ଘର ଛାତରେ ଉଡାଉଥିଲେ ପାକିସ୍ତାନୀ ପତାକା, ପଙ୍କଚରବାଲାଙ୍କୁ ଘରୁ ଘୋଷାରି ନେଲା ପୋଲିସ
Advertisement

ଘର ଛାତରେ ଉଡାଉଥିଲେ ପାକିସ୍ତାନୀ ପତାକା, ପଙ୍କଚରବାଲାଙ୍କୁ ଘରୁ ଘୋଷାରି ନେଲା ପୋଲିସ

ଗିରଫ ଅଭିଯୁକ୍ତ ଘର ଛାତରେ ପାକିସ୍ତାନ ପତାକା ଉଡାଉଥିବାର ଭିଡିଓ ସୋସିଆଲ ମିଡିଆରେ (social Media) ଭାଇରାଲ ହୋଇଥିଲା । ଘଟଣା ସମ୍ପର୍କରେ ଜଣାପଡିବା ପରେ  ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଆରମ୍ଭ ହୋଇଥିଲା । ଏନେଇ ପ୍ରଶାସନକୁ ଖବର ମିଳିବା ପରେ ପୋଲିସ ପକ୍ଷରୁ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ସର୍ବପ୍ରଥମେ ରାଜସ୍ୱ ବିଭାଗ (Revenue Department) ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା ।  

ଘର ଛାତରେ ଉଡାଉଥିଲେ ପାକିସ୍ତାନୀ ପତାକା, ପଙ୍କଚରବାଲାଙ୍କୁ ଘରୁ ଘୋଷାରି ନେଲା ପୋଲିସ

ଭୋପାଳ: ଆତଙ୍କବାଦ ଓ ବିଚ୍ଛିନତାବାଦକୁ ସମର୍ଥନ ଜଣାଇ କାଶ୍ମୀର ଘାଟିରେ ପାକିସ୍ତାନୀ ପତାକା (Pakistani Flag) ଉଡାଯାଉଥିବାର ଖବର ଆପଣ ପଢିଥିବେ । ହେଲେ ଏବେ ମଧ୍ୟ ପ୍ରଦେଶରେ (Madhya Pradesh) ଜଣେ ବ୍ୟକ୍ତି ନିଜ ଘର ଛାତରେ ପାକିସ୍ତାନର ଜାତୀୟ ପତାକା ଉଡାଇ ଗିରଫ ହୋଇଛନ୍ତି । ଏପରି ଘଟଣା ଦେଖିବାକୁ ମିଳିଛି ରାଜ୍ୟର ଦେବାସ ଜିଲ୍ଲାରେ (Dewas District) । ଏ ଘଟଣାରେ ଜିଲ୍ଲାର ସିପ୍ରା ଗାଁର ଫାରୁଖ ଖାନ ନାମକ ବ୍ୟକ୍ତିକୁ ପୋଲିସ ଉଠାଇ ନେଇଛି ।

ଗିରଫ ଅଭିଯୁକ୍ତ ଘର ଛାତରେ ପାକିସ୍ତାନ ପତାକା ଉଡାଉଥିବାର ଭିଡିଓ ସୋସିଆଲ ମିଡିଆରେ (social Media) ଭାଇରାଲ ହୋଇଥିଲା । ଘଟଣା ସମ୍ପର୍କରେ ଜଣାପଡିବା ପରେ  ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଆରମ୍ଭ ହୋଇଥିଲା । ଏନେଇ ପ୍ରଶାସନକୁ ଖବର ମିଳିବା ପରେ ପୋଲିସ ପକ୍ଷରୁ ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ସର୍ବପ୍ରଥମେ ରାଜସ୍ୱ ବିଭାଗ (Revenue Department) ଏନେଇ ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା ।  

 

  
ପାକିସ୍ତାନୀ ପତାକା ଉଡାଇବା ଅଭିଯୋଗରେ ପୋଲସି ଫାରୁଖ ଖାନ ବିରୁଦ୍ଧରେ ୧୫୩(ଏ) ଧାରାରେ ମାମଲା ରୁଜୁ କରିଥିଲା । ଭାରତୀୟ ପିଙ୍ଗଳ କୋର୍ଡର (Indian Penal code) ଏହି ଧାରା ସେହି ଲୋକଙ୍କ ବିରୁଦ୍ଧରେ ଲଗାଯାଇଥାଏ ଯାହା ଧର୍ମ, ଭାଷା, ଜାତି ଆଧାରରେ ଘୃଣା ସୃଷ୍ଟି କରିବା ଲାଗି ଉଦ୍ଦିଷ୍ଟ । ଏହା ଦ୍ୱାରା ଜଣେ ଅଭିଯୁକ୍ତକୁ ୩ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ଓ ଜରିମାନା ଦେବାକୁ ହୋଇଥାଏ । ଯଦି ଏପରି କାଣ୍ଡ କୌଣସି ଧାର୍ମିକସ୍ଥଳରେ କରାଯାଏ ତାହେଲେ ଦଣ୍ଡର ପରିମାଣ ବଢିପାରେ।   

ଏ ଘଟଣା ସାମ୍ନାକୁ ଆସିବା ସାମ୍ପ୍ରଦାୟିକ ଉତ୍ତେଜନା ସୃଷ୍ଟି ହେବା ଆଶଙ୍କାରେ ପୋଲିସ ସଜାଗ ହୋଇ ଉଠିବା ସହଗ ପାକିସ୍ତାନୀ ପତାକାକୁ ଜବତ କରି ନେଇଥିଲା । କୁହାଯାଉଛି ଏହି ପତାକାକୁ  ଅଭିଯୁକ୍ତର ପୁଅ ଉଡାଉଥିଲା । ଶତ୍ରୁ ଦେଶର ପତାକା ଏଠାକୁ କେମିତି ଆସିଲା ଏହା ପଛର ଉଦ୍ଦେଶ୍ୟ କ'ଣ ତାହାର ତଦନ୍ତ ଜାରି ରଖିଛି ପୋଲିସ ।         

ଘର ଛାତରେ ଉଡୁଥିବା ପତାକା ପାକିସ୍ତାନର ବୋଲି  ରାଜସ୍ୱ ବିଭାଗ ଇନସପେକ୍ଟର ଲଖନ ସିଂହ ଚିହ୍ନଟ କରିଥିଲେ । ଏ ଘଟଣାରେ ଅଭିଯୁକ୍ତ ଫାରୁଖ ଖାନ କହିଛି ତା'ର ପୁଅ ନାବାଳକ, ଭୁଲରେ ସେ ଏପରି ଏକ କାମ କରିଛି । ଯେତେବେଲେ ମୁଁ  ଏ ଘଟଣା ବାବଦରେ ଜାଣିଲି ସେତେବେଳେ ପାକିସ୍ତାନକୁ ପତାକାକୁ ପୋଡିବାକୁ ଚେଷ୍ଟା କରିଥିଲି । ଅଭିଯୁକ୍ତ ପଙ୍କଚର ଦୋକାନ ଚଳାଇଥାଏ ।          

ନିକଟରେ ସ୍ୱାଧିନତା ଦିବସ ଅବସରରେ ପଞ୍ଜାବର ମୋଗା ଠାରେ ଖଲିସ୍ତାନକୁ (Khalistan) ସମର୍ଥନ ଜଣାଉଥିବା ଗୋଷ୍ଠୀ ଏଠାକାର ମୁଖ୍ୟ ପ୍ରଶାସନିକ ଭବନ ଉପରେ ଖଲିସ୍ତାନ ପତାକା (Khalistan Flag) ଉଡାଇଥିଲେ । ଏହା ସହିତ ସେଠାରେ ଲାଗିଥିବା ତ୍ରୀରଙ୍ଗାକୁ (Tricolour) ହଟାଇ ଦେଇଥିଲେ।