ଟଙ୍କା ପାଇଁ ନିଜ କଥାରୁ U-Turn ମାରି ଚର୍ଚ୍ଚାରେ ତାଲିବାନ
Advertisement
Article Detail0/zeeodisha/odisha1137879

ଟଙ୍କା ପାଇଁ ନିଜ କଥାରୁ U-Turn ମାରି ଚର୍ଚ୍ଚାରେ ତାଲିବାନ

ଆର୍ଥିକ ସମସ୍ୟା ମୁକ୍ତି ପାଇବା ପାଇଁ ତାଲିବାନ ଏବେ ନିଜ ଆଦର୍ଶ ସହ ବୁଝାମଣା କରିହାକୁ ପଛେଇ ନାହିଁ।

ଟଙ୍କା ପାଇଁ ନିଜ କଥାରୁ U-Turn ମାରି ଚର୍ଚ୍ଚାରେ ତାଲିବାନ

ନୂଆଦିଲ୍ଲୀ: ପ୍ରଥମେ ଆନ୍ତର୍ଜାତୀୟ ସ୍ୱୀକୃତି ନ ମିଳିବା ଆଉ ଏବେ ଆର୍ଥିକ ସ୍ଥିତିକୁ ନେଇ ବ୍ୟସ୍ତ ବିବ୍ରତ ହୋଇଉଠିଲାଣି ଆଫଗାନିସ୍ତାନରେ ଶାସନ କରୁଥିବା ତାଲିବାନ ସରକାର।  ଆର୍ଥିକ ସମସ୍ୟା ମୁକ୍ତି ପାଇବା ପାଇଁ ତାଲିବାନ ଏବେ ନିଜ ଆଦର୍ଶ ସହ ବୁଝାମଣା କରିହାକୁ ପଛେଇ ନାହିଁ। କହିବାକୁ ଗଲେ ଟଙ୍କା ପାଇଁ ନିଜ କଥାରୁ ନିଜ କଥାରୁ U-Turn ମାରିବାକୁ ପଛେଇ ନାହିଁ ତାଲିବାନ। 

ଦିନେ ଯେଉଁ ତାଲିବାନ ଆଫଗାନିସ୍ତାନ ବାମିୟାନ ଠାରେ ରହିଥିବା ବୁଦ୍ଧ ମୂର୍ତ୍ତୀକୁ ଅଣ-ଇସଲାମ ଦର୍ଶାଇ ନଷ୍ଟ କରି ଦେଇଥିଲା ଏବେ ସେଠାରେ ଚୀନ ନିବେଶ ପାଇଁ ରାସ୍ତା ପରିଷ୍କାର କରୁଛି। ଏହି ଅଞ୍ଚଳରେ ଅବସ୍ଥିତ ଏକ ପ୍ରାଚୀନ ବୌଦ୍ଧ ସହରର ଅବଶେଷକୁ ସଂରକ୍ଷିତ କରି ରଖିବା ଲାଗି ଆଗ୍ରହ ଦେଖାଇଛି ତାଲିବାନ।  

ଆଫଗାନିସ୍ତାନର ମେସ ଅୟନକ ଅଞ୍ଚଳରେ ଏକ ବିଶାଳ ଖଣିଜ ପଦାର୍ଥ ଭଣ୍ଡାର ମିଳିଛି। ଯାହାର ମୂଲ୍ୟ ଏକ ଟ୍ରିଲିୟନ ଆମେରୀକୟ ଡଲାର ହେବା ନେଇ ଅନୁମାନ କରାଯାଉଛି। ଏହି ତମ୍ବାକୁ ଉତ୍ତୋଳନ କରିବା ପାଇଁ ଚୀନୀ କମ୍ପାନୀ ସକ୍ଷମ। ତାଲିବାନ ସରକାରଙ୍କ ପାଖରେ ଏପରି କୌଣସି ବୈଷୟିକ ଜ୍ଞାନକୌଶଳ ନାହିଁ ଯାହା ଫଳରେ ଦେଶରେ ମିଳିଥିବା ଭଣ୍ଡାରରୁ ଏହାକୁ ଉତ୍ତୋଳନ କରାଯାଇ ପାରିବ। 

Also Read: ବିଦ୍ରୋହ-ଅସ୍ଥିରତା ମଧ୍ୟରେ ସରକାର ଗଠନ କଲା ତାଲିବାନ; କାହାକୁ ମିଳିଲା କେଉଁ ଦାୟିତ୍ୱ?

ଏହି କାରଣରୁ ଏବେ ତାଲିବାନ ସରକାର ନିଜ ଆଦର୍ଶକୁ ବଳି ଦେଇ ମେସ ଅୟନକ ଅଞ୍ଚଳରେ ରହିଥିବା ବୌଦ୍ଧ ମୂର୍ତ୍ତୀ ସଂରକ୍ଷଣରେ ଲାଗି ପଡ଼ିଛି। ଏବେ ତାଲିବାନ ସରକାର ଏହା ମଧ୍ୟ କହୁଛନ୍ତି କିପରି ବିନା କୌଣସି କ୍ଷୟକ୍ଷତିରେ ଏଠାରୁ ତମ୍ବା ଉତ୍ତୋଳନ କରାଯାଇପାରିବ ସେ ନେଇ ଜ୍ଞାନକୌଶଳ ଯୋଗାଡ଼ କରିବାରେ ଲାଗିପଡିଛି।

ଆଫଗାନିସ୍ତାନସ୍ଥିତ ମେସ ଅୟନକ ପ୍ରାଚୀନ ଧ୍ୱଂସାବଶେଷ ରେଶମ ମାର୍ଗରେ ଅବସ୍ଥିତ ଏକ ପ୍ରାଚୀନ ସହର। ଏହି ଅଞ୍ଚଳ ଗତ ୧୯୬୦ ମସିହାରେ ଫ୍ରାନ୍ସ  ଭୂବିଜ୍ଞାନୀଙ୍କ ଦ୍ୱାରା ଆବିଷ୍କୃତ ହୋଇଥିଲା। ଯେତେବେଳେ ୧୯୯୬ ମସିହାରେ ପ୍ରଥମ ଥର ପାଇଁ ଆଫଗାନିସ୍ତାନ ମାଟିରେ ତାଲିବାନ ଶାସନ ଆରମ୍ଭ ହେଲା ସେତେବେଳେ ବାମିୟାନ ଠାରେ ରହିଥିବା ବୁଦ୍ଧଙ୍କ ଏକ ବିରାଟ ପ୍ରତିମୂର୍ତ୍ତିକୁ ଭାଙ୍ଗି ଦେଇଥିଲେ ତାଲିବାନୀ ଆତଙ୍କବାଦୀ। ସେମାନେ ଏହାକୁ ପୂଜାପାଠର ସଙ୍କେତ ବୋଲି ବିବେଚନା କରୁଥଲେ। ଏହି କାରଣରୁ ତାଲିବାନ ଦେଶର ବିଭିନ୍ନ ସ୍ଥାନରେ ରହିଥିବା ପ୍ରାଚୀନ ମୂର୍ତ୍ତିକୁ ଧ୍ୱଂସ କରିବାରେ ଲାଗିଥିଲା।

Also Read: Durand Line: ବଢୁଛି ବିବାଦ, ଯୁଦ୍ଧ ମୈଦାନରେ ମୁହାଁମୁହିଁ ହୋଇପାରନ୍ତି ତାଲିବାନ-ପାକିସ୍ତାନ

ହେଲେ ଏଥର ମୂର୍ତ୍ତିକୁ ନ ଭାଙ୍ଗି ତାଲିବାନ ଯେ ଉଦାରବାଦୀ ହୋଇଛି ତାହା ନୁହେଁ ଏହା ପଛରେ ଏକ ସେମାନଙ୍କ ସ୍ୱାର୍ଥ ଲୁଚି ରହିଛି। ଆଫଗାନିସ୍ତାନରେ ଏକ ଗ୍ରାମରେ ଥିବା ଗୁମ୍ଫାରେ ଅନେକ ବୁଦ୍ଧ ପ୍ରତିମୂର୍ତ୍ତି ରହିଛି। ଏଠାରେ ବିପୁଳ ପରିମାଣରେ ଖଣିଜ ପଦାର୍ଥ ରହିଛି। ଏଠାରେ ଚୀନ ନିବେଶ କରିବା ପାଇଁ ତାଲିବାନ ସରକାର ଚାହୁଁଛି। କାରଣ ଏହା ଦ୍ୱାରା ସେମାନଙ୍କ ବିରୋଧରେ ଲଗାଯାଇଥିବା ଆନ୍ତର୍ଜାତୀୟ ପ୍ରତିବନ୍ଧକରୁ ସେମାନଙ୍କୁ କିଛି ମାତ୍ରାରେ ଆଶ୍ୱସ୍ତି ମିଳିପାରିବ।

ମେସ୍ ଆୟାନକ ଖଣିର ସୁରକ୍ଷା ମୁଖ୍ୟ କହିଛନ୍ତି ଯେ ପ୍ରଥମ ଶତାବ୍ଦୀରେ ଏଠାରେ ଏକ ବୌଦ୍ଧ ସ୍ତୁପ ନିର୍ମାଣ କରାଯାଇଥିଲା ପୂର୍ବରୁ ଏଠାରେ  ଆମେରିକୀୟ ସୈନ୍ୟଙ୍କ ସହ ମୁହାଁମୁହିଁ ହୋଇଥିଲା ତାଲିବାନ। ବର୍ତ୍ତମାନ ଯେଉଁ ଅଞ୍ଚଳ ପୁନର୍ବାର ତାଲିବାନ ଦଖଲରେ ରହିଛି। 

Also Read: Suicide Bomber Battalion ଗଠନ କଲା ତାଲିବାନ; ତାଜିକିସ୍ତାନ-ଚୀନ ସୀମାରେ ହେବ ମୁତୟନ

ଆଫଗାନିସ୍ତାନରେ ଖଣିଜ ପଦାର୍ଥର ବିପୁଳ ଭଣ୍ଡାର ରହିଛି। ହେଲେ ଆମେରିକା ଦ୍ୱାରା ଲାଗୁ କରାଯାଇଥିବା ପ୍ରତିବନ୍ଧକ ଯୋଗୁଁ, ଅନେକ ଦେଶ ଚାହିଁଲେ ମଧ୍ୟ ଏଠାରେ ବିନିଯୋଗ କରିବାକୁ ସକ୍ଷମ ନୁହଁନ୍ତି। ଯଦି ଚୀନ୍ ଏଠାରେ ବିନିଯୋଗ କରେ ତାହଲେ ଆଫଗାନିସ୍ତାନ ବଡ଼ ଲାଭ ପାଇବ ଏବଂ ଏହା ଦ୍ୱାରା ଦେଶର ଅର୍ଥନୈତିକ ବ୍ୟବସ୍ଥାରେ ଉନ୍ନତି ଆସି ପାରିବ। ଏହା ପୂର୍ବରୁ ୨୦୦୮ ମସିହାରେ ତତ୍କାଳୀନ ଆଫଗାନ ରାଷ୍ଚ୍ରପତି ହମିଦ କରଜାଇଙ୍କ ସରକାର ଏଠାରେ ଖଣି ଖନନ ପାଇଁ ଏକ ଚୀନ କମ୍ପାନୀ ସହିତ ଏକ ୩୦ ବର୍ଷୀୟ ଚୁକ୍ତି କରିଥିଲେ। ଏହି ଅଞ୍ଚଳରେ କ୍ରମାଗତ ହିଂସା ହେତୁ ଏଠାରେ ଖଣି ଉତ୍ତୋଳନ ହୋଇ ପାରିନଥିଲା। ଗତ ୨୦୧୪ ରେ ଏଠାରେ କାମ କରୁଥିବା ଚୀନ ଶ୍ରମିକ ଖଣି  ଛାଡି ପଲାଇଥିଲେ।