ନୂଆଦିଲ୍ଲୀ: Tarun Kapoor Appointed Advisor Of PM Modi: ପୂର୍ବତନ ପେଟ୍ରୋଲିୟମ ସଚିବ ତରୁଣ କପୁର (Tarun Kapoor) ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Narendra Modi) ଙ୍କ ପରାମର୍ଶଦାତା ଭାବରେ ନିଯୁକ୍ତ କରାଯାଇଛି । ସୋମବାର ପେଟ୍ରୋଲିୟମ ମନ୍ତ୍ରଣାଳୟ (Petrolium Ministry) ପକ୍ଷରୁ ଜାରି କରାଯାଇଥିବା ଏକ ଆଦେଶରେ ଏହି ସୂଚନା ଦିଆଯାଇଛି । ତରୁଣ କପୁର ହେଉଛନ୍ତି ଆଇଏଏସର ୧୯୮୭ ବ୍ୟାଚର ହିମାଚଳ ପ୍ରଦେଶ କ୍ୟାଡର ଅଧିକାରୀ । ସେ ୩୦ ନଭେମ୍ବର ୨୦୨୧ରେ ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟର ସଚିବ ପଦରୁ ଅବସର ନେଇଥିଲେ ।


COMMERCIAL BREAK
SCROLL TO CONTINUE READING

ଆଦେଶ ଅନୁଯାୟୀ, କ୍ୟାବିନେଟର ନିଯୁକ୍ତି କମିଟି (ACC) କପୁରଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉପଦେଷ୍ଟା ଭାବରେ ନିଯୁକ୍ତିକୁ ଅନୁମୋଦନ କରିଛି । ତାଙ୍କୁ ଦୁଇ ବର୍ଷ ପାଇଁ ନିଯୁକ୍ତ କରାଯାଇଛି । ବରିଷ୍ଠ ଅମଲାତନ୍ତ୍ର ହରି ରଂଜନ ରାଓ (Hari Ranjan Rao) ଓ ଅତିଶ ଚନ୍ଦ୍ର (Atish Chandra) ଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO) ରେ ଅତିରିକ୍ତ ସଚିବ ଭାବରେ ନିଯୁକ୍ତ କରାଯାଇଛି ।


ଏହା ବି ପଢ଼ନ୍ତୁ:-ଜାଣନ୍ତୁ ଭାରତର ୫ଟି ବଡ଼ ଚୋର ବଜାର ବିଷୟରେ, ଯେଉଁଠାରେ ଶସ୍ତାରେ ମିଳିଥାଏ ସବୁକିଛି


ଏହା ବି ପଢ଼ନ୍ତୁ:-ଗିରଫ ହେବେ ଇମ୍ରାନ ଖାନ!


ଏହା ବି ପଢ଼ନ୍ତୁ:-ଛୁଟିରେ ଯିବେ ପୁଟିନ! ଋଷକୁ ସମ୍ଭାଳିବେ ଏହି ବ୍ୟକ୍ତି



ସୂଚନାଯୋଗ୍ୟ, ରାଓ ମଧ୍ୟପ୍ରଦେଶ କ୍ୟାଡରର ୧୯୯୪ ବ୍ୟାଚର ଆଇଏସ୍ ଅଧିକାରୀ । ବର୍ତ୍ତମାନ ସେ ଦୂର ସଞ୍ଚାର ବିଭାଗରେ ୟୁନିଭର୍ସାଲ୍ ସର୍ଭିସ୍ ଅବ୍ଲିଗେଶନ ଫଣ୍ଡରେ ପ୍ରଶାସକ ପଦରେ ଅଛନ୍ତି । ଅତିଶ ଚନ୍ଦ୍ର ରାଓ ଜଣେ ବିହାର କ୍ୟାଡର ଅଧିକାରୀ । ତାଙ୍କୁ ଫୁଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ଭାବରେ ପୋଷ୍ଟ କରାଯାଇଛି। ୧୯୯୪ ବ୍ୟାଚ୍ ଆଇଏଏସ୍ ଅଧିକାରୀ ଅତିଶ ଚନ୍ଦ୍ର ମଧ୍ୟ କୃଷି, ସହଯୋଗ ଏବଂ କୃଷକ କଲ୍ୟାଣ ବିଭାଗର ଯୁଗ୍ମ ସଚିବ ଭାବରେ କାର୍ଯ୍ୟ କରିଛନ୍ତି ।