ଚୀନ ଦେଲା ଝଟକା; ବିଡେନଙ୍କୁ ଆମେରିକା ରାଷ୍ଟ୍ରପତି ସ୍ୱୀକାର କରିବାକୁ କରିଦେଲା ମନା
Advertisement
Article Detail0/zeeodisha/odisha782675

ଚୀନ ଦେଲା ଝଟକା; ବିଡେନଙ୍କୁ ଆମେରିକା ରାଷ୍ଟ୍ରପତି ସ୍ୱୀକାର କରିବାକୁ କରିଦେଲା ମନା

ଜୋ ବାଇଡେନ୍ ଙ୍କୁ ଆମେରିକା ରାଷ୍ଟ୍ରପତି ସ୍ୱୀକାର କରିବାକୁ ମନା କରିଦେଇଛି ଚୀନ।

ଚୀନ ଦେଲା ଝଟକା; ବିଡେନଙ୍କୁ ଆମେରିକା ରାଷ୍ଟ୍ରପତି ସ୍ୱୀକାର କରିବାକୁ କରିଦେଲା ମନା

ବେଜିଂ: ବିଶ୍ୱର ଶକ୍ତିଶାଳୀ ଗଣତନ୍ତ୍ର ଭାବେ ପରିଚିତ ଯୁକ୍ତରାଷ୍ଟ୍ର ଆମେରିକା-ୟୁଏସଏ (USA-United States of America)ପ୍ରସ୍ତାବିତ ରାଷ୍ଟ୍ରପତି (Projected President)ହୋଇଛନ୍ତି ଡେମୋକ୍ରାଟିକ ପାର୍ଟି (Democratic Party)ପ୍ରାର୍ଥୀ ଜୋ ବାଇଡେନ୍ (Joe Biden)। ୟୁଏସଏ ରାଷ୍ଟ୍ରପତି ନିର୍ବାଚନ (USA President Elelction 2020) ରେ ବିଜୟ ଲାଭ କରିଛନ୍ତି  ଡେମୋକ୍ରାଟିକ ପ୍ରାର୍ଥୀ ବାଇଡେନ୍।

ଏହି ନିର୍ବାଚନରେ ବାଜିମାତ କରିବା ପରେ  ଆମେରିକାର ପ୍ରସ୍ତାବିତ ରାଷ୍ଟ୍ରପତିଙ୍କୁ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ ଶୁଭେଚ୍ଛା ଜଣାଈଛନ୍ତି। ହେଲେ ଏଥିରେ ଆମେରିକାର ଅନ୍ୟତମ ପ୍ରତିଦ୍ୱନ୍ଦୀ ଚୀନ (China) ବ୍ୟତିକ୍ରମ ଆଭିମୁଖ୍ୟ ପ୍ରଦର୍ଶନ କରିଛି। ବାଇଡେନଙ୍କୁ  ଆମେରିକୀୟ ରାଷ୍ଟ୍ରପତି ଭାବେ ସ୍ୱୀକାର କରିବାକୁ ମନା କରିଦେଇଛି ଚୀନ।

ସୋମବାର (ନଭେମ୍ବର ୯, ୨୦୨୦) ଚୀନ ଆମେରିକାର ନବନିର୍ବାଚିତ ରାଷ୍ଟ୍ରମୁଖ୍ୟଙ୍କୁ  ଶୁଭେଚ୍ଛା ଜଣାଇବାକୁ ମନାକରିବା ସହ କହିଛି ବର୍ତ୍ତମାନ ପର୍ଯ୍ୟନ୍ତ ଔପଚାରିକ ଭାବେ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ପ୍ରକାଶ ପାଇନାହିଁ। ଏହା ଆଇନଗତ ପ୍ରକ୍ରିୟା ଦ୍ୱାରା ସ୍ଥିର ହେବ।
   
ଏ ପ୍ରସଙ୍ଗରେ ମତ ରଖି  ଚୀନ ବୈଦେଶିକ ମନ୍ତ୍ରଣାଳୟ (Chinese Foreign Ministry)ମୁଖପାତ୍ର ୱାଙ୍ଗ୍ ୱେନବିନ (SpokesmanWang Wenbin)କହିଛନ୍ତି, "ଆମ ବୁଝିବାରେ ଆମେରିକୀୟ ଆଇନ ଏବଂ ପ୍ରକ୍ରିୟା ଅନୁଯାୟୀ ରାଷ୍ଟ୍ରପତି ନିର୍ବାଚନର ଫଳାଫଳ ପ୍ରକାଶ ପାଇବ।"

" ଏହି ପ୍ରସଙ୍ଗରେ ଚୀନ୍‌ର ଆଭିମୁଖ୍ୟ ସ୍ଥିର ଏବଂ ସ୍ପଷ୍ଟ ହୋଇଛି। ଦେଶର ସାର୍ବଭୌମତ୍ୱ, ସୁରକ୍ଷା ତଥା ବିକାଶ ଲାଭକୁ ରକ୍ଷା କରିବା ପାଇଁ ଆମର ସଂକଳ୍ପ ସ୍ଥିର ହେବ ନାହିଁ। ଆମେ ସର୍ବଦା ପ୍ରୋତ୍ସାହିତ କରିଛୁ ଚୀନ୍-ଆମେରିକା ପାରସ୍ପରିକ ସମ୍ମାନ ଏବଂ ପାରସ୍ପରିକ ଭିତ୍ତିରେ ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ଚାଲିଥିବା ମତଭେଦକୁ ସମାଧାନ କରିବା ଆବଶ୍ୟକ। କୌଣସି ଦେଶର ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ ନହେବା ଏବଂ ଚୀନ୍-ଆମେରିକା ସମ୍ପର୍କର ସୁସ୍ଥ ଏବଂ ସ୍ଥିର ବିକାଶକୁ ପ୍ରୋତ୍ସାହିତ କରିବାକୁ ଆମେ ଆଗ୍ରହୀ। ଆମେ ଆଶା କରୁଛୁ ନୂତନ ଆମେରିକା ସରକାର ଚୀନ୍‌ ସହ ମଜବୁତ ସମ୍ପର୍କ ରକ୍ଷା କରିବେ " ବୋଲି ଚୀନ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। 

ବାଣିଜ୍ୟ ଯୁଦ୍ଧ (Trade War),କୋରୋନା ସଂକଟ (Corona Crisis)ସମେତ ବିଭିନ୍ନ ପ୍ରସଙ୍ଗ କାରଣରୁ ଆମେରିକା-ଚୀନ ସମ୍ପର୍କ ତିକ୍ତତାପୂର୍ଣ୍ଣ ହୋଇଉଠିଛି। କୋଭିଡ୧୯ ମହାମାରୀ (Covid19 Pandemic)ଲାଗି ଚୀନକୁ ଦାୟୀ କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ (USA Prez Trump)। ଏପରିକି କୋରୋନାକୁ "ଉହାନ ଭାଇରସ" (Wuhan Virus)ବୋଲି କହିବାକୁ ପଛାଇନଥିଲେ ଆମେରିକୀୟ ରାଷ୍ଟ୍ରମୁଖ୍ୟ। 

ଚୀନକୁ ଛାଡି ଆମେରିକାର ପ୍ରତିଦ୍ୱନ୍ଦ୍ୱୀ ଋଷିଆ (Russia)ଓ ପଡୋଶୀ ଦେଶ ମେକ୍ସିକୋ (Mexico)ଜୋ ବାଇଡେନ ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ବିଜୟ ଲାଭ କରିଥିବା ନେଇ ସ୍ୱୀକାର କରିବାକୁ ପ୍ରସ୍ତୁତ ନାହାଁନ୍ତି।  ଅନ୍ୟପଟେ ବର୍ତ୍ତମାନର ଆମେରିକୀୟ ରାଷ୍ଟ୍ରପତି ଟ୍ରମ୍ପ ନିଜର ପରାଜୟକୁ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି ଏବଂ ସେ ଏହାର ପ୍ରକୃତ ବିଜେତା ବୋଲି ଦାବି କରି ଚାଲିଛନ୍ତି।