ନୂଆଦିଲ୍ଲୀ:Indian Railways: ଉତ୍ତର ପ୍ରଦେଶର ଔରେୟା (Uttar Pradesh, Auraiya) ସ୍ଥିତ କଞ୍ଚାଉସି ରେଳ ଷ୍ଟେସନ (Kanchausi railway station) ରେ ଗୁରୁବାର ରାତିରେ ମଦ ପିଇ ସହାୟକ ଷ୍ଟେସନ୍ ମାଷ୍ଟର ଶୋଇପଡିଥିଲେ । ଯାହା ଫଳରେ ଟ୍ରେନ୍ ପରିଚାଳନା ସଂପୂର୍ଣ୍ଣ ଠପ୍ ହୋଇଯାଇଥିଲା । ଏହି କାରଣରୁ ପ୍ରାୟ ଦେଢ଼ ଘଣ୍ଟା ପର୍ଯ୍ୟନ୍ତ ଦିଲ୍ଲୀ-ହାୱଡ଼ା ରେଳ ମାର୍ଗ (Delhi-Howrah rail route) ବନ୍ଦ ରହିଥିଲା । ଫଳ ସ୍ୱରୂପ ବୈଶାଲୀ ଏକ୍ସପ୍ରେସ, ସଙ୍ଗମ ଏକ୍ସପ୍ରେସ, ଫରାକ୍କା ଏବଂ ମଗଧ ଏକ୍ସପ୍ରେସ ଭଳି ଟ୍ରେନ ବ୍ୟତୀତ ଅନେକ ମାଳବାହୀ ଟ୍ରେନଅଟକି ରହିଥିଲା । ଅପରେସନ୍ କଣ୍ଟ୍ରୋଲରୁ କଲ୍ ପହଞ୍ଚିବା ପରେ ଷ୍ଟେସନ ଅଧୀକ୍ଷକ ଶୀଘ୍ର ଷ୍ଟେସନରେ ପହଞ୍ଚି ସବୁଜ ସଙ୍କେତ ଦେଇ ଟ୍ରେନ୍ ଚଳାଇବା ଆରମ୍ଭ କରିଥିଲେ । ଦାୟିତ୍ୱହୀନ କାର୍ଯ୍ୟ ପାଇଁ ସିନିୟର ଡିଭିଜନାଲ ଅପରେସନ୍ସ ମ୍ୟାନେଜର ପ୍ରୟାଗରାଜ ଆସିଷ୍ଟାଣ୍ଟ ଷ୍ଟେସନ ମାଷ୍ଟରଙ୍କୁ ଚାର୍ଜସିଟ ଦେଇ ନିଲମ୍ୱିତ କରିଦେଇଛନ୍ତି ।


COMMERCIAL BREAK
SCROLL TO CONTINUE READING

ଅଧିକ ପଢ଼ନ୍ତୁ:-ତୈଳ ଦରରେ ଲାଗିଲା ନିଆଁ: ଆଜି ପୁଣି ବଢ଼ିଲା ଦାମ୍, ଜାଣନ୍ତୁ କ'ଣ ରହିଛି ରେଟ୍?


କଞ୍ଚାଉସି ରେଳ ଷ୍ଟେସନରେ ସକାଳ ସିଫ୍ଟ ଶେଷ ହେବା ପରେ ଆସିଷ୍ଟାଣ୍ଟ ଷ୍ଟେସନ୍ ମାଷ୍ଟର ଅନିରୁଦ୍ଧ କୁମାର ଦ୍ୱିତୀୟ ସିଫ୍ଟରେ (ରାତି ୧୨ଟାରୁ ସକାଳ ୮ଟା)  ଡ୍ୟୁଟିରେ ଥିଲେ । ସେ ରେଳ ଷ୍ଟେସନରେ ଡ୍ୟୁଟିରେ ଥିବାବେଳେ ରାତିରେ ମଦ୍ୟପାନ କରିଥିଲେ । କିଛି ସମୟ ପରେ ସେ ଶୋଇପଡିଥିଲା । ଯେଉଁ କାରଣରୁ ଦିଲ୍ଲୀ-ହାୱାର ରେଳ ମାର୍ଗରେ ଚାଲୁଥିବା ଟ୍ରେନଗୁଡିକ କଞ୍ଚାଉସି ଷ୍ଟେସନର ହୋମ ସିଗନାଲରେ ସିଗନାଲ ପାଇନଥିଲା । ଯେତେବେଳେ ଟ୍ରେନ୍ ଅଟକିଲା, ଫାଫଣ୍ଡ ରେଳ ଷ୍ଟେସନ୍ ଏବଂ ଜିଞ୍ଜହାକ୍ ଷ୍ଟେସନ୍ ମାଷ୍ଟର ଅପରେସନ୍ କଣ୍ଟ୍ରୋଲକୁ ଜଣାଇଲେ ।


ଅଧିକ ପଢ଼ନ୍ତୁ:-ଆଫଗାନିସ୍ତାନରେ କଭରେଜ ସମୟରେ ଭାରତୀୟ ସାମ୍ବାଦିକ ଦାନିଶ ସିଦ୍ଦିକିଙ୍କୁ ହତ୍ୟା, ପୁଲିତଜର ପୁରସ୍କାରରେ ଥିଲେ ସମ୍ମାନିତ


ଏକ୍ସପ୍ରେସ ଓ ସାମଗ୍ରୀ ଟ୍ରେନର ପରିଚାଳନା ବନ୍ଦ ହୋଇଥିବାର ସୂଚନା ଉପରେ ଅଧିକାରୀଙ୍କ ହୋଶ୍ ଉଡ଼ି ଯାଇଥିଲା । ଶୀଘ୍ର ସୂଚନା ପାଇବା ପରେ ଷ୍ଟେସନ ଅଧୀକ୍ଷକ ବିଶ୍ୱବର ଦୟାଲ ପାଣ୍ଡେ ରେଳ ଷ୍ଟେସନରେ ପହଞ୍ଚି ଶୋଉଥିବା ଷ୍ଟେସନ ମାଷ୍ଟରଙ୍କ ମୁହଁରେ ପାଣି ଢାଳିଥିଲେ । ଏହା ପରେ ସବୁଜ ସଙ୍କେତ ଦେଇ ଟ୍ରେନ୍ ପରିଚାଳନା ଆରମ୍ଭ କରିଥିଲେ । ଶୁକ୍ରବାର ସକାଳେ ତୁଣ୍ଡଲା ଜଙ୍କସନରେ ଅବସ୍ଥିତ ରେଳ ହସ୍ପିଟାଲରେ ଷ୍ଟେସନ ମାଷ୍ଟରଙ୍କ ମେଡିକାଲ କରାଯାଇଥିଲା ।


ଅଧିକ ପଢ଼ନ୍ତୁ:-ଚେତାବନୀ: ଟିକା ଲଗାଇଥିବା ଲୋକମାନେ ହୋଇପାରନ୍ତି ଡେଲଟା ଭାରିଆଣ୍ଟର ବାହକ, ଯାହା ଅନ୍ୟମାନଙ୍କ ପାଇଁ ବିପଦ


ବିଶମ୍ବର ଦୟାଲ କହିଛନ୍ତି ଯେ, ରାତି ପ୍ରାୟ ୧୨.୧୦ରୁ ୧.୩୦ ମଧ୍ୟରେ ରେଳ ରୁଟ୍ ବ୍ୟାହତ ହୋଇଛି । ବୈଶାଲୀ ଏକ୍ସପ୍ରେସ, ସଙ୍ଗମ ଏକ୍ସପ୍ରେସ, ଫରାକ୍କା, ମଗଧ ଏକ୍ସପ୍ରେସ ସମେତ ୬ଟି ସାମଗ୍ରୀ ଟ୍ରେନ ବ୍ୟାହତ ହୋଇଛି । ରାତି ପ୍ରାୟ ୨ଟା ସୁଦ୍ଧା ଟ୍ରେନ୍ ମାର୍ଗ ସ୍ୱାଭାବିକ ହୋଇପାରିଥିଲା । ସିନିୟର ଡିଭିଜନାଲ ଅପରେସନ୍ ମ୍ୟାନେଜର ପ୍ରୟାଗରାଜ ଏସ.କେ ଶୁକ୍ଲା ଆସିଷ୍ଟାଣ୍ଟ ଷ୍ଟେସନ ମାଷ୍ଟରଙ୍କୁ ନିଲମ୍ବିତ କରିଛନ୍ତି । ଜନସମ୍ପର୍କ ଅଧିକାରୀ ଅମିତ କୁମାର ସିଂ କହିଛନ୍ତି ଯେ ସମଗ୍ର ଘଟଣାର ତଦନ୍ତ କରାଯାଉଛି । ଡାକ୍ତରୀ ରିପୋର୍ଟ ଆସିବା ପରେ ଷ୍ଟେସନ ମାଷ୍ଟରଙ୍କ ମଦ ପିଇବାର ପୃଷ୍ଟି ହେବ ।