Russia-Ukraine War:  ଋଷିଆ-ୟୁକ୍ରେନ ମଧ୍ୟରେ  ଚାଲିଥିବା  ଯୁଦ୍ଧକୁ   ୫୫   ଦିନ  ପୂରଣ   ହୋଇସାରିଛି।  ଏହି ଯୁଦ୍ଧରେ ଋଷୀୟ ସୈନ୍ୟଙ୍କୁ ଉପଯୁକ୍ତ ଜବାବ ଦେବାରେ ସଫଳ ହୋଇଛି  ୟୁକ୍ରେନ ସେନା।  ଡୋନବାସ ଠାରେ  ହୋଇଥିବା  ଲଢେଇ ରେ ୟୁ୍କ୍ରେନ କୁ ବହୁମୂଲ୍ୟ ଦେବାକୁ ପଡି଼ଛି।  ଯୁଦ୍ଧରେ ଋଷିଆ ଭଳି ଏକ ମହାଶକ୍ତି ଆଗରେ ୟୁକ୍ରେନ  ଭଳି  ଦେଶ ୫୫  ଦିନ ଧରି ତିଷ୍ଠି ରହିବା କୌଣସି  ରହସ୍ୟ କିମ୍ବା ଆଶ୍ଚର୍ଯ୍ୟପ୍ରଦ  ଘଟଣା  ଠାରୁ  କମ ନୁହେଁ।  


COMMERCIAL BREAK
SCROLL TO CONTINUE READING

ସେହି  ୫  ଶକ୍ତି  ଯାହା ବଳରେ ଯୁଦ୍ଧରେ ବଳୀୟାନ ହୋଇଛି  ୟୁକ୍ରେନ ସେନା 


  • ଦେଶର ଭୌଗୋଳିକ ଅବସ୍ଥିତି ବାବଦରେ ଅବଗତ ୟୁକ୍ରେନ  ସେନା 

  • ଦେଶର ଜମି ହେଉଛି  ଦଳ ଦଳ ବିଶିଷ୍ଟ ଯାହାକୁ ପାର କରିବା  ଶତ୍ରୁ ପକ୍ଷ ଲାଗି କଷ୍ଟକର

  • ସେନା ନିର୍ଭୟର ସହ  ଉତ୍ସାହିତ ହୋଇ  ଯୁଦ୍ଧ  ଲଢୁଛି

  • ଋଷିଆ ଭଳି ମହାଶକ୍ତିର ନୈତିକ ବଳ ହ୍ରାସ ପାଇଛି

  • ସହଯୋଗୀଙ୍କ ପାଖରୁ  ସୈନ୍ୟ ସହୟତା ପାଉଛି ୟୁକ୍ରେନ


କେଉଁ ବଳରେ ବଳୀୟାନ ଋଷୀୟ ସେନା 


  • ଖୋଲା ଅଞ୍ଚଳ ହୋଇଥିବାରୁ ଆକ୍ରମଣର ସମ୍ଭାବନା କମ 

  • ଶତ୍ରୁ ପକ୍ଷ ଅପେକ୍ଷା ରହିଛି  ଅଧିକ ସୈନିକ  ଏବଂ ସାମରିକ ଉପକରଣ

  • ନୂଆ କମାଣ୍ଡର  ଜେନେରାଲ ଆଲେକଜାଣ୍ଡର ବହୁତ କ୍ରୁର


ବର୍ତ୍ତମାନ କ'ଣ ରହିଛି ଯୁଦ୍ଧର ସ୍ଥିତି


ଯଦି ୟୁକ୍ରେନ ସେନା  ଋଷୀୟ ସୈନ୍ୟବାହିନୀକୁ  ପ୍ରତିରୋଧ କରିବା ଜାରି ରଖେ ତାହେଲେ ଦ୍ୱିତୀୟ ବିଶ୍ୱ ଯୁଦ୍ଧ ପରେ  ସବୁଠାରୁ ବଡ଼  ଟ୍ୟାଙ୍କ ଲଢେଇ ଦେଖିବାକୁ ମିଳିପାରେ।  ଦ୍ୱିତୀୟ ପର୍ଯ୍ୟାୟରେ ଋଷିଆ  ବିନାଶକାରୀ ରକେଟ,  ଟ୍ୟାଙ୍କ, ତୋପ, ସହାୟତାରେ  ୟୁକ୍ରେନ ଉପରେ ଆକ୍ରମଣ କରିଛି।  ଋଷୀୟ ସୈନ୍ୟ  ଦକ୍ଷିଣ ବେଲଗୋରୋଡ଼  ଠାରେ  ଦେଶର ସୀମା ମଧ୍ୟରେ ରହି ପଛ ପଟୁ  ୟୁକ୍ରେନ ସେନାକୁ  ଘେରିବାକୁ  ଯୋଜନା କରିଛି।  ଋଷୀୟ ସୈନ୍ୟଙ୍କ ରଣନୀତି ହେଉଛି  ମାରିୟୁପୋଲ ଅଞ୍ଚଳକୁ ଦଖଲ କରିବା। ଯେଉଁଠି ସେମାନେ  ୟୁକ୍ରେନ ସୈନା ଦ୍ୱାରା କରାଯାଇଥିବା ଘେରାବନ୍ଦୀ କାରଣରୁ ଫସି ରହିଛନ୍ତି। 


Also Read: War Against Russia: Ukraine କୁ କେଉଁ ଦେଶ ଯୋଗାଉଛନ୍ତି ଘାତକ ହତିଆର?


 


କୋଇଲା ଖଣି ଖୋଳା ଯାଇଥିବା ଡୋନବାସ ଅଞ୍ଚଳକୁ ୟୁକ୍ରେନ କାହିଁକି ସୁରକ୍ଷିତ  ରଖିବାକୁ ଚାହୁଁଛି?  ଏହାର ଉତ୍ତର ଋଷୀୟ ରାଷ୍ଟ୍ରପତି ଭ୍ଲାଦମିର ପୁତିନ କହିଥିଲେ କୀଭ୍ ଠାରେ ଅବସ୍ଥାପିତ ନାଜି ସରକାର କବଳରୁ  ଡୋନବାସ କ୍ଷେତ୍ରକୁ ମୁକ୍ତ  କରିବା।  କାରଣ ଯଦି ଏହି କ୍ଷେତ୍ର  ଋଷିଆ ଦଖଲକୁ ଚାଲିଯାଏ  ତାହେଲେ ୟୁକ୍ରେନ ଉପରେ ଆକ୍ରମଣ କରିବା ଲାଗି ଋଷୀୟ ସୈନ୍ୟଙ୍କୁ ସହଜ ହେବ। ଏଠାରେ ଅବସ୍ଥିତ  ପାହାଡ, ସଙ୍କୀର୍ଣ୍ଣ ଉପତ୍ୟାକା, ଜଙ୍ଗଲ  ୟୁକ୍ରେନ ସୈନ୍ୟଙ୍କୁ ଋଷିଆ ସେନା ବିରୋଧରେ ଗରିଲା ଯୁଦ୍ଧ  ଶୈଳୀରେ ଆକ୍ରମଣ କରିବା ଲାଗି ସହାୟକ ହୋଇଛି।