ତୈଳ ଦରରେ ଲାଗିଲା ନିଆଁ: ଆଜି ପୁଣି ବଢ଼ିଲା ଦାମ୍, ଜାଣନ୍ତୁ କ'ଣ ରହିଛି ରେଟ୍?
Advertisement

ତୈଳ ଦରରେ ଲାଗିଲା ନିଆଁ: ଆଜି ପୁଣି ବଢ଼ିଲା ଦାମ୍, ଜାଣନ୍ତୁ କ'ଣ ରହିଛି ରେଟ୍?

ଏଠାରେ କହି ରଖୁଛୁ ଯେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଜେଲ କମିଶନ ଅନ୍ତର୍ଭୁକ୍ତ ଥାଏ ।

ତୈଳ ଦରରେ ଲାଗିଲା ନିଆଁ: ଆଜି ପୁଣି ବଢ଼ିଲା ଦାମ୍, ଜାଣନ୍ତୁ କ'ଣ ରହିଛି ରେଟ୍?

ନୂଆଦିଲ୍ଲୀ: Today Petrol-Diesel Rate 17th July 2021: ଆଜି (ଶୁକ୍ରବାର) ଦେଶରେ ପେଟ୍ରୋଲ ଦରରେ ପୁଣି ଥରେ ବୃଦ୍ଧି ଘଟିଛି । ସେପଟେ ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ଘଟିନାହିଁ । ସାରା ଦେଶରେ ତୈଳ ଦରରେ ଲଗାତର ବୃଦ୍ଧି ରେକର୍ଡ କରାଯାଉଛି । ତୈଳ କମ୍ପାନୀଗୁଡିକ କ୍ରମାଗତ ତୈଳ ଦର ବୃଦ୍ଧି କରୁଛନ୍ତି । ଦେଶର ପ୍ରାୟ ସବୁ ସହରରେ ପେଟ୍ରୋଲ ଦର ୧୦୦ ଟଙ୍କା ପାର କରିସାରିଛି । ଆଜି ଦେଶର ୪ଟି ମହାନଗରରେ ପେଟ୍ରୋଲ ଦର (Petrol Rate) ରେ ବୃଦ୍ଧ ରେକର୍ଡ କରାଯାଇଛି ।

ଆଜି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା ୩୦ ପଇସା ମହଙ୍ଗା ହୋଇଛି । ଏହା ସହ ପେଟ୍ରୋଲ ଆଜି ଦିଲ୍ଲୀରେ ଲିଟର ପିଛା ୧୦୧.୮୪ ଟଙ୍କାରେ ପହଞ୍ଚିଛି । ସେପଟେ ଆଜି ଡିଜେଲ ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଡିଜେଲ ମୂଲ୍ୟ ସ୍ଥିର ରହିଛି । ଏଥି ସହିତ ଆଜି ମୁମ୍ବାଇରେ ପେଟ୍ରୋଲ ୨୯ ପଇସା ମହଙ୍ଗା ହୋଇଛି ।

ଅଧିକ ପଢ଼ନ୍ତୁ:-ଆଫଗାନିସ୍ତାନରେ କଭରେଜ ସମୟରେ ଭାରତୀୟ ସାମ୍ବାଦିକ ଦାନିଶ ସିଦ୍ଦିକିଙ୍କୁ ହତ୍ୟା, ପୁଲିତଜର ପୁରସ୍କାରରେ ଥିଲେ ସମ୍ମାନିତ

ମେ ମାସରୁ ବର୍ତ୍ତମାନ ପର୍ଯ୍ୟନ୍ତ ରାଜଧାନୀ ଦିଲ୍ଲୀରେ ତୈଳ ମୂଲ୍ୟ ୪୧ ଥର ବୃଦ୍ଧି ପାଇଛି । ଏହି ୪୧ ଦିନରେ ପେଟ୍ରୋଲ ୧୦.୭୯ ଟଙ୍କା ଏବଂ ଡିଜେଲ ୮.୯୯ ଟଙ୍କା ମହଙ୍ଗା ହୋଇଛି । ଏଥି ସହିତ ଜୁଲାଇ ମାସ ବିଷୟରେ କଥା ହେବା, ଏପର୍ଯ୍ୟନ୍ତ ଏହି ମାସରେ ପେଟ୍ରୋଲର ମୂଲ୍ୟ ୯ ଥର ବୃଦ୍ଧି ପାଇଛି । ମେ ମାସରେ ପେଟ୍ରୋଲ ମୂଲ୍ୟ ୧୬ ଥର ଓ ଜୁନରେ ୧୬ ଥର ବୃଦ୍ଧି କରାଯାଇଥିଲା ।

ଚାରୋଟି ମହାନଗରରେ ପେଟ୍ରୋଲ-ଡିଜେଲ ମୂଲ୍ୟ (Petrol-Diesel Price on 17 July 2021)

>> ଦିଲ୍ଲୀରେ ଲିଟର ପିଛା ପେଟ୍ରୋଲ ୧୦୧.୮୪ ଟଙ୍କା ଓ ଡିଜେଲ ୮୯.୮୭ ଟଙ୍କା ।

>> ମୁମ୍ବାଇରେ ଲିଟର ପିଛା ପେଟ୍ରୋଲ ୧୦୭.୮୩ ଟଙ୍କା ଓ ଡିଜେଲ ୯୭.୪୫ ଟଙ୍କା ।

>> ଚେନ୍ନାଇରେ ଲିଟର ପିଛା ପେଟ୍ରୋଲ ୧୦୨.୪୯ ଟଙ୍କା ଓ ଡିଜେଲ ଲିଟର ପିଛା ୯୪.୩୯ ଟଙ୍କା ।

>> କୋଲକାତାରେ ଲିଟର ପିଛା ପେଟ୍ରୋଲ ୧୦୨.୦୮ ଟଙ୍କା ଓ ଡିଜେଲ ୯୩.୦୨ ଟଙ୍କା ।

ଅଧିକ ପଢ଼ନ୍ତୁ:-ଚେତାବନୀ: ଟିକା ଲଗାଇଥିବା ଲୋକମାନେ ହୋଇପାରନ୍ତି ଡେଲଟା ଭାରିଆଣ୍ଟର ବାହକ, ଯାହା ଅନ୍ୟମାନଙ୍କ ପାଇଁ ବିପଦ

ଅନ୍ୟାନ୍ୟ ସହରର ରେଟ୍

>> ବେଙ୍ଗାଲୁରୁରେ ଲିଟର ପିଛା ପେଟ୍ରୋଲ ୧୦୫.୨୫ ଟଙ୍କା ଓ ଡିଜେଲ ଲିଟର ପିଛା ୯୫.୨୬ ଟଙ୍କା ।

>> ଲକ୍ଷ୍ନୌରେ ଲିଟର ପିଛା ପେଟ୍ରୋଲ ୯୮.୬୯ ଟଙ୍କା ଓ ଡିଜେଲ ୯୦.୨୬ ଟଙ୍କା ।

>> ପାଟନାରେ ଲିଟର ପିଛା ପେଟ୍ରୋଲ ୧୦୪.୫୭ ଟଙ୍କା ଓ ଡିଜେଲ ଲିଟର ପିଛା ୯୫.୮୧ ଟଙ୍କା ।

>> ଭୋପାଳରେ ଲିଟର ପିଛା ପେଟ୍ରୋଲ ୧୧୦.୨୦ ଟଙ୍କା ଓ ଡିଜେଲ ୯୮.୬୭ ଟଙ୍କା  ।

>> ଜୟପୁରରେ ଲିଟର ପିଛା ପେଟ୍ରୋଲ ୧୦୮.୭୧ ଟଙ୍କା ଓ ଡିଜେଲ ୯୯.୦୨ ଟଙ୍କା ।

>> ଗୁରୁଗ୍ରାମରେ ଲିଟର ପିଛା ପେଟ୍ରୋଲ ୯୯.୪୬ ଟଙ୍କା ଓ ଡିଜେଲ ଲିଟର ପିଛା ୯୦.୪୭ ଟଙ୍କା ।

ଅଧିକ ପଢ଼ନ୍ତୁ:-ଦେଶରେ ଦିନକରେ ସାମ୍ନାକୁ ଆସିଲା ଏତିକି ମାମଲା, ଆଖି ବୁଜିଲେ ୫୪୨ ସଂକ୍ରମିତ

ଏହି ୧୭ଟି ରାଜ୍ୟରେ ପେଟ୍ରୋଲ ୧୦୦ ପାର କରିଛି 

ଦେଶର ସମସ୍ତ ମହାନଗରରେ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୧୦୦ରୁ ଅଧିକ ରହିଛି । ପେଟ୍ରୋଲ ୧୦୦ ପାର କରିଥିବା ୧୭ଟି ରାଜ୍ୟ ମଧ୍ୟରେ ରାଜସ୍ଥାନ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁ, କର୍ଣ୍ଣାଟକ, ଜାମ୍ମୁ କାଶ୍ମୀର, ଓଡିଶା, କେରଳ, ବିହାର, ପଞ୍ଜାବ, ଲଦାଖ, ସିକ୍କିମ, ଦିଲ୍ଲୀ, ପୁଡୁଚେରୀ ଏବଂ ପଶ୍ଚିମବଙ୍ଗ ସାମିଲ ରହିଛି । ଅଧିକାରୀ କହିଛନ୍ତି ଯେ ଯଦି ଅନ୍ତର୍ଜାତୀୟ ବଜାରରେ ତୈଳ ମୂଲ୍ୟ ମଜଭୁତ ହେବା ଜାରି ରହେ ତେବେ ଇନ୍ଧନ ମୂଲ୍ୟ ଆହୁରି ବଢିପାରେ ।

ଏଠାରେ କହି ରଖୁଛୁ ଯେ, ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ ଭାରତରେ ପ୍ରତିଦିନ ସମୀକ୍ଷା କରାଯାଏ । ପେଟ୍ରୋଲିୟମ କମ୍ପାନୀଗୁଡିକ ପ୍ରତିଦିନ ସକାଳ ୬ଟାରେ ନୂଆ ମୂଲ୍ୟ ଜାରି କରନ୍ତି । ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟରେ ଏକ୍ସାଇଜ୍ ଡ୍ୟୁଟି, ଭାଟ୍ ଏବଂ ଡିଜେଲ କମିଶନ ଅନ୍ତର୍ଭୁକ୍ତ ଥାଏ ।