏହି ବୟାନରେ କୁହାଯାଇଛି ଯେ, ୟୁକ୍ରେନକୁ ଅତିରିକ୍ତ ସହାୟତା ଯୋଗାଇବା ପାଇଁ ସହଯୋଗୀ ଓ ଅଂଶୀଦାରମାନଙ୍କ ସହିତ କାର୍ଯ୍ୟ ଜାରି ରଖିବ ।
ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ (Joe Biden) ଙ୍କ ଘୋଷଣା ପୂର୍ବରୁ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି (Ukrainian President Volodymyr Zelensky) ଆମେରିକାର ସଂସଦ (United States Congress) କୁ ସମ୍ବୋଧିତ କରି ଅଧିକ ସହାୟତା ପାଇଁ ନିବେଦନ କରିଥିଲେ ।
ଏହା ବି ପଢ଼ନ୍ତୁ:-୨୦୨୪ ପର୍ଯ୍ୟନ୍ତ ୧୫ କୋଟି ଲୋକଙ୍କୁ ମିଳିବ ଫ୍ରି ରାସନ, ହୋଲି ଓ ଦୀପାବଳୀରେ ଦେବେ ମାଗଣା ସିଲିଣ୍ଡର!
ଏହା ବି ପଢ଼ନ୍ତୁ:-ସରକାରୀ କର୍ମଚାରୀଙ୍କୁ ଝଟକା! ମହଙ୍ଗା ଭତ୍ତାକୁ ନେଇ ଆସିଲା ଏହି ବଡ ଅପଡେଟ୍
ଏହା ବି ପଢ଼ନ୍ତୁ:-ଯେଉଁ ପୁରୁଷମାନଙ୍କର ରହିଛି ଏହି ୭ଟି ଅଭ୍ୟାସ, ସେମାନଙ୍କର ଯୌନ ଜୀବନ ହୋଇଥାଏ ବିନ୍ଦାସ୍
ନୋ ଫ୍ଲାଏ ଜୋନ୍ (no-fly zone) ଘୋଷଣା କରିବା ଉପରେ ଜୋର ନ ଦେଇ ଜିଲେନସ୍କି (Volodymyr Zelensky) ଋଷର ଆକ୍ରମଣ (Russia Attacks) କୁ ରୋକିବା ପାଇଁ ସାମରିକ ସହାୟତା ଲୋଡିଥିଲେ । ଉଲ୍ଲେଖନୀୟ ବିଷୟ ଏହା ଯେ, ନୋ-ଫ୍ଲାଏ ଜୋନ୍ ଘୋଷଣା କରିବାକୁ ଜେଲେନସ୍କିଙ୍କ ଅନୁରୋଧକୁ ହ୍ୱାଇଟ ହାଉସ୍ ଗ୍ରହଣ କରିବାକୁ ମନା କରିଦେଇଛି । ଏହି ସମୟରେ ଜେଲେନସ୍କି ପର୍ଲ ହାର୍ବର ଓ ୧୧ ସେପ୍ଟେମ୍ବର ୨୦୦୧ରେ ଆତଙ୍କବାଦୀ ଆକ୍ରମଣ ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ।
ଏଠାରେ କହି ରଖୁଛୁ ଯେ, ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧର ୨୧ ଦିନ ହୋଇଗଲାଣି । ମିଳିତ ଜାତିସଂଘ (United Nations: UN) କହିଛି ଯେ, ଯୁଦ୍ଧ ଯୋଗୁଁ ଏପର୍ଯ୍ୟନ୍ତ ୩୦ ଲକ୍ଷରୁ ଅଧିକ ଲୋକ ୟୁକ୍ରେନରୁ ପଳାୟନ କରିସାରିଛନ୍ତି । ମିଳିତ ଜାତିସଂଘର ମାନବାଧିକାର ୟୁନିଟ୍ କହିଛି ଯେ ଯୁଦ୍ଧରେ ୬୯୧ ସାଧାରଣ ନାଗରିକଙ୍କର ମୃତ୍ୟୁ ଘଟିଛି ଓ ୧,୧୪୩ ଜଣ ଆହତ ହୋଇଛନ୍ତି । ଆହତଙ୍କ ସଂଖ୍ୟା ଆହୁରି ଅଧିକ ହୋଇପାରେ ।