Bangladesh Unrest: ବାଂଲାଦେଶରେ ବର୍ତ୍ତମାନ ମଧ୍ୟ ଅଶାନ୍ତି ଲାଗି ରହିଛି । ସେଠାକାର ସାଧାରଣ ଲୋକଙ୍କ ସମେତ ହିନ୍ଦୁମାନେ ମଧ୍ୟ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସବୁ ସ୍ଥାନରେ ହିଂସା ଦେଖିବାକୁ ମିଳୁଛି । ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପ୍ରତି ଲୋକଙ୍କ ମଧ୍ୟରେ କ୍ରୋଧ ଥିବା ବର୍ତ୍ତମାନ ମଧ୍ୟ ଦେଖାଯାଉଛି।


COMMERCIAL BREAK
SCROLL TO CONTINUE READING

ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଦୃଶ୍ୟ ସୋସିଆଲ ମିଡିଆରେ ଭାଇରାଲ୍ ହେଉଛି । ତେବେ ହିଂସା ଏବଂ ଅଶାନ୍ତି ମଧ୍ୟରେ ରାଜଧାନୀ ଢାକାର ଏକ ପ୍ରମୁଖ ଅଞ୍ଚଳରେ ଏକ ସକାରାତ୍ମକ ଖବର ଦେଖିବାକୁ ମିଳିଛି । ୫୦୦ ବର୍ଷରୁ ଅଧିକ ପୁରୁଣା ଶ୍ରୀ ଶ୍ରୀ ସିଦ୍ଧେଶ୍ୱରୀ କାଳୀ ମନ୍ଦିର ଢାକାରେ ରହିଛି । ଏହି ମନ୍ଦିରର ସୁରକ୍ଷା ଦାୟିତ୍ୱରେ ଅଛନ୍ତି ପୁରୋହିତ ଶେଖର ଲାଲ ଗୋସ୍ୱାମୀ । ଶେଖରଙ୍କ ପରିବାର ୧୨ ପିଢୀ ଧରି ମାଆ କାଳୀଙ୍କ ପୂଜା କରିଆସୁଛନ୍ତି । ୭୩ ବର୍ଷିୟ ଶେଖର ସ୍ଥିର କରିଛନ୍ତି ଯେ, ଯେତେ ଯାହା ହେଇଯାଉ ପଛେ ସେ ମାଆଙ୍କ ମନ୍ଦିର ଛାଡି କୁଆଡେ ଯିବେ ନାହିଁ ।


ଢାକାର ବ୍ୟସ୍ତବହୁଳ ସ୍ଥାନ ମାଉଚ ବଜାର ନିକଟସ୍ଥ ସିଦ୍ଧେଶ୍ୱରୀ ଲେନ୍ ମନ୍ଦିର ପାଖରେ ରହିଛି ଶେଖରଙ୍କ ଘର । ଶେଖର ତାଙ୍କର ପରିବାର ସଦସ୍ୟଙ୍କ ସହ ସେଠାରେ ରୁହନ୍ତି । ବାଂଲାଦେଶରେ ହୋଇଥିବା ହିଂସା ମଧ୍ୟରେ ଶେଖର ୧୯୭୧ ମସିହାରେ ଘଟିଥିବା ଏକ ଘଟଣାକୁ ମନେ ପକାଇ ପାକିସ୍ତାନୀ ସୈନିକମାନେ ତାଙ୍କୁ ଏହି ମନ୍ଦିରରୁ ଦୁଇଥର ଅପହରଣ କରିଥିବାର କହିଥିଲେ। ତେବେ ସେ ଭାରତୀୟ ସେନା ସାହାଯ୍ୟରେ ଉଦ୍ଧାର ହୋଇଥିଲେ । ଏଥିସହ ତାଙ୍କୁ ମୁଖୀ ବାହିନୀ ଫୋର୍ସରେ ମଧ୍ୟ ସାମିଲ୍ କରାଯାଇଥିଲା।


ସୂଚନା ପାଇଁ, ଆପଣଙ୍କୁ କହିରଖୁଛୁ ଯେ, ଶେଖରଙ୍କୁ ପ୍ରଥମେ ୧୭ ଏପ୍ରିଲ ୧୯୭୧ ରେ ପାକିସ୍ତାନ ଦ୍ୱାରା ଅପହରଣ କରାଯାଇଥିଲା। ଏହାର ୧୧ ଦିନ ପରେ ତାଙ୍କୁ ପୁଣିଥରେ ଅପହରଣ କରାଯାଇଥିଲା। ଶେଖର କହିଛନ୍ତି ଯେ, ୨ ଥର ସେ ଅନୁଭବ କରିଥିଲେ ଯେ, ହୁଏତ ମୁଁ ଆଉ ଫେରିବି ନାହିଁ । ତେବେ ମାଆ କାଳୀଙ୍କ ଆଶୀର୍ବାଦ ଥିବାରୁ ସେ ୨ ଥର ଯାକ ଉଦ୍ଧାର ହୋଇଥିଲେ। ଶେଖର ମଧ୍ୟ ଅସ୍ତ୍ରଶସ୍ତ୍ର ତାଲିମ ପାଇଁ ତ୍ରିପୁରାର ଅଗରତାଲାରେ କିଛିଦିନ ରହିଥିଲେ ।


ଶେଖର କହିବା ଅନୁଯାୟୀ, ସେ ଅଟୋମୋବାଇଲ ଇଞ୍ଜିନିୟରିଂ ଅଧ୍ୟୟନ କରିଥିଲେ ଏବଂ ବହୁ ବର୍ଷ ଧରି ବିଦେଶରେ କାର୍ଯ୍ୟ କରିଥିଲେ, କିନ୍ତୁ ତାଙ୍କ ଭାଗ୍ୟରେ ଆଉ କିଛି ଲେଖାଯାଇଥିଲା। ୧୯୯୧ ମସିହାରେ ଯେତେବେଳେ ବାଂଲାଦେଶରେ ସାମ୍ପ୍ରଦାୟିକ ହିଂସା ଆରମ୍ଭ ହେଲା, ସେତେବେଳେ ଶେଖରଙ୍କ ପଡୋଶୀ ଭାରତକୁ ଚାଲିଗଲେ, କିନ୍ତୁ ଶେଖର ଏଠାରେ ରହିଲେ। ୬୫ ବର୍ଷ ବୟସରେ ଅବସର ନେବା ପରେ ଶେଖର ପୁରୋହିତ ଭାବରେ ମାଆ କାଳୀଙ୍କ ପୂଜା କରିବା ଆରମ୍ଭ କରିଥିଲେ । ସେବେଠାରୁ ସେ ମନ୍ଦିର ନିକଟରେ ରହି ମାଆଙ୍କ ସେବା କରିଆସୁଛନ୍ତି। ଶେଖର କହିଛନ୍ତି, 'ମୁଁ ବାଂଲାଦେଶ ଛାଡିବି ନାହିଁ ଏବଂ ମୁଁ ମୋ ମାତୃଭୂମିରେ ମରିବାକୁ ଚାହେଁ।'


Also Read- Weather Update: ୪ ଦିନ ଧରି ଏହି ଜିଲ୍ଲାରେ ହେବ ପ୍ରବଳ ବର୍ଷା ! ଜାରି ହେଲା ୟେଲୋ ୱାର୍ଣ୍ଣିଂ


Also Read- ଡମଡମଣୀ ଡ୍ୟାମ୍‌ରେ ପୁଣି ଅଘଟଣ, ବୁଡ଼ିଗଲେ ଯୁବକ