ପଞ୍ଜଶୀର ଉପରେ ଆକ୍ରମଣ କରିବାକୁ ଆସିଥିବା ୩୫୦ ତାଲିବାନୀ ଆତଙ୍କୀ ନିହତ, ୪୦ରୁ ଉର୍ଦ୍ଧ୍ୱ ଅଟକ
ଏହା ପୂର୍ବରୁ ଖବର ଆସିଥିଲା ଯେ ତାଲିବାନ ମଙ୍ଗଳବାର ରାତିରେ ପଞ୍ଜଶୀର ମଧ୍ୟକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା। ଯେଉଁଠାରେ ତାଲିବାନ ଆତଙ୍କୀ ନର୍ଦର୍ନ ଆଲାଇନ୍ସର ଯୋଦ୍ଧାଙ୍କ ସହ ମୁହାଁମୁହିଁ ହୋଇଥିଲେ ।
ନୂଆଦିଲ୍ଲୀ: Taliban take over Afghanistan: ତାଲିବାନ (Taliban) ଗୋଟିଏ ପଟେ ଦୁନିଆ ଆଗରେ ଆଫଗାନିସ୍ତାନ (Afghanistan) ରେ ଶାନ୍ତିପୂର୍ଣ୍ଣ ଭାବରେ ସରକାର ଗଠନ ଓ ଏହାର ପରିଚାଳନାର ଦାବି କରୁଛି । କିନ୍ତୁ ଅନ୍ୟପକ୍ଷରେ ତାଲିବାନ ଆତଙ୍କୀମାନେ କ୍ରମାଗତ ଭାବରେ ପଞ୍ଜଶୀର (Panjshir) ଅଞ୍ଚଳରେ ଅନୁପ୍ରବେଶ କରିବାକୁ ଚେଷ୍ଟା କରୁଛନ୍ତି । ସେପଟେ ନର୍ଦର୍ନ ଆଲାଇନ୍ସ (Northern Alliance) ଟ୍ୱିଟରରେ ଦାବି କରିଛି ଯେ ଗତକାଲି ରାତିରେ ଖାୱାକରେ ଆକ୍ରମଣ କରିବାକୁ ଆସିଥିବା ପ୍ରାୟ ୩୫୦ ତାଲିବାନ ଆତଙ୍କୀ ନିହତ ହୋଇଥିବାବେଳେ ୪୦ରୁ ଅଧିକ ଅଟକ ଅଛନ୍ତି । ଏହି ସମୟ ମଧ୍ୟରେ NRF ହାତରେ ଅନେକ ଆମେରିକୀୟ ଯାନ, ଅସ୍ତ୍ରଶସ୍ତ୍ର ଆସିଛି ।
ଏହା ପୂର୍ବରୁ ଖବର ଆସିଥିଲା ଯେ ତାଲିବାନ ମଙ୍ଗଳବାର ରାତିରେ ପଞ୍ଜଶୀର ମଧ୍ୟକୁ ପ୍ରବେଶ କରିବାକୁ ଚେଷ୍ଟା କରିଥିଲା। ଯେଉଁଠାରେ ତାଲିବାନ ଆତଙ୍କୀ ନର୍ଦର୍ନ ଆଲାଇନ୍ସର ଯୋଦ୍ଧାଙ୍କ ସହ ମୁହାଁମୁହିଁ ହୋଇଥିଲେ ।
ସ୍ଥାନୀୟ ସାମ୍ବାଦିକ ନାତିକ ମାଲିକଜାଦାଙ୍କ ଏକ ଟ୍ୱିଟ୍ ଅନୁଯାୟୀ ଆଫଗାନିସ୍ତାନର ପଞ୍ଜଶୀର ପ୍ରବେଶ ଦ୍ୱାରରେ ଗୁଲବାହାର ଅଞ୍ଚଳରେ ତାଲିବାନ ସଦସ୍ୟ ଓ ନର୍ଦର୍ନ ଆଲାଇନ୍ସ ଯୋଦ୍ଧାଙ୍କ ମଧ୍ୟରେ ଗୁଳି ବିନିୟମ ହୋଇଛି । କେବଳ ଏତିକି ନୁହେଁ ତାଲିବାନର ଏଠାରେ ଏକ ପୋଲ ଧ୍ୱଂସ କରିଦେବାର ଖବର ମଧ୍ୟ ରହିଛି । ଏହା ବ୍ୟତୀତ ଅନେକ ଆତଙ୍କୀ ଧରାପଡିଛନ୍ତି ।
ଏହାପୂର୍ବରୁ ସୋମବାର ରାତିରେ ମଧ୍ୟ ତାଲିବାନ ଓ ନର୍ଦର୍ନ ଆଲାଇନ୍ସ ଯୋଦ୍ଧା ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ପ୍ରାୟ ୭-୮ ତାଲିବାନ ଆତଙ୍କୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା । ପଞ୍ଜଶୀର ତାଲିବାନ ଦଖଲ ଠାରୁ ବହୁ ଦୂରରେ ରହିଛି, ଯେଉଁଠାରେ ଅହମ୍ମଦ ମାସୁଦଙ୍କ ନେତୃତ୍ୱରେ ନର୍ଦର୍ନ ଆଲାଇନ୍ସ ତାଲିବାନ ବିରୁଦ୍ଧରେ ଲଢୁଛି ।
ତାଲିବାନ ସହିତ ଲଢେଇକୁ ଅହମ୍ମଦ ମାସୁଦଙ୍କ ମୁଖପାତ୍ର ଫହିମ ଦଶ୍ତି ମଧ୍ୟ ନିଶ୍ଚିତ କରିଛନ୍ତି । ଫହିମଙ୍କ ଅନୁଯାୟୀ, ସୋମବାର ରାତିରେ ତାଲିବାନ ପଞ୍ଜଶୀରରେ ଆକ୍ରମଣ କରିଥିଲା ଓ ଅନୁପ୍ରବେଶ ଉଦ୍ୟମ କରାଯାଇଥିଲା କିନ୍ତୁ ତାହା ସଫଳ ହୋଇନଥିଲା । ତାଲିବାନ ପଞ୍ଜଶୀର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ କରିସାରିଛି । ତେବେ ପରେ ଏହି ସେବାକୁ ଚାଲୁ କରାଯାଇଥିଲା ।
ଉଲ୍ଲେଖନୀୟ କଥା ହେଉଛି, ଅଗଷ୍ଟ ୩୦ରେ ଆମେରିକାର ସୈନ୍ୟବାହିନୀ କାବୁଲ ବିମାନ ବନ୍ଦର ଛାଡିଥିଲେ । ବର୍ତ୍ତମାନ ଆଫଗାନିସ୍ତାନ ତାଲିବାନ ଦ୍ୱାରା ସମ୍ପୂର୍ଣ୍ଣ ଶାସିତ । ତାଲିବାନ ନେତୃତ୍ୱରେ ଖୁବ ଶୀଘ୍ର ଆଫଗାନିସ୍ତାନରେ ଏକ ନୂତନ ସରକାର ଗଠନ ହେବ । ତାଲିବାନର ବରିଷ୍ଠ ନେତାମାନେ କାନ୍ଦାହାରରେ ଉପସ୍ଥିତ ଅଛନ୍ତି, ଯେଉଁମାନେ ଶୀଘ୍ର କାବୁଲକୁ ଯାଇପାରନ୍ତି । ଯାହା ପରେ ସରକାର ଗଠନ ପ୍ରକ୍ରିୟା ଆରମ୍ଭ ହେବ ।
ଅଧିକ ପଢ଼ନ୍ତୁ:-ଏହି କାରଣରୁ ଆଫଗାନିସ୍ତାନରୁ ସୈନ୍ୟ ଫେରାଇ ନେଲେ ବାଇଡେନ!
ଅଧିକ ପଢ଼ନ୍ତୁ:-ଗୁଡ୍ ନ୍ୟୁଜ! ବଢ଼ିପାରେ ଅବସର ବୟସ ଓ ପେନସନ ରାଶି, ଜାଣନ୍ତୁ ମୋଦି ସରକାରଙ୍କ ଏହି ନୂଆ ଯୋଜନା ବିଷୟରେ...
ଅଧିକ ପଢ଼ନ୍ତୁ:-ପୁଣି ଚିନ୍ତା ବଢ଼ାଇଲା କୋରୋନା: ଦେଶରେ ୪୦ ହଜାରରୁ ଉର୍ଦ୍ଧ୍ୱ ମାମଲା ଚିହ୍ନଟ, ଆଖି ବୁଜିଲେ ଏତିକି ସଂକ୍ରମିତ
ଅଧିକ ପଢ଼ନ୍ତୁ:-ପାକିସ୍ତାନରେ ପହଞ୍ଚିଲେ ଆମେରିକା ସୈନ୍ୟ, ବଢ଼ିଲା ରାଜନୈତିକ ପାରା
ଅଧିକ ପଢ଼ନ୍ତୁ:-ଆସିଯାଇଛି ସେପ୍ଟେମ୍ବର ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍