ମୁମ୍ବାଇ: ମହାରାଷ୍ଟ୍ରରେ (Maharastra) ସିନ୍ଦେ (Eknath Shinde) ସରକାର ଆସିବା ପରଠାରୁ ଉଭୟ ଏକନାଥ ସିନ୍ଦେ (Eknath Shinde) ଓ ଉଦ୍ଧବ ଠାକରେ (Uddhav Thackeray) ମଧ୍ୟରେ ତୁତୁ ମେମେ ଜାରି ରହିଛି। ଉଭୟ ଗୋଷ୍ଠୀ ମଧ୍ୟରେ ତିକ୍ତତା ବୃଦ୍ଧି ପାଉଥିବା ବେଳେ ଦଳ ଓ ଦଳୀୟ ଚିହ୍ନକୁ (Party Symbol) ନେଇ ଟଣାଓଟରା ଜାରି ରହିଛି। ଏହି ମାମଲା ଏବେ ଅଦାଲତରେ ରହିଛି। ସେପଟେ ନିର୍ବାଚନ ଆୟୋଗ (Election Commission) ନିର୍ବାଚନୀ ଚିହ୍ନକୁ ନେଇ ସୋମବାର ପର୍ଯ୍ୟନ୍ତ ସମୟ ଦେଇଛନ୍ତି। ଉଦ୍ଧବଙ୍କୁ ଦ୍ୱିତୀୟ ବିକଳ୍ପ ବାଛିବା ପାଇଁ ମଧ୍ୟ ପରୋକ୍ଷରେ ଇଙ୍ଗିତ କରିଛନ୍ତି। ନିର୍ବାଚନ ଆୟୋଗ ବିକଳ୍ପ ଭାବେ ଉଦିତ ସୂର୍ଯ୍ୟ, ମଶାଲ, ତ୍ରିଶୂଳ ଭାବେ ଉଦ୍ଧବଙ୍କ ଆଗରେ ବିକଳ୍ପ ଭାବେ ବାଛିବାକୁ କହିଛନ୍ତି। 


COMMERCIAL BREAK
SCROLL TO CONTINUE READING

ଠାକରେ ଗୋଷ୍ଠୀଙ୍କ ଆଦର୍ଶ ଅନୁଯାୟୀ ନିର୍ବାଚନ ପ୍ରତୀକ ସହିତ ମେଳ ନକରିବାରେ ଲାଗିଛି। ଆୟୋଗ କହିଛନ୍ତି ଯେ ଠାକରେ ଏବଂ ସିନ୍ଦେ ଗୋଷ୍ଠୀର ନିର୍ବାଚନୀ ଚିହ୍ନ ଗୁଡ଼ିକ ମାଗଣା ଚିହ୍ନଗ୍ରୁପ ମଧ୍ୟରେ ସାମିଲ ରହିଛି। ସେଥିରୁ ଗୋଟିଏ ଲେଖାଏଁ ଉଭୟ ଉଦ୍ଧବ ଓ ସିନ୍ଦେ ବାଛିବାକୁ ନିର୍ବାଚନ ଆୟୋଗ କହିଥିଲେ। ସେପଟେ ଠାକରେ ଗୋଷ୍ଠୀ ନିଜର ଚିହ୍ନ ଆୟୋଗଙ୍କ ନିକଟଙ୍କୁ ପଠାଇବାକୁ ପ୍ରସ୍ତୁତ ହେଉଛି। 


ତେବେ ନିର୍ବାଚନ ଆୟୋଗ କହିଛନ୍ତି କି ଶନିବାର ମଧ୍ୟବର୍ତ୍ତିକାଳୀନ ଶୁଣାଣିରେ କହିଛନ୍ତି କି ଅନ୍ଧେରୀ ଇଷ୍ଟର ଉପ ନିର୍ବାଚନ ସମୟରେ ଶିବସେନାର ଧନୁତୀର ଚିହ୍ନକୁ କେହି ବ୍ୟବହାର କରିବେ ନାହିଁ। ଏଥିପାଇଁ ସେମାନଙ୍କୁ ନୂଆ ଚିହ୍ନ ପ୍ରଦାନ କରାଯିବ। ଆୟୋଗ କହିଛନ୍ତି କି ଉପ ନିର୍ବାଚନ ପାଇଁ ଉଭୟ ଗୋଷ୍ଠୀଙ୍କୁ ମାଗଣା ଚିହ୍ନ ଗ୍ରୁପରୁ ଗୋଟିଏ ଲେଖାଏଁ ଚିହ୍ନ ପ୍ରଦାନ କରାଯିବ। ସେପଟେ ଏହି ନିର୍ଦ୍ଦେଶ ପରେ ଗତ ଶନିବାର ଉଦ୍ଧବ ଗୋଷ୍ଠୀ ଏକ ବୈଠକ କରିଥିଲେ। ଯେଉଁଥିରେ ଏହି ନିଷ୍ପତ୍ତି ବିରୋଧରେ ସୁପ୍ରିମକୋର୍ଟ ଯିବାକୁ ଯୋଜନା କରୁଥିବା ଜଣାପଡ଼ିଛି। 


ମୁମ୍ବାଇର ଅନ୍ଧେରୀ(ପୂର୍ବ) ବିଧାନସଭା ଆସନରେ ରମେଶ ଲଟକେ ଶିବସେନା ପକ୍ଷରୁ ବିଧାୟକ ରହିଥିଲେ। ତେବେ ଗତ ମଇ ମାସ ୧୨ ତାରିଖରେ ହୃଦଘାତରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତେବେ ଏହା ପରେ ଏହି ଆସନ ଏବେ ଖାଲି ପଡ଼ିଛି। ରମେଶ ଲଟକେଙ୍କୁ ମୃତ୍ୟୁ ବେଳକୁ ୫୨ ବର୍ଷ ହୋଇଥିଲା। ଛୁଟି କାଟିବାକୁ ସେତେବେଳେ ସେ ଦୁବାଇ ଗସ୍ତ କରିଥିଲେ। 


ସେପଟେ ନିକଟରେ ନିର୍ବାଚନ ଆୟୋଗ ୬ଟି ରାଜ୍ୟରେ ୭ଟି ଆସନ ପାଇଁ ଉପନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ଏହି ତାଲିକାରେ ଅନ୍ଧେରୀ(ପୂର୍ବ) ବିଧାନସଭା ଆସନ ପାଇଁ ନିର୍ବାଚନ ତାରିଖ ଘୋଷଣା କରିଛନ୍ତି। ନିର୍ବାଚନ ଆୟୋଗ ମୁତାବକ ଅନ୍ଧେରୀର ଏହି ଆସନ ସହିତ ଅନ୍ୟ ୬ଟି ଆସନ ପାଇଁ ମଧ୍ୟ ଆସନ୍ତା ୩ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ। 


ଅଧିକ ପଢନ୍ତୁ: ଜମ୍ମୁ କାଶ୍ମୀରକୁ ପର୍ଯ୍ୟଟକଙ୍କୁ ମନା, ବଡ଼ଧରଣର ଆତଙ୍କୀ ଆକ୍ରମଣ ସମ୍ଭାବନା


ଅଧିକ ପଢନ୍ତୁ: FM Nirmala Sitharaman: ଆଳୁ-ପିଆଜ-ଟମାଟୋ ଉପରେ ଲାଗିବ GST! ମଣ୍ଡିରେ ପରିବା କିଣି ମତାମତ ନେଲେ ଅର୍ଥ ମନ୍ତ୍ରୀ