ଜମ୍ମୁ କାଶ୍ମୀରକୁ ପର୍ଯ୍ୟଟକଙ୍କୁ ମନା, ବଡ଼ଧରଣର ଆତଙ୍କୀ ଆକ୍ରମଣ ସମ୍ଭାବନା
Advertisement
Article Detail0/zeeodisha/odisha1387065

ଜମ୍ମୁ କାଶ୍ମୀରକୁ ପର୍ଯ୍ୟଟକଙ୍କୁ ମନା, ବଡ଼ଧରଣର ଆତଙ୍କୀ ଆକ୍ରମଣ ସମ୍ଭାବନା

ଗୋଟିଏ ଦିନ ପୂର୍ବରୁ ବୈଦେଶିକ ବିଭାଗ ପୃଥକ ଭାବେ ଜାରି କରିଥିବା ଆଡଭାଇଜାରିରେ ପାକିସ୍ତାନକୁ ଲେବଲ ୩ରେ ରଖିଥିଲା।ଏହା ସହିତ ନିଜ ନାଗରିକଙ୍କୁ ଆତଙ୍କବାଦ କାର୍ଯ୍ୟକଳାପ ଓ ସାମ୍ପ୍ରଦାୟିକ ହିଂସାର ସମ୍ଭାବନାକୁ ଦୃଷ୍ଟିରେ ରଖି ଏହି ସବୁ ସ୍ଥାନକୁ ଯିବା ପାଇଁ ପୁନର୍ବାର ଚିନ୍ତା କରିବାକୁ ଆମେରିକାର ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇଛି। 

ଜମ୍ମୁ କାଶ୍ମୀରକୁ ପର୍ଯ୍ୟଟକଙ୍କୁ ମନା, ବଡ଼ଧରଣର ଆତଙ୍କୀ ଆକ୍ରମଣ ସମ୍ଭାବନା

ନୂଆଦିଲ୍ଲୀ: ଭାରତ (India) ଯାତ୍ରା କରୁଥିବା ଆମେରିକୀୟ ନାଗରିକ (USA People) ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଆମେରିକା (USA) ଏନେଇ ଶୁକ୍ରବାର ସତର୍କ ସୂଚନା ଜାରି କରିଛି। ଏହି ସତର୍କ ସୂଚନାରେ ଭାରତ (India) ଯାତ୍ରା କରୁଥିବା ସମୟରେ ଅଧିକ ସତର୍କତା ଅବଲମ୍ବନ କରିବାକୁ ଆମେରିକା କହିଛି। କେବଳ ଏତିକି ନୁହେଁ ଆମେରିକାର ବୈଦେଶିକ ବିଭାଗ ଶୁକ୍ରବାର ଏହି ଆଡଭାଇଜାରୀ ଜାରି କରିଛି। ଏହି ଆଡଭାଇଜାରିରେ ଆମେରିକା (USA) ଜମ୍ମୁ କାଶ୍ମୀର (Jammu Kashmir) ନ ଯିବାକୁ ଦୃଢ ଭାବେ ମନା କରିଛି। କେବଳ ଏତିକି ନୁହେଁ ପାକିସ୍ତାନକୁ (Pakistan) ନ ଯିବାକୁ ଆମେରିକା (USA) ସିଧାସଳଖ ମନା କରିଛି। 

ଗୋଟିଏ ଦିନ ପୂର୍ବରୁ ବୈଦେଶିକ ବିଭାଗ ପୃଥକ ଭାବେ ଜାରି କରିଥିବା ଆଡଭାଇଜାରିରେ ପାକିସ୍ତାନକୁ ଲେବଲ ୩ରେ ରଖିଥିଲା।ଏହା ସହିତ ନିଜ ନାଗରିକଙ୍କୁ ଆତଙ୍କବାଦ କାର୍ଯ୍ୟକଳାପ ଓ ସାମ୍ପ୍ରଦାୟିକ ହିଂସାର ସମ୍ଭାବନାକୁ ଦୃଷ୍ଟିରେ ରଖି ଏହି ସବୁ ସ୍ଥାନକୁ ଯିବା ପାଇଁ ପୁନର୍ବାର ଚିନ୍ତା କରିବାକୁ ଆମେରିକାର ବୈଦେଶିକ ମନ୍ତ୍ରଣାଳୟ ସୂଚନା ଦେଇଛି। ଆମେରିକାର ବୈଦେଶିକ ବିଭାଗ କହିଛି କି ଭାରତର ଜମ୍ମୁ କାଶ୍ମୀରରେ ଆତଙ୍କବାଦ କାର୍ଯ୍ୟକଳାପ ସମ୍ଭାବନା ରହିଛି। ଏପରିକି ଲଦାଖର ପୂର୍ବାଞ୍ଚଳ ଓ ଏହାର ରାଜଧାନୀ ଲେହକୁ ମଧ୍ୟ ଯିବା ପାଇଁ ବାରଣ କରିଛି। 

ଏହା ସହିତ ଭାରତ ଯାତ୍ରା ସମୟରେ ସତର୍କତା ଅବଲମ୍ବନ କରିବାକୁ ମଧ୍ୟ ଆମେରିକାର ବୈଦେଶିକ ମନ୍ତ୍ରଣାଳୟ ନିର୍ଦ୍ଦେଶ ଜାରି କରିଛି। ଆମେରିକା ଭାରତ-ପାକିସ୍ତାନ ସୀମାର ୧୦ କିମିୀ ମଧ୍ୟରେ ସଂଘର୍ଷ ହେବାର ସମ୍ଭାବନା ରହିଛି। ସେହିପରି ପାକିସ୍ତାନରେ ଆତଙ୍କବାଦ କାର୍ଯ୍ୟକଳାପ ଓ ସାମ୍ପ୍ରଦାୟିକ ହିଂସାର ସମ୍ଭାବନା ରହିଥିବାରୁ ନିଜ ନାଗରିକଙ୍କୁ ଯିବା ପାଇଁ ଆମେରିକା ମନା କରିଛି। ବିଶେଷ କରି ପାକିସ୍ତାନର ଅଶାନ୍ତ ରହିଥିବା ଅଞ୍ଚଳକୁ ନଯିବା ପାଇଁ ଆମେରିକା କହିଛି। ଗତ ବୁଧବାର ପାକିସ୍ତାନ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଆମେରିକା ଆଡଭାଇଜାରୀ ଜାରି କରିଥିଲା। 

ଆମେରିକା ସୂଚନା ଦେଇ କହିଛି ଯେ ପାକିସ୍ତାନର ବେଲୁଚିସ୍ତାନ, ପଖତୁନଖ୍ୱା ଓ କବାୟଲୀ ଅଞ୍ଚଳ ଅଶାନ୍ତ ହୋଇ ପଡ଼ିଛି। ଏହି ଅଞ୍ଚଳକୁ ଗସ୍ତ ନ କରିବାକୁ ଆମେରିକା ନିଜ ଦେଶର ନାଗରିକଙ୍କୁ ନିର୍ଦ୍ଦେଶ ଦେଇଛି। ଆମେରିକା ଆହୁରି ମଧ୍ୟ କହିଛି କି ପାକିସ୍ତାନରେ ଆତଙ୍କବାଦୀମାନେ ବିନା କୌଣସି ସୂଚନା ଦେଇ ଆତଙ୍କୀ ହମଲା କରିପାରେ। ପାକିସ୍ତାନୀ ଆତଙ୍କି ବିଶେଷ କରି ପରିବହନ କେନ୍ଦ୍ର, ବଜାର ଏରିଆ, ସପିଂ ମଲ, ପୂଜା ସ୍ଥଳ, ପର୍ଯ୍ୟଟନ ସ୍ଥଳ, ସ୍କୁଲ, ଡାକ୍ତରଖାନା, ସେନା ପ୍ରତିଷ୍ଠାନ, ବିମାନବନ୍ଦର, ବିଶ୍ୱବିଦ୍ୟାଳୟ ଓ ସରକାରୀ ସୁବିଧା ମିଳୁଥିବା ସ୍ଥାନରେ ଆକ୍ରମଣ କରିବାର ସମ୍ଭାବନା ରହିଛି।