ୱାଶିଂଟନ: ଚଳିତ ୨୦୨୦ ରାଷ୍ଟ୍ରପତି ନିର୍ବାଚନରେ (USA Elelction 2020) ପ୍ରତିଦ୍ୱନ୍ଦ୍ୱୀଙ୍କ ଠାରୁ ମାତ ଖାଇଥିବା ଆମେରିକା ରାଷ୍ଟ୍ରପତି (USA President) ଡୋନାଲ୍ଡ ଟ୍ରମ୍ପ (Donald Trump)  ଏବେ ଏକ ନୂଆ ରେକର୍ଡର ଅଧିକାରୀ ହୋଇଛନ୍ତି। ଆମେରିକାର ପ୍ରସ୍ତାବିତ ରାଷ୍ଟ୍ରପତି ଜୋ ବାଇଡେନ (Joe Biden) ଠାରୁ ଟ୍ୱିଟ କରିବା ମାମଲାରେ ଆଗୁଆ ଅଛନ୍ତି ବର୍ତ୍ତମାନର ରାଷ୍ଟ୍ରପତି ଟ୍ରମ୍ପ।     


COMMERCIAL BREAK
SCROLL TO CONTINUE READING

ଚଳିତ ବର୍ଷ ହୋଇଥିବା ଟ୍ୱିଟ ମଧ୍ୟରୁ ଅଧିକାଂଶ ଆମେରିକୀୟ ରାଷ୍ଟ୍ରମୁଖ୍ୟ ଟ୍ରମ୍ପଙ୍କୁ ନେଇ କରାଯାଇଛି। ଏହି ତାଲିକାରେ ପ୍ରସ୍ତାବିତ ରାଷ୍ଟ୍ରପତି ବାଇଡେନ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର ଚଳିତ ବର୍ଷ କରାଯାଇଥିବା ଟ୍ୱିଟ ଉପରେ ବାର୍ଷିକ ରିପୋର୍ଟ ପ୍ରକାଶ କରିଛି। ଯେଉଁଥିରେ "ମୋଷ୍ଟ ଟ୍ୱିଟେଡ ଆବାଉଟ୍" (Most Tweeted About) ଲୋକଙ୍କ ତାଲିକା ପ୍ରକାଶ ପାଇଛି।


Also Read: ଜାଣନ୍ତୁ ଭାରତ ସହିତ ଜୋ ବାଇଡେନଙ୍କ କ'ଣ ସମ୍ପର୍କ ରହିଛି?


ଏହି ତାଲିକାର ଶ୍ରେଷ୍ଠ ୧୦ ଜଣଙ୍କ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modi) ମଧ୍ୟ ସ୍ଥାନ ପାଇଛନ୍ତି। ଯାହାଙ୍କ ବାବଦରେ ଲୋକେ ଅଧିକ ଟ୍ୱିଟ କରିଛନ୍ତି। ଏହି ତାଲିକାରେ ପିଏମ ମୋଦି ସପ୍ତମ ସ୍ଥାନରେ ଅଛନ୍ତି। ଏହି ତାଲିକାରେ ରହିଥିବା ଏକମାତ୍ର ମହିଳା ହେଉଛନ୍ତି ଭାରତୀୟ-ଆମେରିକୀୟ ବଂଶୋଦଦ୍ଭବ ତଥା ଆମେରିକାର ପ୍ରସ୍ତାବିତ ଉପ ରାଷ୍ଟ୍ରପତି କମଲା ହାରିସ୍ (Kamala Harris)  ଦଶମ ସ୍ଥାନରେ ଅଛନ୍ତି।


Also Read: Also Read:ଶେଷରେ ମାନିଲେ ଅମାନିଆ


ଏନେଇ ଟ୍ୱିଟର କଞ୍ଜ୍ୟୁମର କମ୍ୟୁନିକେସନର ଗ୍ଲୋବାଲ ହେଡ ଟ୍ରେସି ମ୍ୟାକଗ୍ରା ତାଙ୍କ ବ୍ଲଗ୍ ପୋଷ୍ଟରେ ଲେଖିଛନ୍ତି, "ଲୋକ ଚଳିତ ବର୍ଷ ଟ୍ୱିଟର ମାଧ୍ୟମରେ ବିଭିନ୍ନ ରାଜନୈତିକ ପ୍ରସଙ୍ଗରେ ବିଶ୍ୱର ବିଭିନ୍ନ ଦେଶର  ରାଜନେତାଙ୍କ ପାଖରୁ ଉତ୍ତର ଦାବି କରିଛନ୍ତି। ଚଳିତ ବର୍ଷ ବିଶ୍ୱରେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ନିର୍ବାଚନକୁ ନେଇ ପ୍ରାୟ ୭୦ କୋଟିରୁ ଅଧିକ ଟ୍ୱିଟ୍ କରାଯାଇଛି। ଅନ୍ୟପକ୍ଷେ ଡୋନାଲ୍ଡ ଟ୍ରମ୍ପ, ଜୋ ବାଇଡେନ, ବାରାକ ଓବାମା, ନରେନ୍ଦ୍ର ମୋଦି ଏବଂ କମଲ ହ୍ୟାରିସ୍  ହେଉଛନ୍ତି ଦୁନିଆର ସେହି ବ୍ୟକ୍ତି ଯାହାଙ୍କ ବାବଦରେ ସର୍ବାଧିକ ଟ୍ୱିଟ୍ କରାଯାଇଛି।


Also Read: ଆମେରିକା ରାଷ୍ଟ୍ରପତି ନିର୍ବାଚନ; ପୁନର୍ବାର ଆରମ୍ଭ ହେଲା ଭୋଟଗଣନା


ବ୍ଲଗ୍ ପୋଷ୍ଟ ମାଧ୍ୟମରେ ଟ୍ରେସି ଆହୁରି ମଧ୍ୟ କହିଛନ୍ତି ଚଳିତ ବର୍ଷ ଅଧିକାଂଶ ଲୋକଙ୍କ ଦ୍ୱାରା ବ୍ୟବହୃତ ସବୁଠାରୁ ଲୋକପ୍ରିୟ ହ୍ୟାସଟ୍ୟାଗ୍ ହେଉଛି #COVID19 । ବିଶ୍ୱବ୍ୟାପୀ ୬.୮ କୋଟି ଲୋକ ଏହି ଭାଇରସରେ ଆକ୍ରାନ୍ତ ହୋଇଥିଲେ। ସେମନଙ୍କ ମଧ୍ୟରୁ ପ୍ରାୟ ୧୫.୫ ଲକ୍ଷ ଲୋକ କୋଭିଜ୧୯ ମହାମାରୀରେ ପ୍ରାଣ ହରାଇଛନ୍ତି।


ସେ ଆହୁରି ମଧ୍ୟ ଲେଖିଛନ୍ତି, 'କେବଳ ଏହି ହ୍ୟାସଟ୍ୟାଗ ଆଧାରରେ ପ୍ରାୟ ୪୦ କୋଟି ଟ୍ୱିଟ କରାଯାଇଛି। ଅନ୍ୟପଟେ କୋରୋନା ମହମାରୀର ମୁକାବିଲା ଲାଗି ଚଳିତ ବର୍ଷ ବେଶ ଲମ୍ବା ସମୟ ଧରି ଘରେ ରହିଥିଲେ। ଏହି ସମୟରେ ସେମାନେ ଟ୍ୱିଟ କରିବା ବେଳେ  #StayHome ହ୍ୟସଟ୍ୟାଗ କରିଥିଲା। ଯାହା ବିଶ୍ୱର ତୃତୀୟ ବୃହତ୍ତମ ହ୍ୟସଟ୍ୟାଗ ଭାବେ ଉଭାହୋଇଛି। 
 


Also Read: ମିଳିଲାନି ଲୋକପ୍ରିୟତା, ଆମେରିକା ରାଷ୍ଟ୍ରପତି ନିର୍ବାଚନ ଲଢିବେନି ଭାରତୀୟ ବଂଶୋଦ୍ଭବ


ବର୍ଣ୍ଣ ବୈଷମ୍ୟ (Racism) ଘଟଣାକୁ ନେଇ ଚଳିତ ବର୍ଷ "ବ୍ଲାକ୍ ଲାଇଭସ୍ ମ୍ୟାଟର୍ ହ୍ୟାସଟ୍ୟାଗ" (#BlackLivesMatter) ବ୍ୟବହାର କରି ଅନେକ ଟ୍ୱିଟ କରାଯାଇଛି। ଏହି ହ୍ୟାସଟ୍ୟାଗ ବିଶ୍ୱବ୍ୟାପୀ ଦ୍ୱିତୀୟ ସ୍ଥାନରେ ରହିଛି। ଆମେରିକୀୟ କୃଷ୍ଣକାୟ ନାଗରିକ (American Black Citizen) ଜର୍ଜ ଫ୍ଲଏଡଙ୍କ (GeorgeFloyd) ହତ୍ୟା ଘଟଣାକୁ ନେଇ ହୋଇଥିବା ଟ୍ୱିଟରେ ହ୍ୟାସଟ୍ୟାଗ୍ ରହିଥଲା ବ୍ଲାକ୍ ଲାଇଭସ୍ ମ୍ୟାଟର୍। କେବଳ ଆମେରିକାରେ ନୁହେଁ ସମଗ୍ର ବିଶ୍ୱରେ ଆମେରିକା ପୋଲିସର ଏହି ବର୍ବର କାର୍ଯ୍ୟ ବିରୁଦ୍ଧରେ ନାରାବାଜି କରାଯାଇଥିଲା। ଜର୍ଜ ଫ୍ଲଏଡଙ୍କ ମୃତ୍ୟୁ ପରେ ବିଶ୍ୱ ସମାନତା ଏବଂ ସାମାଜିକ ନ୍ୟାୟର ଆବଶ୍ୟକତା ବଢିଯାଇଥିଲା। ଆମେରିକୀୟ ନାଗରିକ ଜର୍ଜ  ଦୁନିଆର ସର୍ବାଧିକ ଟ୍ୱିଟ୍ ହୋଇଥିବା ବ୍ୟକ୍ତିଙ୍କ ତାଲିକାରେ ତୃତୀୟ ସ୍ଥାନରେ ରହିଥିଲେ।