Weather Update: ୪ ଦିନ ଧରି ଏହି ଜିଲ୍ଲାରେ ହେବ ପ୍ରବଳ ବର୍ଷା ! ଜାରି ହେଲା ୟେଲୋ ୱାର୍ଣ୍ଣିଂ
Advertisement
Article Detail0/zeeodisha/odisha2379320

Weather Update: ୪ ଦିନ ଧରି ଏହି ଜିଲ୍ଲାରେ ହେବ ପ୍ରବଳ ବର୍ଷା ! ଜାରି ହେଲା ୟେଲୋ ୱାର୍ଣ୍ଣିଂ

Weather News: ରିପୋର୍ଟ ଅନୁଯାୟୀ ୩ ଦିନ ପର୍ଯ୍ୟନ୍ତ ବର୍ଷା ସହ ବିଜୁଳି ଏବଂ ଘଡଘଡି ମାରିବାର ସମ୍ଭାବନା ରହିଛି । ବର୍ଷାର ଅନୁପାତ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । 

Weather Update: ୪ ଦିନ ଧରି ଏହି ଜିଲ୍ଲାରେ ହେବ ପ୍ରବଳ ବର୍ଷା ! ଜାରି ହେଲା ୟେଲୋ ୱାର୍ଣ୍ଣିଂ

Weather News: ୧୨ ଅଗଷ୍ଟ ସୋମବାର ସହ ପରବର୍ତ୍ତୀ ୨ଦିନ ଅର୍ଥାତ ମଙ୍ଗଳ ଏବଂ ବୁଧବାର ପର୍ଯ୍ୟନ୍ତ ଅଧିକାଂଶ ଜିଲ୍ଲାରେ ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଭାଗ । ରିପୋର୍ଟ ଅନୁଯାୟୀ ୩ ଦିନ ପର୍ଯ୍ୟନ୍ତ ବର୍ଷା ସହ ବିଜୁଳି ଏବଂ ଘଡଘଡି ମାରିବାର ସମ୍ଭାବନା ରହିଛି । ବର୍ଷାର ଅନୁପାତ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । 

ସୋମବାର ଦିନ କିଛି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ନୂଆପଡ଼ା, ବରଗଡ଼, ସମ୍ୱଲପୁର, ବଲାଙ୍ଗିର ଏବଂ ଝାରସୁଗୁଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହ ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା, ବଲାଙ୍ଗିର, ବରଗଡ଼, ସମ୍ୱଲପୁର, ସୁନ୍ଦରଗଡ଼, ବାଲେଶ୍ୱର ଏବଂ ଝାରସୁଗୁଡ଼ା ଜିଲ୍ଲାକୁ ବିଜୁଳି ଘଡଘଡି ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି । ପାଣିପାଗ ବିଭାଗ ଏହିସବୁ ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି । 

 

ସେହିପରି ଅଗଷ୍ଟ ୧୩ ଏବଂ ୧୪ ତାରିଖ ଦିନ ରାଜ୍ୟର ଅଧିକାଂଶ ଜିଲ୍ଲାରେ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଜିଲ୍ଲା ଗୁଡିକ ମଧ୍ୟରେ ରହିଛି କେନ୍ଦୁଝର, ବାଲେଶ୍ୱର, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ମୟୂରଭଞ୍ଜ, ଜଗତସିଂହପୁର, ଅନୁଗୋଳ, ଝାରସୁଗୁଡ଼ା, ସୁନ୍ଦରଗଡ଼, ଦେବଗଡ଼, ସମ୍ୱଲପୁର, ସୋନପୁର, ବରଗଡ଼, ବଲାଙ୍ଗିର, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି ଓ କୋରାପୁଟ । କେବଳ ସେତିକି ନୁହେଁ ୧୫ ତାରିଖ ଅର୍ଥାତ ଗୁରବାର ଦିନ ମଧ୍ୟ ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର ସହ ସୁନ୍ଦରଗଡ଼ ଜିଲ୍ଲାର କିଛି ସ୍ଥାନରେ ୭ରୁ ୧୧ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବା ନେଇ ସତର୍କ ସୂଚନା ଜାରି କରାଯାଇଛି ।

 

ଆପଣଙ୍କୁ କହିରଖୁଛୁ ଯେ, ରବିବାର ଦିନ ଦିଲ୍ଲୀ-ଏନସିଆରର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହେତୁ ପାଗ ସମ୍ପୂର୍ଣ୍ଣ ସୁଖଦ ହୋଇଛି। ଆଜି ବର୍ଷା ପାଇଁ ପାଣିପାଗ ବିଭାଗ ୟେଲୋ ଆଲର୍ଟ ଜାରି କରିଛି। ବର୍ଷା ଯୋଗୁଁ ଦିଲ୍ଲୀର ତାପମାତ୍ରା ମଧ୍ୟ ହ୍ରାସ ପାଇଛି। ବର୍ଷା ଅନେକ ସ୍ଥାନରେ ଯାତାୟାତରେ ବାଧା ସୃଷ୍ଟି କରିଥିବା ବେଳେ ଅନେକ ସ୍ଥାନରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଥିଲା। ଭାରତ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ ରବିବାର ଦିନ ଦିଲ୍ଲୀରେ ମେଘୁଆ ଆକାଶ ଓ ବର୍ଷା ହେବାର ସମ୍ଭାବନା ରହିଛି। ଜାଣନ୍ତୁ କେତେ ରାଜ୍ୟରେ ପାଣିପାଗ ବିଭାଗ ୧୧ ଅଗଷ୍ଟରୁ ୧୫ ଅଗଷ୍ଟ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ପ୍ରକାଶ କରିଛି।

ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ୍ କେନ୍ଦ୍ରୀୟ ରାଜଧାନୀ ନୂଆ ଦିଲ୍ଲୀ ପାଇଁ ୟେଲୋ ଆଲର୍ଟ ଜାରି କରି ପାଣିପାଗ ବିଭାଗ। ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି କି ଆସନ୍ତା ୧୩ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ବର୍ଷା ହେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ଅନୁଯାୟୀ ଉତ୍ତର ପ୍ରଦେଶ, ବିହାରର କିଛି ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଝାଡ଼ଖଣ୍ଡର ୫ଟି ଜିଲ୍ଲାରେ ଭୀଷଣ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ପ୍ରବଳ ବର୍ଷା କାରଣରୁ ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ ସହିତ ଏକାଧିକ ରାଜ୍ୟରେ ଭୁସ୍ଖଳନ ଘଟଣା ଗଟିଛି। ଦୁଇଟି ରାଜ୍ୟରେ ଭୁସ୍ଖଳନ ଫଳରେ ଏକାଧିକ ଜନଜୀବନ ପ୍ରଭାବିତ ହୋଇଛି। ହିମାଚଳ ପ୍ରଦେଶରେ ୧୦୦ରୁ ଅଧିକ ସ୍ଥାନରେ ଯାତାୟତ ପ୍ରଭାବିତ ହୋଇଛି। 

୧୫ ଅଗଷ୍ଟ ପର୍ଯ୍ୟନ୍ତ ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ରାଜସ୍ଥାନ, ପଶ୍ଚିମବଙ୍ଗର ଗାଙ୍ଗେୟ ହିମାଳୟ ଅଞ୍ଚଳ, ସିକ୍କିମ, ଓଡିଶା, ନାଗାଲାଣ୍ଡ, ମଣିପରୁ, ମିଜୋରାମ, ତ୍ରିପୁରା, କୋଙ୍କଣ, ଗୋଆ, ମଧ୍ୟ ମହାରାଷ୍ଟ୍ର, ଗୁଜୁରାଟର ଭିନ୍ନ ଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ଏହା ବ୍ୟତୀତ ୧୫ ଅଗଷ୍ଟ ପର୍ଯ୍ୟନ୍ତ ଉତ୍ତରାଖଣ୍ଡ ଓ ରାଜସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ମଧ୍ୟ ଆକଳନ କରାଯାଇଛି। ସୌରାଷ୍ଟ୍ର ଓ କଚ୍ଛ ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗ ଆଲର୍ଟ ଜାରି କରିଛି। 

Also Read- ଡମଡମଣୀ ଡ୍ୟାମ୍‌ରେ ପୁଣି ଅଘଟଣ, ବୁଡ଼ିଗଲେ ଯୁବକ

Also Read- Lucky Zodiac Sign: ୧୨ ଅଗଷ୍ଟରେ ଧନ ଲକ୍ଷ୍ମୀ ଯୋଗର ଶୁଭ ସମକକ୍ଷ, ୫ଟି ରାଶିର ଭାଗ୍ୟ ଉଜ୍ୱଳ