ଡମଡମଣୀ ଡ୍ୟାମ୍‌ରେ ପୁଣି ଅଘଟଣ, ବୁଡ଼ିଗଲେ ଯୁବକ
Advertisement
Article Detail0/zeeodisha/odisha2379287

ଡମଡମଣୀ ଡ୍ୟାମ୍‌ରେ ପୁଣି ଅଘଟଣ, ବୁଡ଼ିଗଲେ ଯୁବକ

ଡ୍ୟାମରେ ଗାଧୋଉଥିବା ସମୟରେ ପାଦ ଖସିଯିବାରୁ ଯୁବକ ଭାସିଯାଇଥିବା ସୂଚନା ମିଳିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଯୁବକଙ୍କ ପତ୍ତା ମିଳି ନଥିବା ସମୟରେ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ଖୋଜା ଖୋଜି ଆରମ୍ଭ କରିଛି । 

ଡମଡମଣୀ ଡ୍ୟାମ୍‌ରେ ପୁଣି ଅଘଟଣ, ବୁଡ଼ିଗଲେ ଯୁବକ

ଚୌଦ୍ୱାର: ମଙ୍ଗରାଜପୁର ନିକଟ ଡମଡମଣୀ ଡ୍ୟାମ୍‌ରେ ବୁଡ଼ିଗଲେ ଯୁବକ । ସାଙ୍ଗମାନଙ୍କ ସହ ଡ୍ୟାମକୁ ବୁଲିବାକୁ ଆସିଥିବା ସମୟରେ ଏପରି ଅଘଟଣ ଘଟିଛି । ଡ୍ୟାମରେ ଗାଧୋଉଥିବା ସମୟରେ ପାଦ ଖସିଯିବାରୁ ଯୁବକ ଭାସିଯାଇଥିବା ସୂଚନା ମିଳିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଯୁବକଙ୍କ ପତ୍ତା ମିଳି ନଥିବା ସମୟରେ ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ଖୋଜା ଖୋଜି ଆରମ୍ଭ କରିଛି । ଡ୍ୟାମରେ ନିଖୋଜ ହୋଇଥିବା ଯୁବକଙ୍କ ଘର ବିରିବାଟୀ ଅଞ୍ଚଳରେ ବୋଲି ଜଣାପଡିଛି ।

ସୂଚନାଯୋଗ୍ୟ, ଡମଡମଣୀ ଡ୍ୟାମ୍‌ରେ ଅନେକ ସମୟରେ ଏପରି ଅଘଟଣ ସାମ୍ନାକୁ ଆସୁଛି । ନିକଟରେ କଟକ ଷ୍ଟୁଆର୍ଟ କଲେଜର ୫ ଛାତ୍ର ଡମଡମଣୀ ପୀଠକୁ ବୁଲିବାକୁ ଯାଇଥିବା ସମୟରେ ଡ୍ୟାମରେ ୩ଜଣ ଖସିଯାଇଥିଲେ । ସେମଧ୍ୟରୁ ସ୍ଥାନୀୟ ଲୋକେ ଜଣଙ୍କୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିବା ସମୟରେ ଅନ୍ୟ ୨ଜଣ ଛାତ୍ର ସୃତିକ ଶତପଥୀ ଏବଂ ସୋୟଙ୍ଗ ସଂକେତ ଦାଶ ଡ୍ୟାମରେ ବୁଡି ପ୍ରାଣ ହରାଇଥିଲେ । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଘଟଣାରେ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଥିଲେ । ଡ୍ୟାମ ନିକଟରେ ସୁରକ୍ଷା ବ୍ୟବସ୍ଥା ସଠିକ ନଥିବା କାରଣରୁ ବାରମ୍ୱାର ଏପରି ଦୁର୍ଘଟଣା ଘଟୁଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

Also Read- Lucky Zodiac Sign: ୧୨ ଅଗଷ୍ଟରେ ଧନ ଲକ୍ଷ୍ମୀ ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ

Also Read- କୃଷକଙ୍କୁ ବଡ଼ ଉପହାର ଦେଲେ ପ୍ରଧାନମନ୍ତ୍ରୀ ମୋଦୀ, ମିଳିବ ଅଧିକ ଲାଭ