ଭୋପାଳ: ମହରମ ଅବସରରେ ଆୟୋଜିତ ହୋଇଥିବା ତାଜିଆ ଶୋଭାଯାତ୍ରା ସମୟରେ ପାକିସ୍ତାନ ଜିନ୍ଦାବାଦ ନାରା ଲଗାଇବାକୁ ନେଇ ଚର୍ଚ୍ଚାରେ ରହିଥିଲା ମଧ୍ୟ ପ୍ରଦେଶର ଉଜ୍ଜୈନ ସହର। ଏହି ଘଟଣାକୁ ନେଇ ଏବେ ସରଗରମ ହୋଇଉଠିଛି ରାଜ୍ୟ ରାଜନୀତି। ଏ ପ୍ରସଙ୍ଗରେ ବିରୋଧି କଂଗ୍ରେସକୁ ଟାର୍ଗେଟ କରିଛି ଶାସକ ବିଜେପି।     


COMMERCIAL BREAK
SCROLL TO CONTINUE READING

ମହରମ ପାଳିତ ହୋଇସାରିବା ପରେ ମଧ୍ୟ ଚର୍ଚ୍ଚାରେ ରହିଥିଲା ଉଜ୍ଜ୍ୱୈନ (Ujjain) ସହରର ପାକିସ୍ତାନ (Pakistan) ପ୍ରୀତି। ଦିନ କିମ୍ବା ଦୁଇ ଦିନ ପୂର୍ବେ ପାକିସ୍ତାନ ସମର୍ଥନରେ ଏକ ପୋଷ୍ଟ କରିବାକୁ ନେଇ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏଠାକାର ଜଣେ ସ୍ଥାନୀୟ ଯୁବକ ପାକିସ୍ତାନୀ ପତାକା ସହ ଏକ ଦେଶ ବିରୋଧି ବିବାଦୀୟ ମନ୍ତବ୍ୟ ସୋସିଆଲ ମିଡି଼ଆରେ ପୋଷ୍ଟ କରିଥିଲେ। ଯେଉଁ ଘଟଣା ସହରରେ ଦ୍ରୁତଗତିରେ ବ୍ୟାପିଯିବା ସହ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା।


Also Read: ତାଜିଆ ଶୋଭାଯାତ୍ରା ବେଳେ ଶୁଭିଲା ପାକିସ୍ତାନ ଜିନ୍ଦାବାଦ ନାରା


ଏହି ଘଟଣା ବାବଦରେ ସହରର ଚିମଗଞ୍ଜ ଥାନରେ ଅଭିଯୋଗ କରାଯିବା ପରେ ପୋଲିସ ସାହିଲ ଲାଲା ନାମକ ଜଣେ ଯୁବକକୁ ଗିରଫ କରିଥିବା ଜଣାଇଛନ୍ତି ଉଜ୍ଜୈନ ଏସପି ସତ୍ୟେନ୍ଦ୍ର ଶୁକ୍ଳା। ଗିରଫ ଅଭିଯୁକ୍ତ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ କରିଥିଲା। ଯେଉଁଥିରେ ସେ ଏକ ଟି ସର୍ଟ ପିନ୍ଧିଛି ଯେଉଁଥିରେ ପାକିସ୍ତାନ ପତାକା ରହିବା ସହ ଜୋର୍ଡାନ ଲେଖାଯାଇଛି। ଏହି ପୋଷ୍ଟରେ ଲେଖାଯାଇଥିଲା କେବଳ ସୁଯୋଗକୁ ଅପେକ୍ଷା। ସମସ୍ତଙ୍କୁ ଉଠାଇ ନିଆଯିବ। 


ଗତ ଗୁରୁବାର ଉଜ୍ଜ୍ୱୈନ ସହରର ଜୀବାଜୀଗଞ୍ଜ ଥାନା ଅଧିନସ୍ଥ ଗୀତା କଲୋନୀ ଅଞ୍ଚଳରେ ମହରମ ଅବସରରେ ତାଜିଆ ଶୋଭାଯାତ୍ରା ସମୟରେ ପାକିସ୍ତାନ ଜିନ୍ଦାବାଦ ନାରାବାଜି କରାଯାଇଥିଲେ। ଏପରି କାମକୁ ବିଊିନ୍ନ ସଙ୍ଗଠନ ପକ୍ଷରୁ ବିରୋଧି କରାଯିବା କାର୍ଯ୍ୟାନୁଷ୍ଠାନକୁ ଗ୍ରହଣ ପୋଲିସ ପ୍ରଶାସନକୁ ନିର୍ଦେଶ ଦେଇଥିଲେ ରାଜ୍ୟ ସରକାର। ଏ ଘଟଣାରେ ପୋଲିସ ୧୭ ଜଣଙ୍କ ବିରୁଦ୍ଧରେ ମାମଲା ଦାଏର କରିଥିଲା। ଏ ଘଟଣା ଜଡିତ ରହିଥିବା ଅଭିଯୋଗରେ ୧୦ ଜଣଙ୍କୁ ଗିରଫ କରାଯିବା ପରେ ୭ ଜଣଙ୍କୁ ଜେଲ ରଖାଯିବା ସହ ଅନ୍ୟ ୩ ଅଭିଯୁକ୍ତ ରିମାଣ୍ଡରେ ନିଆଯାଇଛି। ବାକି ଅଭିଯୁକ୍ତଙ୍କୁ ଧରିବା ଲାଗି ପ୍ରୟାସ ଜାରି ରହିଛି।


Also Read: ଘର ଛାତରେ ଉଡାଉଥିଲେ ପାକିସ୍ତାନୀ ପତାକା, ପଙ୍କଚରବାଲାଙ୍କୁ ଘରୁ ଘୋଷାରି ନେଲା ପୋଲିସ


ମହରମ ଅବସରରେ ତାଜିଆ ଶୋଭାଯାତ୍ରା କରିବା ବେଳେ ଦେଶ ବିରୋଧି ନାରା ଲଗାଯିବା ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଗବିଜୟ ସିଂହ କହିଥିଲେ  କାଜି ସାହେବ ଜିନ୍ଦାବାଦକୁ ପାକିସ୍ତାନ ଜିନ୍ଦବାଦ ଭାବେ ପ୍ରଦର୍ଶିତ କରାଯିବାରୁ ଏଭଳି ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଛି। 


ଏ ଘଟଣାର ବିରୋଧି ଦଳ ନେତାଙ୍କୁ ଜବାବ ଦେଇ ମଧ୍ୟ ପ୍ରଦେଶ ବିଜେପି ବିଧାୟକ ରାମେଶ୍ୱର ଶର୍ମା କହିଛନ୍ତି ଦିଗବିଜୟ ସିଂହ ମୁସଲିମ ତୁଷ୍ଟିକରଣର ଶୀକାର ହୋଇଛନ୍ତି। ମଧ୍ୟ ପ୍ରଦେଶରେ ଆଇନର ଶାସନ ଚାଲେ। ଏଠାରେ ସମ୍ବିଧାନର ସୀମା ମଧ୍ୟରେ ରହି କାର୍ଯ୍ୟ କରିବାକୁ ହେବ। ଯଦି କେହି ଦେଶ ବିରୋଧି ନାରାବାଜି କରନ୍ତି ତାହେଲେ ଏହାକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ। ଯଦି କେହି ଏପରି କାର୍ଯ୍ୟ କରେ ତାହେଲେ ସେହି ଲୋକ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।


Also Read: ଧାର୍ମିକ ଆନ୍ଦୋଳନକୁ ନେଇ ଖପ୍ପା ଶିବରାଜ ସରକାର, ଆନ୍ଦୋଳନକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ


ସେହିପରି ମନ୍ଦାସୌର ଆସନରୁ ପ୍ରତିନିଧିତ୍ୱ କରୁଥିବା ବିଜେପି ବିଧାୟକ ଯଶପାଲ ସିଂହ ସିସୋଦିଆ କହିଛନ୍ତି ରାଜ୍ୟରେ ଏକ ଜଣାଶୁଣା ସ୍ଥାନରେ ପାକିସ୍ତାନ ଜିନ୍ଦବାଦ ନାରାବାଜି କରାଯାଉଛି ଅଥଚ କଂଗ୍ରେସ ମୁହଁ ଖୋଲୁନାହିଁ। ଧାର୍ମିକ ଶୋଭାଯାତ୍ରା ବେଳେ ଏପରି ବିବାଦୀୟ କାର୍ଯ୍ୟ କରୁଥିବା ଅରାଜକ ତତ୍ତ୍ୱ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଜାରି ରହିବା ଆବଶ୍ୟକ। ଯଦି ଏପରି କାର୍ଯ୍ୟକ୍ରମ ଆୟୋଜନ ବେଳେ ଦେଶ ବିରୋଧି ନାରାବାଜି କରାଯାଏ ତାହେଲେ  ଏହାର ଆୟୋଜକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି।


 
'