Pakistan  Airstrike  on  Afghanistan:  ପୂର୍ବ ଆଫଗାନିସ୍ତାନ ସ୍ଥିତ  ଖୋସ୍ତ ଏବଂ  କୁନାର ଅଞ୍ଚଳରେ  ବଡ  ଧରଣର ବିମାନ ଆକ୍ରମଣ  କରିଛି  ପାକିସ୍ତାନ ସେନା।  ଏହି  ଆକ୍ରମଣରେ  ୪୭  ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୨ ଜଣ ଆହତ ହୋଇଛନ୍ତି।   ଏହି  ଘଟଣାରେ  ପ୍ରତିକ୍ରିୟା ରଖି  ଖୋସ୍ତ  ସୂଚନା ଓ  ସଂସ୍କୃତି  ବିଭାଗ ନିର୍ଦ୍ଦେଶକ  ଶବ୍ବୀର ଅହମ୍ମଦ ଉସମାନି  କହିଛନ୍ତି  ଖୋସ୍ତସ୍ଥିତ ଡୁରାଣ୍ଡ ସୀମା ରେଖା ଠାରେ  ପାକିସ୍ତାନ  ପକ୍ଷରୁ କରାଯାଇ ଥିବା  ବିମାନ ଆକ୍ରମଣରେ ମହିଳା,  ଶିଶୁଙ୍କ ସମେତ  ୪୧  ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିବା ବେଳେ ୨୨ ଆହତ ହୋଇଛନ୍ତି।


COMMERCIAL BREAK
SCROLL TO CONTINUE READING

ରବିବାର ପାକିସ୍ତାନ   ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି  କହିଛି ଯେ ବିଗତ  କିଛି  ଦିନ  ମଧ୍ୟରେ  ପାକ୍-ଆଫଗାନିସ୍ତାନ ସୀମାରେ ପାକିସ୍ତାନୀ ସୁରକ୍ଷା ବଳକୁ ଟାର୍ଗେଟ  କରାଯାଉଥିବା  ଘଟଣା  ଉଲ୍ଲେଖନୀୟ ଭାବେ ବଢି ଚାଲିଛି। ଦୁର୍ଭାଗ୍ୟବଶତଃ  ସୀମାନ୍ତ  ଅଞ୍ଚଳରେ ନିଷିଦ୍ଧ ଆତଙ୍କବାଦୀ ଗୋଷ୍ଠୀ ଆତଙ୍କବାଦୀ  ପାକିସ୍ତାନ ସୀମା ସୁରକ୍ଷା ପୋଷ୍ଟ ଉପରେ ଆକ୍ରମଣ ଜାରି ରଖିଛନ୍ତି। ଯାହାର ଫଳ ସ୍ୱରୂପ ଅନେକ ପାକିସ୍ତାନୀ ସୈନିକଙ୍କ ମୃତ୍ୟୁ ହୋଇଛି।


Also Read: କ୍ଷମତା ଦଖଲ ପରେ ରଙ୍ଗ ବଦଳାଇଲା ତାଲିବାନ; କାରନାମା ଶୁଣିଲେ ଉଡ଼ିଯିବ ହୋସ


ଆଫଗାନିସ୍ତାନ  ମାଟିରେ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପାକିସ୍ତାନ  ତାଲିବାନ ଉଦ୍ଦେଶ୍ୟରେ ଆହ୍ୱା ନ  କରିଛି।  ପାକିସ୍ତାନୀ ସୈ ନ୍ୟ ବାହିନୀ  ରକେଟ୍ ଆକ୍ରମଣରେ  ୬  ଆଫଗାନୀ ଙ୍କୁ  ହତ୍ୟା କରାଯାଇଥିବା ନେଇ କରାଯାଉଥିବା ଦାବି ର  ଗୋଟିଏ  ଦିନ  ପରେ  ଏହି  ବିବୃତ୍ତି  ଦିଆଯାଇଛି।  ମୃତକଙ୍କ ମଧ୍ୟରେ  ପୂର୍ବ ଆଫଗାନିସ୍ତାନସ୍ଥିତ  କୁନାର  ପ୍ରଦେଶରେ ରହୁଥିବା ୫ ଶିଶୁ  ଏବଂ  ଜଣେ  ମହିଳା ଅଛନ୍ତି।  ଏହି ଆକ୍ରମଣକୁ ବିରୋଧ କରିବା ପାଇଁ  ତାଲିବାନ   କାବୁଲ ଠାରେ ଅବସ୍ଥାପିତ ପାକିସ୍ତାନୀ  ରାଷ୍ଟ୍ରଦୂତଙ୍କୁ ଡକାଇଥିଲେ।


ଏହାର ଜବାବରେ  ପାକିସ୍ତାନ କହିଛି ଯେ ଏହି ଆକ୍ରମଣ ଆତଙ୍କବାଦୀଙ୍କ ଉଦ୍ଦେଶ୍ୟରେ ହୋଇଛି।  ଗତ ବର୍ଷ ଅଗଷ୍ଟରେ ଆଫଗାନିସ୍ତାନ  କବଜା କରିବା ପର ଠାରୁ ତାଲିବାନ ଏହି ଦାବିକୁ  ଖାରଜ  କରି  କହିଛି  ଯେ ସରକାର ଗଠନ ହେବା ପର ଠାରୁ   ସୀମା ପାର ଆକ୍ରମଣକୁ ନିୟନ୍ତ୍ରଣ କରାଯାଉଛି।  


ଆଫଗାନିସ୍ତାନ  ଠାରେ ଅବସ୍ଥାପିତ  ମିଳିତ ଜାତିସଂଘର ସହାୟତା ମିଶନ (ୟୁଏନଏମଏ)  କହିଛି ଯେ ଖୋସ୍ତ   ଏବଂ  କୁନାର ପ୍ରଦେଶ ଠାରେ  ହୋଇଥିବା  ବିମାନ ଆକ୍ରମଣରେ  ମହିଳା ଓ ଶିଶୁଙ୍କ ସମେତ ସାଧାରଣ ନାଗରିକଙ୍କ ମୃତ୍ୟୁ ଖବରକୁ ନେଇ ଗଭୀର ଭାବେ  ଚିନ୍ତିତ। 


Also Read: ତାଲିବାନ ଶାସନ ବେଳେ କିପରି ଥିଲା ମହିଳାଙ୍କ ସ୍ଥିତି? ପର୍ଦ୍ଦାଫାଶ କଲେ ଆଫଗାନୀ ପର୍ଣ୍ଣଷ୍ଟାର


ତେହେରିକ-ଇ-ତାଲିବାନ ପାକିସ୍ଥାନ   (TTP)  ପାକିସ୍ତାନ -ଆଫଗାନିସ୍ତାନ ସୀମାରେ ସକ୍ରିୟ ଥିବା  ଏକ  ପାସ୍ତୁ ନ  ଇସଲାମୀୟ  ସଶସ୍ତ୍ର ଆତଙ୍କବାଦୀ ଗୋଷ୍ଠୀ। ଆଫଗାନିସ୍ତାନ ତାଲିବାନ ସହିତ  ଏହା  ଏକ ସମାନ  ଚିନ୍ତାଧାରା  ବାଣ୍ଟିଛି।  ତାଲିବାନ ସରକାରଙ୍କ ମୁଖପାତ୍ର ଜାବୀହୁଲ୍ଲାହ  ମୁଜାହିଦ୍ କହିଛନ୍ତି ଯେ ଏହା  ଏକ  ନିଷ୍ଠୁରତା  ଏବଂ  ଏହା  ଆଫଗାନିସ୍ତାନ-ପାକିସ୍ତାନ  ମଧ୍ୟରେ ଶତ୍ରୁତା ପାଇଁ ପଥ ପରିଷ୍କାର କରୁଛି।  ପାକିସ୍ତାନ  ଏହା  ଜାଣିବା ଉଚିତ  ଯେ  ଯଦି ଯୁଦ୍ଧ ଆରମ୍ଭ ହୁଏ ତାହେଲେ ଏହା ଉଭୟ ପକ୍ଷର ସ୍ୱାର୍ଥରେ ରହିବ ନାହିଁ।


ଯଦି ଆଗକୁ  ଏହା ଜାରି  ରହେ  ତାହେଲେ  ଏହାର  ପରିଣାମ  ଭୋଗିବା  ପାଇଁ  ପାକିସ୍ତାନ  ଉଦ୍ଦେଶ୍ୟରେ  ଚେତାବନୀ  ଦେଇଛି ତାଲିବାନ।  ପାକିସ୍ତାନ ଆଫଗାନିସ୍ତାନର ଧୈର୍ଯ୍ୟ ପରୀକ୍ଷା କରିବା ଠିକ୍   ନୁହେଁ।  ଯଦି  ସେ  ଏପରି  ଭୁଲ ଆଗକୁ ଜାରି ରଖେ  ତାହେଲେ  ଏହାର  ଖରାପ ପରିଣାମ ହୋଇପାରେ।  ଦୁଇ ଦେଶ ମଧ୍ୟରେ ରହିଥିବା ବିବାଦର ସମାଧାନ  ରାଜନୈତିକ ଉପାୟ ମାଧ୍ୟମରେ କରାଯିବା ଆବଶ୍ୟକ। 


Also Read: ଟଙ୍କା ପାଇଁ ନିଜ କଥାରୁ U-Turn ମାରି ଚର୍ଚ୍ଚାରେ ତାଲିବାନ


ଗତ ଅପ୍ରେଲ ୧୬ ତାରିଖ ଶନିବାର ପୂର୍ବ ଆଫଗାନିସ୍ତାନ ସ୍ଥିତ  ଖୋସ୍ତ ଏବଂ  କୁନାର ଅଞ୍ଚଳରେ  ବଡ  ଧରଣର ବିମାନ ଆକ୍ରମଣ  କରିଥିଲା  ପାକିସ୍ତାନ ସେନା। ଏହି  ଆକ୍ରମଣରେ ୪୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୨ ଜଣ ଆହତ ହୋଇଛନ୍ତି।