କ୍ଷମତା ଦଖଲ ପରେ ରଙ୍ଗ ବଦଳାଇଲା ତାଲିବାନ; କାରନାମା ଶୁଣିଲେ ଉଡ଼ିଯିବ ହୋସ
Advertisement
Article Detail0/zeeodisha/odisha1151590

କ୍ଷମତା ଦଖଲ ପରେ ରଙ୍ଗ ବଦଳାଇଲା ତାଲିବାନ; କାରନାମା ଶୁଣିଲେ ଉଡ଼ିଯିବ ହୋସ

ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ବର୍ତ୍ତମାନ ସାଧାରଣ ଆଫଗାନ ନାଗରିକଙ୍କ ଅବସ୍ଥା କିପରି ରହିଥିବ? ଏଥିପାଇଁ ଦାୟୀ କିଏ?

କ୍ଷମତା ଦଖଲ ପରେ ରଙ୍ଗ ବଦଳାଇଲା ତାଲିବାନ; କାରନାମା ଶୁଣିଲେ ଉଡ଼ିଯିବ ହୋସ

କାବୁଲ: ପ୍ରାୟ ୨୦ ବର୍ଷ ପରେ ପୁନର୍ବାର ଆଫଗାନିସ୍ତାନ ଦଖଲ କରିବା ପରେ ନିଜର ପୁରୁଣା ରୂପ ଦେଖାଇବା ଆରମ୍ଭ କରିସାରିଛି ତାଲିବାନ। ସରକାର ଗଠନ କରିବା ପର ଠାରୁ ବିଭିନ୍ନ ନିଷ୍ପତ୍ତି ନେଇ ଚର୍ଚ୍ଚିତ ହେବା ସହ ବିବାଦୀୟ ହୋଇପଡ଼ିଛ ତାଲିବାନ। ତାଲିବାନ ମୁଖପାତ୍ର ଜାବୀଉଲ୍ଲାହ ମୁଜାହିଦ୍ ଅନେକ ବଡ଼ ବଡ଼ କଥା କହିଥିଲେ। ବିଶ୍ୱ ସମୁଦାୟରେ ନିଜକୁ ଏକ ପ୍ରଗତିଶୀଳ ଶକ୍ତି ଭାବେ ପ୍ରଦର୍ଶିତ କରିବାକୁ ଚେଷ୍ଟା କରିଥିଲା ତାଲିବାନ। ମାତ୍ର ସମୟ ବଦଳିବା ସହ ତାଲିବାନ ରଙ୍ଗ ଏବେ ଫିକା ପଡିବାକୁ ଲାଗିଲାଣଇ। 

କ୍ଷମତା ଦଖଲ କରିବା ପରେ ଆଫଗାନିସ୍ତାନ ମାଟିରେ ସଂଙ୍ଗୀତ, ମହିଳା ଶିକ୍ଷା ଉପରେ ପ୍ରତିବନ୍ଧକ ଲଗାଇ ସାରିଛି ତାଲିବାନ। ଏହା ବ୍ୟତୀକତ ପୂର୍ବରୁ ତାଲିବାନ କହିଥିଲା ଯେ ଆଫଗାନ ସରକାର କିମ୍ବା ଆମେରିକା ଲାଗି କାମ କରୁଥି୍ବା କୌଣସି ବ୍ୟକ୍ତିଙ୍କୁ କ୍ଷତି ପହଞ୍ଚାଯିବ ନାହିଁ। ମାତ୍ର ନିଜେ କହିଥିବା କଥାରୁ ଓହରିଯାଇଛି ତାଲିବାନ। ନିଜ କଥା ବିରୋଧରେ ଯାଇ ତାଲିବାନ ବହୁତ ଭୟାନକ କାମ କରିଛି। 

ଏନେଇ ପ୍ରତିକ୍ରିୟା ରଖି ପ୍ରତିରକ୍ଷା ବିଶେଷଜ୍ଞ ଶୈଳେନ୍ଦ୍ର ସିଂହ କହିଛନ୍ତି ତାଲିବାନ ଭଳି ଆତଙ୍କବାଦୀ ସଙ୍ଗଠନ ସେମାନଙ୍କ ବିରୋଧରେ ସ୍ୱର ଉଠାଉଥିବା ଲୋକଙ୍କୁ ଦବାଇବା ଲାଗି କେତେବେଳେ ପଛକୁ ହଟିନଥାଏ ତାଲିବାନ। ବିରୋଧି ସ୍ୱରକୁ ଦବାଇବାକୁ ତାଲିବାନ ଏହାର ଜନ୍ମସିଦ୍ଧ ଅଧିକାର ବୋଲି ବିବେଚନା କରିଥାଏ। ବର୍ତ୍ତମାନ ତାଲିବାନ ଏଭଳି ଲୋକଙ୍କୁ ହତ୍ୟା କରୁଛି ଯିଏ ସେମାନଙ୍କ ବିରୋଧରେ ରହିଛି। କ୍ଷମତା ଦଖଲ ବେଳେ ତାଲିବାନ ଯାହା ପ୍ରତିଶ୍ରୁତି ଦେଇଥିଲା ତାହା କେବଳ ଏକ ସାଧାରଣ କଥା ବିଶ୍ୱ ଶୁଣିବାକୁ ଚାହୁଁଥିଲା। 

Also Read: ତାଲିବାନ ଶାସନ ବେଳେ କିପରି ଥିଲା ମହିଳାଙ୍କ ସ୍ଥିତି? ପର୍ଦ୍ଦାଫାଶ କଲେ ଆଫଗାନୀ ପର୍ଣ୍ଣଷ୍ଟାର

ଆମେରିକୀୟ ସମ୍ବାଦପତ୍ର ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁସାରେ ତାଲିବାନ ପୂର୍ବରୁ ଦେଶରେ ଶାସନ କରିଥିବା ଗଣତାନ୍ତ୍ରିକ ସରକାର ଏବଂ ଆଫଗାନ ସୁରକ୍ଷା ବଳ ସହ ଜଡ଼ିତ ପ୍ରାୟ ୫୦୦ ଲୋକଙ୍କୁ ହତ୍ୟା କରିସାରିଛି କିମ୍ବା ସେମାନଙ୍କୁ ଗାଏବ କରିଦେଇଛି। ପ୍ରାୟ ୭ ମାସ ଧରି ଖୋଳତାଡ଼ କରିବା ପରେ ତାଲିବାନ ଦ୍ୱାରା କରାଯାଇଥିବା ଏଭଳି ପ୍ରତିଶୋଧମୂଳକ କାର୍ଯ୍ୟ ବାବଦରେ ଖବର ପାଇଛି ନ୍ୟୁୟର୍କ ଟାଇମ୍ସ। ଆମେରିକୀୟ ସମ୍ବାଦପତ୍ର ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁସାରେ ତାଲିବାନ କୌଣସି ଏକ ନିର୍ଦ୍ଧିଷ୍ଟ କ୍ଷେତ୍ରରେ ଏଭଳି ପ୍ରତିଶୋଧମୂଳକ କାର୍ଯ୍ୟ କରିନାହିଁ। ତାଲିବାନ ଆଫଗାନିସ୍ତାନର ପ୍ରତ୍ୟେକ ଅଞ୍ଚଳରେ ପରିବାରକୁ ନଷ୍ଟ କରି ଏଭଳି ପ୍ରତିଶୋଧମୂଳକ କାମ କରିଛି। 

ତାଲିବାନ ସଙ୍ଗଠନ ପକ୍ଷରୁ ବିଶ୍ୱ ସମୁଦାୟକୁ ଦିଆଯାଇଥିବା ପ୍ରତିଶୃତି ମିଥ୍ୟା ବୋଲି ପ୍ରମାଣିତ ହୋଇଛି। ଆମେରିକୀୟ ସମ୍ବାଦପତ୍ର ଏହାର ରିପୋର୍ଟ ଜରିଆରେ କହିଛି ତାଲିବାନ ଆଫଗାନିସ୍ତାନର ବାଗଲାନ୍ ପ୍ରଦେଶରେ ୮୬ ଲୋକଙ୍କ ରକ୍ତରେ ହୋଲି ଖେଳିଥିବା ବେଳେ କନ୍ଧାରରେ ୧୧୪ ଜଣଙ୍କୁ ଗାଏବ କରିଦେଇଛି କିମ୍ବା ସେମାନଙ୍କୁ ଅପହରଣ କରି ଅନ୍ୟତ୍ର ନେଇଯାଇଛି।

ଏନେଇ ମତ ରଖି ପ୍ରତିରକ୍ଷା ବିଶେଷଜ୍ଞ ଶୈଳେନ୍ଦ୍ର ସିଂହ କହିଛନ୍ତି ନିଜେ ବଦଳି ଯାଇଥିବା ନେଇ ତାଲିବାନ ସଙ୍ଗଠନ ବିଶ୍ୱ ସମୁଦାୟକୁ ଯେତେ ବୁଝାଇଲେ ମଧ୍ୟ ହତ୍ୟାକାଣ୍ଡ କରିବା ସେମାନଙ୍କର ଏକ ଅଭ୍ୟାସ ପାଲଟିଗଲାଣି। ଏହା ହେଉଛନ୍ତି ନୂଆ ତାଲିବାନ ଯିଏ  ଆମେରିକା ପ୍ରତି ସହାନୁଭୂତି ରଖୁଥିବା ବିରୋଧି ଲୋକଙ୍କୁ ଅତି ନୀରବରେ ହତ୍ୟା କରୁଛି। ତାଲିବାନ ପାଇଁ ହତ୍ୟା ହେଉଛି ସେମାନଙ୍କ ସଙ୍ଗଠନର ନୈତିକ ମୂଲ୍ୟବୋଧ। କ୍ଷମାତା ଆତଙ୍କବାଦ ପ୍ରସାର କରିବା ତାଲିବାନ ଗୋଷ୍ଠୀର ମୌଳିକ ପ୍ରବୃତି।

Also Read: ଟଙ୍କା ପାଇଁ ନିଜ କଥାରୁ U-Turn ମାରି ଚର୍ଚ୍ଚାରେ ତାଲିବାନ

ବର୍ତ୍ତମାନ ପ୍ରଶ୍ନ ଉଠୁଛି ଯେ ବର୍ତ୍ତମାନ ସାଧାରଣ ଆଫଗାନ ନାଗରିକଙ୍କ ଅବସ୍ଥା କିପରି ରହିଥିବ? ଏଥିପାଇଁ ଦାୟୀ କିଏ? ହେଲେ ଅଧିକାଂଶ ଲୋକଙ୍କ ମତରେ ଏଥିପାଇଁ ଦାୟୀ ହେଉଛି ଆମେରିକା। ମାତ୍ର ଆମେରିକା ଯେ ଏଭଳି ଅବସ୍ଥା ପାଇଁ ଦାୟୀ ତାହା ନୁହେଁ ବରଂ ସେହି ଦେଶ ମଧ୍ୟ ଦାୟୀ ଯିଏ ଆଫଗାନିସ୍ତାନ ମାଟିକୁ ଏକ ଚରମ ଇସଲାମୀୟ ରାଜ୍ୟ କରିବାକୁ ସମର୍ଥନ କରୁଥିଲେ। ଏଭଳି ଅବସ୍ଥା ପାଇଁ ସେହି ଆଫଗାନୀ ଦାୟୀ ଯିଏ ତାଲିବାନ ଭଳି ଗୋଷ୍ଠୀକୁ ନିଜ ଦେଶରେ ବିସ୍ତାର କରିବାକୁ ଦେଇଥିଲେ। କିଛି ପରିମାଣରେ ମିଳିତ ଜାତିସଂଘ ମଧ୍ୟ ଦାୟୀ କାରଣ ଯିଏ ମୂକ ଦର୍ଶକ ହୋଇ ରହିଯାଇଥିଲା।